ଯୁଦ୍ଧ ନଷ୍ଟ କରୁଛି ଇସ୍ରାଏଲୀ ସୈନିକଙ୍କ ଜୀବନ
ଜେରୁଜେଲମ ୨୫।୧୦: ଇସ୍ରାଏଲର ଜଣେ ସୈନିକ ୭ ଅକ୍ଟୋବର ହମାସ ଆକ୍ରମଣ ପରେ ଯୁଦ୍ଧ କରିବାକୁ ଗାଜା ଯାଇଥିଲା। ୪୦ ବର୍ଷ ବୟଷ୍କ ଏହି ସୈନିକ ଜଣକ ୪ଟି ସନ୍ତାନଙ୍କ ଜନକ। ସେ ଯେତେବେଳେ ଯୁଦ୍ଧକୁ ଯାଇଥିଲା ଯେଉଁ ଅବସ୍ଥାରେ ଯାଇଥିଲା ସେହି ଅବସ୍ଥାରେ ଫେରି ନଥିଲେ। ଶରୀରରେ କୌଣସି ଅସୁବିଧା ନଥିଲା, ହେଲେ ସୈନିକ ୬ ମାସ ଧରି ଅତ୍ୟଧିକ ଉତ୍ତେଜନାରେ ସମୟ ବିତାଇଥିଲା। ଯେତେବେଳେ ଯୁଦ୍ଧରୁ ଘରକୁ ଫେରିବା ପାଇଁ ତାଙ୍କ ପାଳି ଆସିଲା ସେ ଆତ୍ମହତ୍ୟା କରିଦେଲେ। ଏଠାରେ ଆମେ ଯେଉଁ ସୈନିକର କଥା କହୁଛୁ ସେ ଇସ୍ରାଏଲୀ ସେନାର ସୈନିକ ଏଲିରନ ମିଜରାହୀଙ୍କର। ଏଲିରନଙ୍କ ମା ଜେନି ମିଜରାହୀ କହିଛନ୍ତି ଯେ ମୋ ପୁଅ ଗାଜାରୁ ଫେରିଲା ହେଲେ ଗାଜା ତା ମଥାରୁ ଓହ୍ଲାଇଲାନି ଓ ଏହି କାରଣରୁ ସେ ମରିଗଲା। ଯୁଦ୍ଧରୁ ଫେରି ସେ ବହୁତ ଅସନ୍ତୋଷରେ ଥିଲା, ସେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜର୍ଡର (ପିଟିଏସଡି)ରେ ଗ୍ରସିତ ଥିଲା। ଏହା କେବଳ ଜଣେ ସୈନିକର କଥା ନୁହେଁ ଇସ୍ରାଏଲରୁ ହମାସ ବିରୋଧରେ ଲଢିବାକୁ ଗାଜା ଯାଇଥିବା ଶହଶହ ସୈନିକ ଏବେ ଏହି ମାନସିକ ବେମାରୀ ଗ୍ରସ୍ତ ହୋଇଛନ୍ତି। ଏବେ ଉତ୍ତର ସୀମାରେ ଉତ୍ତେଜନା ଜାରି ରହିଛି, ଏଣୁ ଅନେକ ସୈନିକ ମାନସିକ ରୂପେ ସୁସ୍ଥ ରହିବାକୁ ଉଦ୍ୟମ କରୁଥିବା ଦେଖାଯାଉଛନ୍ତି। ଏମାନେ ସମସ୍ତେ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଜୀବନ ବିତାଉଛନ୍ତି। ଗତ ଜାନୁୟାରୀରେ ଏକ ରିପୋର୍ଟ ଆସିଥିଲା ଯେଉଁଥିରେ କୁହାଯାଇଥିଲା ୧,୬
