ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ: ଯନ୍ତ୍ରୀଙ୍କ ଘରେ ବୁଲିଲା କଳାକନା
ବଲାଙ୍ଗୀର,୬।୭: ବଲାଙ୍ଗୀର ସହର ରଘୁନାଥ ନଗରରେ ଚୋର ଆତଙ୍କ ବଢିବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ୭ରୁ ଅଧିକ ଲୋକଙ୍କ ଘରେ କଲାକନା ବୁଲାଇଲେଣି ଦୁର୍ବୃତ୍ତ। ଶନିବାର ରାତିରେ ଅବସରପ୍ରାପ୍ତ ଲୋୟର ସୁକତେଲ ମୁଖ୍ୟ ଯନ୍ତ୍ରୀ ବେଳାର ସିଂହ ଭୋଇଙ୍କ ଘରୁ ଚୋରି ହୋଇଛି। ଯନ୍ତ୍ରୀ ଭୋଇ ପରିବାର ସହିତ ଗାଁକୁ ବାହୁଡା ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରାରୁ ରାତି ୧୨ଟାରେ ଆସି ଦେଖିବା ବେଳକୁ ଘର କବାଟ ଖୋଲା ଥିବା ସହ ଘରୁ ପ୍ରାୟ […] The post ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ: ଯନ୍ତ୍ରୀଙ୍କ ଘରେ ବୁଲିଲା କଳାକନା appeared first on Dharitri Odia News.
ବଲାଙ୍ଗୀର,୬।୭: ବଲାଙ୍ଗୀର ସହର ରଘୁନାଥ ନଗରରେ ଚୋର ଆତଙ୍କ ବଢିବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ୭ରୁ ଅଧିକ ଲୋକଙ୍କ ଘରେ କଲାକନା ବୁଲାଇଲେଣି ଦୁର୍ବୃତ୍ତ। ଶନିବାର ରାତିରେ ଅବସରପ୍ରାପ୍ତ ଲୋୟର ସୁକତେଲ ମୁଖ୍ୟ ଯନ୍ତ୍ରୀ ବେଳାର ସିଂହ ଭୋଇଙ୍କ ଘରୁ ଚୋରି ହୋଇଛି। ଯନ୍ତ୍ରୀ ଭୋଇ ପରିବାର ସହିତ ଗାଁକୁ ବାହୁଡା ଯାତ୍ରା ଦେଖିବାକୁ ଯାଇଥିଲେ।
ଯାତ୍ରାରୁ ରାତି ୧୨ଟାରେ ଆସି ଦେଖିବା ବେଳକୁ ଘର କବାଟ ଖୋଲା ଥିବା ସହ ଘରୁ ପ୍ରାୟ ୧୦ରୁ ୧୨ ଭାରି ସୁନା ଅଳଙ୍କାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ।
ଭୀମ ଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ନିକଟ ରଘୁନାଥ ନଗରରେ ବାରମ୍ବାର ଏପରି ଚୋରି ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଅବନୀ ସାହୁ କହିଛନ୍ତି।
The post ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ: ଯନ୍ତ୍ରୀଙ୍କ ଘରେ ବୁଲିଲା କଳାକନା appeared first on Dharitri Odia News.