ଯାତ୍ରୀଙ୍କୁ ଜାବୁଡା ମାରିଥିବା ବ୍ୟକ୍ତିଙ୍କୁ ବ୍ୟାନ କଲା Indigo, ଜାଣନ୍ତୁ କହିଛି କ’ଣ?

ନୂଆଦିଲ୍ଲୀ ୨।୮: ମୁମ୍ବାଇ-କୋଲକାତା ଇଣ୍ଡିଗୋ ଫ୍ଲାଇଟ୍ ରେ ଜଣେ ଯାତ୍ରୀ ତାଙ୍କ ସହଯାତ୍ରୀଙ୍କୁ ଜାବୁଡା ମାରିଥିବା ଘଟଣା ସାମ୍ନାକୁ ଆସିଥିଲା। ଏବେ ଏୟାର ଲାଇନ ମାମଲାରେ କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ ଜାବୁଡା ମାରିଥିବା ବ୍ୟକ୍ତିଙ୍କୁ ଏୟାରଲାଇନ୍ସ ନିଷିଦ୍ଧ (ବ୍ୟାନ) ଘୋଷଣା କରିଛି। ଏୟାର ଲାଇନ କହିଛି ଯେ ଉପଦ୍ରବ କରିଥିବା ବ୍ୟକ୍ତିଙ୍କୁ ଇଣ୍ଡିଗୋର କୌଣସି ବିମାନରେ ଯାତ୍ରା ନିଷିଦ୍ଧ କରାଯାଇଛି। ଏହି ମାମଲା ୧ ଅଗଷ୍ଟ ଶୁକ୍ରବାରର। ଇଣ୍ଡିଗୋ ଫ୍ଲାଇଟ୍ ସଂଖ୍ୟା ୬ଇ୧୩୮ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜ ସହଯାତ୍ରୀଙ୍କୁ ଅଚାନକ ଜାବୁଡା କଷି ଦେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ଫ୍ଲାଇଟ୍ କୋଲକାତାରେ ଲ୍ୟାଣ୍ଡ କରିବା ମାତ୍ରେ ଅଭିଯୁକ୍ତକୁ ସୁରକ୍ଷା ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଥିଲା। ଏ ନେଇ ଇଣ୍ଡିଗୋ ସୋସିଆଲ ମିଡିଆ ସାଇଟ୍ ଏକ୍ସ ରେ ଉଚିତ ଯାଞ୍ଚ ପରେ ଉପଦ୍ରବୀ କଷ୍ଟମର ସମ୍ପର୍କିତ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଔପଚାରିକ ରୂପେ ଅଧିକାରୀଙ୍କୁ ସୂଚିତ କରିଦିଆଯାଇଛି। ଏୟାରଲାଇନ୍ସ କହିଛି ଉଡାଣରେ ଏପରି ଉପଦ୍ରବୀ ବ୍ୟବହାରକୁ ହତୋତ୍ସାହିତ କରିବାକୁ ଆମ ପ୍ରତିବଦ୍ଧତା ଅନୁସାରେ ସମ୍ପୃକ୍ତ ଯାତ୍ରୀଙ୍କୁ କୌଣସି ଇଣ୍ଡିଗୋ ବିମାନରେ ଉଡାଣ ପ୍ରତିବନ୍ଧିତ କରାଯାଇଛି। ତେବେ ଏହି ଯାତ୍ରୀଙ୍କ ଉପରେ ଏୟାରଲାଇନ କେତେ ସମୟ ପର୍ଯ୍ୟନ୍ତ ବ୍ୟାନ ଲଗାଇଛି ତାହା ସ୍ପଷ୍ଟ

ଯାତ୍ରୀଙ୍କୁ ଜାବୁଡା ମାରିଥିବା ବ୍ୟକ୍ତିଙ୍କୁ ବ୍ୟାନ କଲା Indigo, ଜାଣନ୍ତୁ କହିଛି କ’ଣ?

