ଯୁଦ୍ଧ ପରେ ଜନ୍ମ ହୁଅନ୍ତି ଅଧିକ ପୁଅ ? ପରିସଂଖ୍ୟାନ ରିପୋର୍ଟକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ
ନୂଆଦିଲ୍ଲୀ: ଯୁଦ୍ଧ ପରେ ଅଧିକ ଜନ୍ମ ହୋଇଛନ୍ତି ପୁଅ। ପରିସଂଖ୍ୟାନକୁ ଦେଖି ବୈଜ୍ଞାନିକ ଆଶ୍ଚର୍ଯ୍ୟ। ଦୀର୍ଘ ୭୦ ବର୍ଷର ଆକଳନ ଓ ପରିସଂଖ୍ୟାନକୁ ନେଇ ପ୍ରକାଶ ପାଇଛି ରିପୋର୍ଟ। ଫେରନ୍ତା ସୈନିକଙ୍କ ପ୍ରଭାବ ବା ରିଟର୍ଣ୍ଣିଂ ସୋଲଜର ଇଫେକ୍ଟ। ଯୁଦ୍ଧ ପରେ ଅଧିକ ପୁତ୍ର ସନ୍ତାନ ଜନ୍ମ ନେଉଥିବା ଦାବି କରିଛନ୍ତି ବୈଜ୍ଞାନିକ। ଏଥିରେ ପ୍ରକାଶ ପାଇଛି ପରିସଂଖ୍ୟାନବିତଙ୍କ ଏକାଧିକ ଥିଓରୀ। ଲିଙ୍ଗ ଅନୁପାତରେ ସର୍ବଦା ପୁରୁଷଙ୍କ ଅନୁପାତ ଅଧିକ ଥାଏ। ପ୍ରତି ବର୍ଷ ଏହି ହାରରେ ୧୦୫ ପୁଅରେ ଜନ୍ମ ନିଅନ୍ତି ୧୦୦ ଝିଅ। କିନ୍ତୁ ଯୁଦ୍ଧ ପରେ ଏହାର ମାତ୍ରା ଅଧିକ ଥାଏ। ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଥମ ବିଶ୍ୱଯୁଦ୍ଧ ପରେ ଅର୍ଥାତ ୧୯୨୦ରେ ସୈନିକମାନେ ରେକର୍ଡ ସଂଖ୍ୟକ ୧୧ ଲକ୍ଷ ପିଲା ଜନ୍ମ କରିଥିଲେ, ଯାହା ଶତାବ୍ଦୀର ଥିଲା ସବୁଠୁ ଅଧିକ। ବ୍ରିଟେନ, ଫ୍ରାନ୍ସ, ଅଷ୍ଟ୍ରିଆ, ଜର୍ମାନୀ, ବେଲଜିୟମ, ଡେନମାର୍କ, ଏବଂ ନେଦରଲ୍ୟାଣ୍ଡ ଭଳି ଦେଶରେ ଦେଖାଦେଇଥିଲା ଏଭଳି ପରିବର୍ତ୍ତନ। ଏହାପରେ ବିଶ୍ୱଯୁଦ୍ଧର ପରବର୍ତ୍ତୀ ବର୍ଷରେ ଝିଅଙ୍କ ତୁଳନାରେ ପୁଅଙ୍କ ଅନୁପାତ କେଇ ଗୁଣା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ଏହି ଅନୁଧ୍ୟାନ ବର୍ଷେ କି ଦୁଇ ବର୍ଷର ନୁହେଁ, ବରଂ ୬୦-୭୦ ବର୍ଷର ଆକଳନ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୫୪ ମସିହାରେ ଏହା ପ୍ରଥମ କରି ଜଣାପଡ଼ିଥିଲା। ଏହି ସମୟରେ ଆମେରିକାରେ ଅଧିକ ପୁତ୍ର ସନ୍ତାନ ଜନ୍ମ ନେଇଥିବା ବୈଜ୍ଞାନିକମାନେ
