‘ଯାହା ଘର ଉପରେ ବୁଲଡୋଜର ଚଢ଼ାଉଛ, ତାକୁ ୨୫ ଲକ୍ଷ ଦିଅ…’ଯୋଗୀ ସରକାରଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଲଡୋଜର ଜରିଆରେ ଯାହାଙ୍କ ଘର ଭଙ୍ଗାଯାଇଛି, ତାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ଏହି ମାମଲାରେ ମୁଖ୍ୟ ବିଚାରପତି କହିଛନ୍ତି ଯେ ଘର ଭାଙ୍ଗିବା ସମୟରେ କୌଣସି ପ୍ରକ୍ରିୟା ପାଳନ କରାଯାଇ ନାହିଁ। ଏନେଇ କୌଣସି ନୋଟିସ୍‌ ଜାରି କରାଯାଇ ନ ଥିବା ଖୋଦ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି। ମୁଖ୍ୟ ବିଚାରପତି ଡି ଓ୍ବାଇ […] The post ‘ଯାହା ଘର ଉପରେ ବୁଲଡୋଜର ଚଢ଼ାଉଛ, ତାକୁ ୨୫ ଲକ୍ଷ ଦିଅ…’ଯୋଗୀ ସରକାରଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ appeared first on Dharitri Odia News.

‘ଯାହା ଘର ଉପରେ ବୁଲଡୋଜର ଚଢ଼ାଉଛ, ତାକୁ ୨୫ ଲକ୍ଷ ଦିଅ…’ଯୋଗୀ ସରକାରଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଲଡୋଜର ଜରିଆରେ ଯାହାଙ୍କ ଘର ଭଙ୍ଗାଯାଇଛି, ତାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ଏହି ମାମଲାରେ ମୁଖ୍ୟ ବିଚାରପତି କହିଛନ୍ତି ଯେ ଘର ଭାଙ୍ଗିବା ସମୟରେ କୌଣସି ପ୍ରକ୍ରିୟା ପାଳନ କରାଯାଇ ନାହିଁ। ଏନେଇ କୌଣସି ନୋଟିସ୍‌ ଜାରି କରାଯାଇ ନ ଥିବା ଖୋଦ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି।

ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି, ୟୁପି ସରକାର କେବଳ ୩.୬ ବର୍ଗମିଟର ଅତିକ୍ରମଣ କରିଥିବା କହିଥିଲେ। ହେଲେ କୌଣସି ପ୍ରମାଣ ମିଳି ନାହିଁ। ନୋଟିସ ନ ଦେଇ କାହା ଘର କିଭଳି ଭଙ୍ଗାଯାଇପାରିବ। କାହା ଘରେ ପଶିବା ହେଉଛି ଅରାଜକତା। ପୀଡ଼ିତ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଦିଅନ୍ତୁ ବୋଲି ସେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି।

କେବଳ ଏତିକି ନୁହେଁ ୟୁପି ସରକାରଙ୍କ କାର୍ଯ୍ୟ ମନମୁଖୀ। ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ହଠାତ ଘର ଭାଙ୍ଗିଦେବା ଉଚିତ ନୁହେଁ। ରାସ୍ତା ପ୍ରଶସ୍ତିକରଣ ବେଳେ ମଧ୍ୟ ସମାନ ଘଟଣା ଘଟୁଛି। ଲୋକଙ୍କୁ ଘର ଛାଡ଼ିବାକୁ ସମୟ ଦିଆଯାଉ ନାହିଁ। ଏଣୁ ରାସ୍ତା ପ୍ରଶସ୍ତିକରଣ ଏକ ବାହାନା ବୋଲି ମନେହେଉଛି ବୋଲି କୋର୍ଟ କହିଛନ୍ତି।

The post ‘ଯାହା ଘର ଉପରେ ବୁଲଡୋଜର ଚଢ଼ାଉଛ, ତାକୁ ୨୫ ଲକ୍ଷ ଦିଅ…’ଯୋଗୀ ସରକାରଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ appeared first on Dharitri Odia News.