ଜେରୁଜେଲମ ୨୫।୧୦: ଇସ୍ରାଏଲର ଜଣେ ସୈନିକ ୭ ଅକ୍ଟୋବର ହମାସ ଆକ୍ରମଣ ପରେ ଯୁଦ୍ଧ କରିବାକୁ ଗାଜା ଯାଇଥିଲା। ୪୦ ବର୍ଷ ବୟଷ୍କ ଏହି ସୈନିକ ଜଣକ ୪ଟି ସନ୍ତାନଙ୍କ ଜନକ। ସେ ଯେତେବେଳେ ଯୁଦ୍ଧକୁ ଯାଇଥିଲା ଯେଉଁ ଅବସ୍ଥାରେ ଯାଇଥିଲା ସେହି ଅବସ୍ଥାରେ ଫେରି ନଥିଲେ। ଶରୀରରେ କୌଣସି ଅସୁବିଧା ନଥିଲା, ହେଲେ ସୈନିକ ୬ ମାସ ଧରି ଅତ୍ୟଧିକ ଉତ୍ତେଜନାରେ ସମୟ ବିତାଇଥିଲା। ଯେତେବେଳେ ଯୁଦ୍ଧରୁ ଘରକୁ ଫେରିବା ପାଇଁ ତାଙ୍କ ପାଳି ଆସିଲା ସେ ଆତ୍ମହତ୍ୟା କରିଦେଲେ।
ଏଠାରେ ଆମେ ଯେଉଁ ସୈନିକର କଥା କହୁଛୁ ସେ ଇସ୍ରାଏଲୀ ସେନାର ସୈନିକ ଏଲିରନ ମିଜରାହୀଙ୍କର। ଏଲିରନଙ୍କ ମା ଜେନି ମିଜରାହୀ କହିଛନ୍ତି ଯେ ମୋ ପୁଅ ଗାଜାରୁ ଫେରିଲା ହେଲେ ଗାଜା ତା ମଥାରୁ ଓହ୍ଲାଇଲାନି ଓ ଏହି କାରଣରୁ ସେ ମରିଗଲା। ଯୁଦ୍ଧରୁ ଫେରି ସେ ବହୁତ ଅସନ୍ତୋଷରେ ଥିଲା, ସେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜର୍ଡର (ପିଟିଏସଡି)ରେ ଗ୍ରସିତ ଥିଲା। ଏହା କେବଳ ଜଣେ ସୈନିକର କଥା ନୁହେଁ ଇସ୍ରାଏଲରୁ ହମାସ ବିରୋଧରେ ଲଢିବାକୁ ଗାଜା ଯାଇଥିବା ଶହଶହ ସୈନିକ ଏବେ ଏହି ମାନସିକ ବେମାରୀ ଗ୍ରସ୍ତ ହୋଇଛନ୍ତି।

ଏବେ ଉତ୍ତର ସୀମାରେ ଉତ୍ତେଜନା ଜାରି ରହିଛି, ଏଣୁ ଅନେକ ସୈନିକ ମାନସିକ ରୂପେ ସୁସ୍ଥ ରହିବାକୁ ଉଦ୍ୟମ କରୁଥିବା ଦେଖାଯାଉଛନ୍ତି। ଏମାନେ ସମସ୍ତେ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଜୀବନ ବିତାଉଛନ୍ତି। ଗତ ଜାନୁୟାରୀରେ ଏକ ରିପୋର୍ଟ ଆସିଥିଲା ଯେଉଁଥିରେ କୁହାଯାଇଥିଲା ୧,୬୦୦ ଆଇଡିଏଫ ସୈନିକ ପିଟିଏସଡି ରୋଗରେ ପୀଡ଼ିତ। ଏମାନଙ୍କ ମଧ୍ୟରୁ ୭୬ ପ୍ରତିଶତ ସୈନିକଙ୍କୁ ମେଣ୍ଟାଲ ହେଲଥ୍ ଟ୍ରିଟମେଣ୍ଟ ଯୋଗାଇ ଦିଆଯାଇଥିଲା। ସେମାନେ ସମସ୍ତେ ପୁଣି ସୁସ୍ଥ ହୋଇ ଯୁଦ୍ଧକୁ ଯାଇଥିଲେ।