ନୂଆଦିଲ୍ଲୀ: ଯୁଦ୍ଧ ପରେ ଅଧିକ ଜନ୍ମ ହୋଇଛନ୍ତି ପୁଅ। ପରିସଂଖ୍ୟାନକୁ ଦେଖି ବୈଜ୍ଞାନିକ ଆଶ୍ଚର୍ଯ୍ୟ। ଦୀର୍ଘ ୭୦ ବର୍ଷର ଆକଳନ ଓ ପରିସଂଖ୍ୟାନକୁ ନେଇ ପ୍ରକାଶ ପାଇଛି ରିପୋର୍ଟ। ଫେରନ୍ତା ସୈନିକଙ୍କ ପ୍ରଭାବ ବା ରିଟର୍ଣ୍ଣିଂ ସୋଲଜର ଇଫେକ୍ଟ। ଯୁଦ୍ଧ ପରେ ଅଧିକ ପୁତ୍ର ସନ୍ତାନ ଜନ୍ମ ନେଉଥିବା ଦାବି କରିଛନ୍ତି ବୈଜ୍ଞାନିକ। ଏଥିରେ ପ୍ରକାଶ ପାଇଛି ପରିସଂଖ୍ୟାନବିତଙ୍କ ଏକାଧିକ ଥିଓରୀ। ଲିଙ୍ଗ ଅନୁପାତରେ ସର୍ବଦା ପୁରୁଷଙ୍କ ଅନୁପାତ ଅଧିକ ଥାଏ। ପ୍ରତି ବର୍ଷ ଏହି ହାରରେ ୧୦୫ ପୁଅରେ ଜନ୍ମ ନିଅନ୍ତି ୧୦୦ ଝିଅ। କିନ୍ତୁ ଯୁଦ୍ଧ ପରେ ଏହାର ମାତ୍ରା ଅଧିକ ଥାଏ।
ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଥମ ବିଶ୍ୱଯୁଦ୍ଧ ପରେ ଅର୍ଥାତ ୧୯୨୦ରେ ସୈନିକମାନେ ରେକର୍ଡ ସଂଖ୍ୟକ ୧୧ ଲକ୍ଷ ପିଲା ଜନ୍ମ କରିଥିଲେ, ଯାହା ଶତାବ୍ଦୀର ଥିଲା ସବୁଠୁ ଅଧିକ। ବ୍ରିଟେନ, ଫ୍ରାନ୍ସ, ଅଷ୍ଟ୍ରିଆ, ଜର୍ମାନୀ, ବେଲଜିୟମ, ଡେନମାର୍କ, ଏବଂ ନେଦରଲ୍ୟାଣ୍ଡ ଭଳି ଦେଶରେ ଦେଖାଦେଇଥିଲା ଏଭଳି ପରିବର୍ତ୍ତନ। ଏହାପରେ ବିଶ୍ୱଯୁଦ୍ଧର ପରବର୍ତ୍ତୀ ବର୍ଷରେ ଝିଅଙ୍କ ତୁଳନାରେ ପୁଅଙ୍କ ଅନୁପାତ କେଇ ଗୁଣା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି।
ଏହି ଅନୁଧ୍ୟାନ ବର୍ଷେ କି ଦୁଇ ବର୍ଷର ନୁହେଁ, ବରଂ ୬୦-୭୦ ବର୍ଷର ଆକଳନ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୫୪ ମସିହାରେ ଏହା ପ୍ରଥମ କରି ଜଣାପଡ଼ିଥିଲା। ଏହି ସମୟରେ ଆମେରିକାରେ ଅଧିକ ପୁତ୍ର ସନ୍ତାନ ଜନ୍ମ ନେଇଥିବା ବୈଜ୍ଞାନିକମାନେ ଲକ୍ଷ୍ୟ କରିଥିଲେ। ଯେଉଁ ଦେଶ ଯୁଦ୍ଧର ସାମ୍ନା କରୁଛି, ସେଠାରେ ଅଧିକ ପୁଅ ଜନ୍ମ ହେଉଛନ୍ତି। ଏହା କୌଣସି ସଂଯୋଗ କିମ୍ବା ହରମୋନ ପାଇଁ ବି ହୋଇପାରେ। କିନ୍ତୁ ଏହାର ପ୍ରକୃତ କାରଣକୁ ନେଇ ବୈଜ୍ଞାନିକମାନେ ସେମାନେଙ୍କ ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି।
