ଯୁଦ୍ଧ ଭୟରେ ଥରହର ପାକିସ୍ତାନ, ପିଓକେରେ ୧୦୦୦ରୁ ଅଧିକ ମଦ୍ରାସାକୁ କଲା ବନ୍ଦ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ପାକିସ୍ତାନକୁ ଜବାବ ଦେବା ପାଇଁ ଗୋଟିଏ ଗୋଟିଏ ପରେ ବଡ଼ ଆକ୍ସନ ମଧ୍ୟ ନେଉଛି । ଏହାରି ଭିତରେ ଗୁରୁବାର ଭାରତୀୟ ନୌସେନା ଆରବ ସାଗରରେ ଯୁଦ୍ଧାଭ୍ୟାସ କରି ନିଜ ଅଭିଯାନକୁ ଜୋରଦାର କରିଛି । ଭାରତର ଏଭଳି ପଦକ୍ଷେପରେ ପାକିସ୍ତାନ ଭୟଭୀତ ହୋଇଛି । ପାକିସ୍ତାନକୁ ଆକ୍ରମଣର ଭୟ ଘାରିଛି । ଏହି କାରଣରୁ ପାକିସ୍ତାନ ସୀମାରେ ଥିବା ହଜାରେରୁ ଅଧିକ ମଦରସାକୁ ବନ୍ଦ କରିଛି ।ସୂଚନା ଅନୁସାରେ ପାକିସ୍ତାନ ଅଧିକୃତ କାଶ୍ମୀରର ଅଧିକାରୀମାନେ ମଦ୍ରାସାକୁ ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । ପିଓକେର ଧାର୍ମିକ ମାମଲାର ବିଭାଗ ମୁଖ୍ୟ ହାଫିଜ ନଜୀର ଅହମଦ ସ୍କୁଲଗୁଡିକ ଛୁଟି କରାଯାଇଥିବା କହିଛନ୍ତି । ହାଫିଜ ନଜିର କହିଛନ୍ତି, 'ଆମେ କାଶ୍ମୀର ସବୁ ମଦରସା ପାଇଁ ୧୦ ଦିନିଆ ଛୁଟି ଘୋଷଣା କରିଛୁ ।' ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ ସୀମାରେ ଉତ୍ତେଜନା ଓ ଯୁଦ୍ଧ ସମ୍ଭାବନାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । କେବଳ ଏତିକି ନୁହେଁ, ପାକିସ୍ତାନର ଅନେକ ଜିଲ୍ଲରେ ବି ଭୟର ମାହୋଲ ରହିଛି । ମୁଜଫରାବାଦରେ ଏମର୍ଜେନ୍ସି କର୍ମଚାରୀଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତିଙ୍କୁ ସହଯୋଗ ଲୋଡ଼ିଛି ପାକିସ୍ତାନ । ଆମେରିକାରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମନାର

ଯୁଦ୍ଧ ଭୟରେ ଥରହର ପାକିସ୍ତାନ, ପିଓକେରେ ୧୦୦୦ରୁ ଅଧିକ ମଦ୍ରାସାକୁ କଲା ବନ୍ଦ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ପାକିସ୍ତାନକୁ ଜବାବ ଦେବା ପାଇଁ ଗୋଟିଏ ଗୋଟିଏ ପରେ ବଡ଼ ଆକ୍ସନ ମଧ୍ୟ ନେଉଛି । ଏହାରି ଭିତରେ ଗୁରୁବାର ଭାରତୀୟ ନୌସେନା ଆରବ ସାଗରରେ ଯୁଦ୍ଧାଭ୍ୟାସ କରି ନିଜ ଅଭିଯାନକୁ ଜୋରଦାର କରିଛି । ଭାରତର ଏଭଳି ପଦକ୍ଷେପରେ ପାକିସ୍ତାନ ଭୟଭୀତ ହୋଇଛି । ପାକିସ୍ତାନକୁ ଆକ୍ରମଣର ଭୟ ଘାରିଛି । ଏହି କାରଣରୁ ପାକିସ୍ତାନ ସୀମାରେ ଥିବା ହଜାରେରୁ ଅଧିକ ମଦରସାକୁ ବନ୍ଦ କରିଛି ।

ସୂଚନା ଅନୁସାରେ ପାକିସ୍ତାନ ଅଧିକୃତ କାଶ୍ମୀରର ଅଧିକାରୀମାନେ ମଦ୍ରାସାକୁ ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । ପିଓକେର ଧାର୍ମିକ ମାମଲାର ବିଭାଗ ମୁଖ୍ୟ ହାଫିଜ ନଜୀର ଅହମଦ ସ୍କୁଲଗୁଡିକ ଛୁଟି କରାଯାଇଥିବା କହିଛନ୍ତି । ହାଫିଜ ନଜିର କହିଛନ୍ତି, 'ଆମେ କାଶ୍ମୀର ସବୁ ମଦରସା ପାଇଁ ୧୦ ଦିନିଆ ଛୁଟି ଘୋଷଣା କରିଛୁ ।' 

ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ ସୀମାରେ ଉତ୍ତେଜନା ଓ ଯୁଦ୍ଧ ସମ୍ଭାବନାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । କେବଳ ଏତିକି ନୁହେଁ, ପାକିସ୍ତାନର ଅନେକ ଜିଲ୍ଲରେ ବି ଭୟର ମାହୋଲ ରହିଛି । ମୁଜଫରାବାଦରେ ଏମର୍ଜେନ୍ସି କର୍ମଚାରୀଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତିଙ୍କୁ ସହଯୋଗ ଲୋଡ଼ିଛି ପାକିସ୍ତାନ । ଆମେରିକାରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମନାରେ ଭାରତ ସହ ଉତ୍ତେଜନା ହ୍ରାସ କରିବାରେ ତାଙ୍କୁ ସହଯୋଗ କରିବା ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ଗୁରୁବାର ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ଭାରତର ବିଦେଶ ମନ୍ତ୍ରୀ ଜୟଶଙ୍କର ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସହ କଥା ହୋଇଥିଲେ ।