ତେବେ କେତେ ସୈନିକ ଏପର୍ଯ୍ୟନ୍ତ ଆତ୍ମହତ୍ୟା କଲେଣି ଆଇଡିଏଫ ପାଖରେ ତାର ତଥ୍ୟ ନାହିଁ। ହେଲେ କହିଛି ସେନା ପୁରା ଚେଷ୍ଟା କରୁଛି ଏପରି ସୈନିକଙ୍କୁ ସମ୍ପୁର୍ଣ୍ଣ ମେଡିକାଲ ସୁବିଧା କିପରି ଯୋଗାଇ ଦିଆଯିବ ତାର ବ୍ୟବସ୍ଥା କରାଯାଉଛି। ଏହି ପ୍ରକାର ରୋଗରେ ଆକ୍ରାନ୍ତ ସୈନିକଙ୍କ ପରିଜନ କହୁଛନ୍ତି ଯେ ଇସ୍ରାଏଲ ସେନାକୁ ଏହା ଜଣା ନାହିଁ ମାନସିକ ବିକ୍ଷିପ୍ତ ଏହି ସୈନିକଙ୍କର କଣ କରାଯିବ। ପରିଜନ କହୁଛନ୍ତି ଯେ ସୈନିକଙ୍କ କହିବା କଥା ହେଉଛି ଏହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ଓ ଏହି ଯୁଦ୍ଧରେ ସେମାନେ ଏପରି ଦୃଶ୍ୟ ଦେଖୁଛନ୍ତି ଯାହା ସେମାନେ କେବେ ଇସ୍ରାଏଲରେ ଦେଖି ନାହାନ୍ତି।

ଏପରି ଅନେକ ସୈନିକ ଅଛନ୍ତି ଯେଉଁମାନେ ଚିକିତ୍ସା ପରେ ସେମାନଙ୍କ ଯନ୍ତ୍ରଣା ବିଷୟରେ କହୁଛନ୍ତି। ସେମାନେ କହୁଛନ୍ତି ମାନସିକ ରୂପେ ନିର୍ଯାତୀତ ସୈନିକଙ୍କ ପାଇଁ ଅଧିକ କିଛି କରାଯାଉ ନାହିଁ। ସେମାନଙ୍କୁ ସେମାନଙ୍କ ଅବସ୍ଥା ଉପରେ ଛାଡି ଦିଆଯାଉଛି। ଅନେକ ଲୋକ ସେମାନେ ସେମାନଙ୍କ ଚିକିତ୍ସା ମଧ୍ୟ କରାଇ ପାରୁ ନାହାନ୍ତି। ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥି ପାଇଁ ସେମାନଙ୍କୁ ଋଣ ବି ମିଳୁନି। ଯଦି ପରିସ୍ଥିତି ଏପରି ରହିଲା ଏହି ସୈନିକମାନେ ଆଗାମୀ କିଛି ଦିନରେ ସଡକରେ ବୁଲିବେ।
ସ୍ଥିତି ଏତେ ଭୟାବହ ଯେ ଯେଉଁ ସୈନିକମାନେ ଏବେ ସ୍ୱଭାବିକ ଜୀବନ ବଞ୍ଚୁଛନ୍ତି ସେମାନେ ବି ଡରିବାକୁ ଲାଗିଲେଣି। ସେମାନେ ଭାବୁଛନ୍ତି ପୁଣି ଯୁଦ୍ଧକୁ ଯିବାକୁ ପଡିପାରେ। କାରଣ ଯୁଦ୍ଧ ଏବେ ସମ୍ପ୍ରସାରିତ ହେଉଛି। ଏଣୁ ଏହି ଭୟରେ ଅନେକ ସୈନିକ ଏବେ ଆତ୍ମହତ୍ୟା କରୁଛନ୍ତି। ତେବେ ସୈନିକ ଏପରି ଆତ୍ମହତ୍ୟା କରୁଥିବା ବେଳେ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କିଛି କରାଯାଉ ନାହିଁ। ଏଣୁ ଯୁଦ୍ଧ ପରର ପରିସ୍ଥିତି ନେଇ ଏବେ ସୈନିକଙ୍କ ପରିବାର ଚିନ୍ତାରେ ପଡିଯାଇଛନ୍ତି।