କାଳ ବୈଶାଖୀକୁ ନେଇ ସତର୍କ ସୂଚନା ଜାରି କଲାପାଣିପାଗ ବିଭାଗ
ଭୁବନେଶ୍ୱର, ୨୦ା୫ (ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ୫ ଦିନ ଅର୍ଥାତ୍ ୨୩ ତାରିଖ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ୧୫ ଜିଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ନୂଆପଡ଼ାକୁ ବର୍ଷା ଏବଂ ବଜ୍ରପାତ ପାଇଁ ୟେଲୋ […] The post କାଳ ବୈଶାଖୀକୁ ନେଇ ସତର୍କ ସୂଚନା ଜାରି କଲାପାଣିପାଗ ବିଭାଗ appeared first on Dharitri Odia News.
ଭୁବନେଶ୍ୱର, ୨୦ା୫ (ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ୫ ଦିନ ଅର୍ଥାତ୍ ୨୩ ତାରିଖ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ୧୫ ଜିଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ନୂଆପଡ଼ାକୁ ବର୍ଷା ଏବଂ ବଜ୍ରପାତ ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ୨୧ ତାରିଖରେ ୯ ଜିଲା ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିପରି ୨୨ ତାରିଖରେ ୧୬ ଜିଲା, ୨୩ ଓ ୨୪ ତାରିଖରେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
The post କାଳ ବୈଶାଖୀକୁ ନେଇ ସତର୍କ ସୂଚନା ଜାରି କଲାପାଣିପାଗ ବିଭାଗ appeared first on Dharitri Odia News.