ଯାତ୍ରୀ ଓହ୍ଲାଇବା ବେଳେ ସବାରୀ ଗାଡ଼ି ଉପରକୁ ମାଡିଗଲା ଟ୍ରକ: ଜଣେ ମୃତ, ୮ ଆହତ

ବାରିପଦା,୨୬।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଅସନଯୋଡ଼ା ନିକଟ ୧୮ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଯାତ୍ରୀବାହୀ ସବାରୀକୁ ମାଲବାହୀ ଟ୍ରକ୍‌ ଧକ୍କା ଦେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସବାରୀ ଗାଡ଼ି କୁଚେଇରୁ ବାରିପଦା ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିଲା। ଅସନଯୋଡ଼ା ନିକଟରେ ଜାତୀୟ ରାଜପଥ ପାର୍ଶ୍ୱରେ ଛିଡ଼ା କରି […] The post ଯାତ୍ରୀ ଓହ୍ଲାଇବା ବେଳେ ସବାରୀ ଗାଡ଼ି ଉପରକୁ ମାଡିଗଲା ଟ୍ରକ: ଜଣେ ମୃତ, ୮ ଆହତ appeared first on Dharitri Odia News.

ଯାତ୍ରୀ ଓହ୍ଲାଇବା ବେଳେ ସବାରୀ ଗାଡ଼ି ଉପରକୁ ମାଡିଗଲା ଟ୍ରକ: ଜଣେ ମୃତ, ୮ ଆହତ
ବାରିପଦା,୨୬।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଅସନଯୋଡ଼ା ନିକଟ ୧୮ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଯାତ୍ରୀବାହୀ ସବାରୀକୁ ମାଲବାହୀ ଟ୍ରକ୍‌ ଧକ୍କା ଦେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ସବାରୀ ଗାଡ଼ି କୁଚେଇରୁ ବାରିପଦା ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିଲା। ଅସନଯୋଡ଼ା ନିକଟରେ ଜାତୀୟ ରାଜପଥ ପାର୍ଶ୍ୱରେ ଛିଡ଼ା କରି ଯାତ୍ରୀ ଓହ୍ଲାଇବା ସମୟରେ ପଛରୁ ଏକ ମାଲବାହୀ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଭାରସାମ୍ୟ ହରାଇ ସବାରୀଗାଡି ରାସ୍ତା କଡ଼କୁ ଖସି ପଡ଼ିଥିଲା। ଖବରପାଇ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନ ଥିବାବେଳେ ୮ ଆହତଙ୍କ ପରିଚୟ ଜଣାପଡ଼ିଛି। ସମସ୍ତେ କୁଳିଅଣା ଓ ବାଙ୍ଗିରିପୋଷି ଥାନା ଅଞ୍ଚଳର ହୋଇଥିବା ପୋଲିସ ସୂଚନା ଦେଇଛି। ବାଙ୍ଗିରିପୋଷି ବିଜେଡି ବିଧାୟିକା ପ୍ରାର୍ଥିନୀ ରଞ୍ଜିତା ମାର୍ଣ୍ଡି ଡାକ୍ତରଖାନାରେ ପହଞ୍ଚି ସମସ୍ତଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିଛନ୍ତି। ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

The post ଯାତ୍ରୀ ଓହ୍ଲାଇବା ବେଳେ ସବାରୀ ଗାଡ଼ି ଉପରକୁ ମାଡିଗଲା ଟ୍ରକ: ଜଣେ ମୃତ, ୮ ଆହତ appeared first on Dharitri Odia News.