ନୂଆଦିଲ୍ଲୀ ୨।୮: ମୁମ୍ବାଇ-କୋଲକାତା ଇଣ୍ଡିଗୋ ଫ୍ଲାଇଟ୍ ରେ ଜଣେ ଯାତ୍ରୀ ତାଙ୍କ ସହଯାତ୍ରୀଙ୍କୁ ଜାବୁଡା ମାରିଥିବା ଘଟଣା ସାମ୍ନାକୁ ଆସିଥିଲା। ଏବେ ଏୟାର ଲାଇନ ମାମଲାରେ କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ ଜାବୁଡା ମାରିଥିବା ବ୍ୟକ୍ତିଙ୍କୁ ଏୟାରଲାଇନ୍ସ ନିଷିଦ୍ଧ (ବ୍ୟାନ) ଘୋଷଣା କରିଛି। ଏୟାର ଲାଇନ କହିଛି ଯେ ଉପଦ୍ରବ କରିଥିବା ବ୍ୟକ୍ତିଙ୍କୁ ଇଣ୍ଡିଗୋର କୌଣସି ବିମାନରେ ଯାତ୍ରା ନିଷିଦ୍ଧ କରାଯାଇଛି। 

ଏହି ମାମଲା ୧ ଅଗଷ୍ଟ ଶୁକ୍ରବାରର। ଇଣ୍ଡିଗୋ ଫ୍ଲାଇଟ୍ ସଂଖ୍ୟା ୬ଇ୧୩୮ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜ ସହଯାତ୍ରୀଙ୍କୁ ଅଚାନକ ଜାବୁଡା କଷି ଦେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ଫ୍ଲାଇଟ୍ କୋଲକାତାରେ ଲ୍ୟାଣ୍ଡ କରିବା ମାତ୍ରେ ଅଭିଯୁକ୍ତକୁ ସୁରକ୍ଷା ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଥିଲା। ଏ ନେଇ ଇଣ୍ଡିଗୋ ସୋସିଆଲ ମିଡିଆ ସାଇଟ୍ ଏକ୍ସ ରେ ଉଚିତ ଯାଞ୍ଚ ପରେ ଉପଦ୍ରବୀ କଷ୍ଟମର ସମ୍ପର୍କିତ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଔପଚାରିକ ରୂପେ ଅଧିକାରୀଙ୍କୁ ସୂଚିତ କରିଦିଆଯାଇଛି। 

ଏୟାରଲାଇନ୍ସ କହିଛି ଉଡାଣରେ ଏପରି ଉପଦ୍ରବୀ ବ୍ୟବହାରକୁ ହତୋତ୍ସାହିତ କରିବାକୁ ଆମ ପ୍ରତିବଦ୍ଧତା ଅନୁସାରେ ସମ୍ପୃକ୍ତ ଯାତ୍ରୀଙ୍କୁ କୌଣସି ଇଣ୍ଡିଗୋ ବିମାନରେ ଉଡାଣ ପ୍ରତିବନ୍ଧିତ କରାଯାଇଛି। ତେବେ ଏହି ଯାତ୍ରୀଙ୍କ ଉପରେ ଏୟାରଲାଇନ କେତେ ସମୟ ପର୍ଯ୍ୟନ୍ତ ବ୍ୟାନ ଲଗାଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ ସୋସିଆଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସିଟ୍ ରେ ବସିଥିବା ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କୁ ଜାବୁଡା ମାରୁଥିବା ଦେଖାଯାଇଥିଲା। 

ଏଥିରେ ପୀଡ଼ିତ କାନ୍ଦିବାକୁ ଲାଗିଥିଲେ ଓ ବିମାନ କର୍ମଚାରୀମାନେ ତାଙ୍କୁ ନେଇ ଯାଇଥିଲେ। ଭିଡିଓରେ କ୍ୟାବିନ କ୍ରୁ ସମ୍ପୃକ୍ତ ବ୍ୟକ୍ତିକୁ ଏପରି ନକରିବାକୁ କହୁଥିବା ମଧ୍ୟ ଦେଖାଯାଉଛି। ଏହା ଛଡା ଅନ୍ୟ ସହଯାତ୍ରୀମାନେ ମଧ୍ୟ ସମ୍ପୃକ୍ତ ଯାତ୍ରୀଙ୍କୁ  ଏଥି ପାଇଁ ଦୋଷାରୋପ କରୁଥିବା ମଧ୍ୟ ଦେଖାଯାଇଥିଲା। କାହାକୁ ମାରିବାକୁ ଅଧିକାର ନାହିଁ ବୋଲି ଯାତ୍ରୀମାନେ କହୁଥିଲେ।