ଏହି ଧାରାକୁ ଲକ୍ଷ୍ୟ କରିଛନ୍ତି ଚର୍ଚ୍ଚର ପାଦ୍ରୀ ଜେପି ସୁସମିଲ୍ଚ। ସେ ୧୭୦୦ ଦଶକ ପର୍ଯ୍ୟନ୍ତ ଏହି ଧାରାକୁ ଲକ୍ଷ୍ୟ କରିଛନ୍ତି। କହିଛନ୍ତି- ପ୍ୟାରିସ ରେଜିଷ୍ଟର ଅନୁସାରେ, ଯୁଦ୍ଧ ସମୟରେ ଝିଅମାନଙ୍କ ତୁଳନାରେ ଅଧିକ ପୁଅ ଜନ୍ମ ହୁଅନ୍ତି। ସେ ଏହାକୁ ଐଶ୍ୱର୍ଯ୍ୟ ଶକ୍ତି ବୋଲି କହନ୍ତି। ଯୁଦ୍ଧରେ ସୈନିକମାନଙ୍କ ମୃତ୍ୟୁ ପରେ ଇଶ୍ୱର ପୁଅ ଏବଂ ଝିଅ ଅନୁପାତକୁ ସମାନ କରିବା ପାଇଁ ଏପରି କରୁଥିବା ସେ ବିଶ୍ୱାସ କରନ୍ତି।
ସେହିପରି ଆଉ ଏକ ଥିଓରିରେ କୁହାଯାଇଛି, ମୃତ ସୈନ୍ୟଙ୍କ ଉଚ୍ଚତା ଜୀବିତ ସୈନ୍ୟଙ୍କ ତୁଳନାରେ ଏକ ଇଞ୍ଚ କମ୍। ମନସ୍ତତ୍ତ୍ୱବିତ ସକୋଶୀ କନଜୱାଙ୍କ କହିବା ଅନୁଯାୟା, ଉଚ୍ଚତା ଅଧିକ ଥିବା ଲୋକଙ୍କର ପୁଅ ଜନ୍ମ ହେବାର ସମ୍ଭାବନା ଅଧିକ। ଏହି ସିଦ୍ଧାନ୍ତ ଦର୍ଶାଉଛି ଯେ, ବିଶ୍ୱଯୁଦ୍ଧ ସମୟରେ ଅଧିକ ଡେଙ୍ଗା ଲୋକ ଜୀବିତ ରହିଥିବାରୁ ସେମାନଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି।
ସେହିପରି ମହିଳାଙ୍କ ଋତୁସ୍ରାବ ଚକ୍ର ଏବଂ ଗର୍ଭଧାରଣ ପ୍ରକ୍ରିୟାକୁ ନେଇ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି ପରିସଂଖ୍ୟାନବିତ୍ ବିଲ୍ ଜେମ୍ସ। ତାଙ୍କ କହିବା ଅନୁଯାୟୀ, ଯଦି କୌଣସି ମହିଳା ମାସିକ ଅବଧି ସମୟରେ ଗର୍ଭବତୀ ହୁଅନ୍ତି, ତେବେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ନେବାର ସମ୍ଭାବନା ଅଧିକ। ସୈନିକମାନେ ଯୁଦ୍ଧକ୍ଷେତ୍ରରୁ ଫେରିବା ପରେ ଶାରୀରିକ ସମ୍ପର୍କ ରଖନ୍ତି, ଯାହା ପ୍ରାୟ ମହିଳାଙ୍କ ଋତୁସ୍ରାବ ଅବଧି ମଧ୍ୟରେ ହୋଇଥାଏ। ଏହା ଅଧିକ ପୁତ୍ର ସନ୍ତାନ ଜନ୍ମ ନେବା ପଛରେ ଏକ ସଂଯୋଗ ବୋଲି ସେ କହିଛନ୍ତି।
ତେବେ ଏହି ଥିଓରୀ ଉପରେ ସେପରି କୌଣସି ପ୍ରାମାଣିକ ତଥ୍ୟ ନଥିଲେ ବୈଜ୍ଞାନିକ ହରମୋନ ପ୍ରଭାବକୁ ଗୁରୁତ୍ୱ ଦେଇଛନ୍ତି। ତେବେ ଏହି ପରିସଂଖ୍ୟାନ ଅଧିକ ଗବେଷଣା ତଥା ଅନୁଧ୍ୟାନ କ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି ବୈଜ୍ଞାନିକ।