ଯୁଦ୍ଧରେ କେରଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନକୁ ଆସିଲା ନୂଆଦିଲ୍ଲୀ
ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍ ଯୁଦ୍ଧରେ ରୁଷିଆ ପାଇଁ ଲଢୁଥିବା ଜଣେ କେରଳୀ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମସ୍କୋ ନିକଟରେ ଉଠାଇଛି। ସେନାରେ ସାମିଲ ହୋଇଥିବା ସମସ୍ତ ଭାରତୀୟଙ୍କୁ ତୁରନ୍ତ ଫେରାଇଦେବା ପାଇଁ ନୂଆଦିଲ୍ଲୀ ରୁଷିଆ ସରକାରଙ୍କୁ କହିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେରଳ ଥ୍ରୀଶୂର ଜିଲାର ବିନିଲ ଟି.ବି. ରୁଷିଆ ସେନାରେ ରହି ଯୁଦ୍ଧ କରୁଥିବା ବେଳେ ପ୍ରାଣ ହରାଇଥିଲେ। ଏଥିସହିତ ତାଙ୍କ ସମ୍ପର୍କୀୟ ଜୈନ […] The post ଯୁଦ୍ଧରେ କେରଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନକୁ ଆସିଲା ନୂଆଦିଲ୍ଲୀ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍ ଯୁଦ୍ଧରେ ରୁଷିଆ ପାଇଁ ଲଢୁଥିବା ଜଣେ କେରଳୀ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମସ୍କୋ ନିକଟରେ ଉଠାଇଛି। ସେନାରେ ସାମିଲ ହୋଇଥିବା ସମସ୍ତ ଭାରତୀୟଙ୍କୁ ତୁରନ୍ତ ଫେରାଇଦେବା ପାଇଁ ନୂଆଦିଲ୍ଲୀ ରୁଷିଆ ସରକାରଙ୍କୁ କହିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କେରଳ ଥ୍ରୀଶୂର ଜିଲାର ବିନିଲ ଟି.ବି. ରୁଷିଆ ସେନାରେ ରହି ଯୁଦ୍ଧ କରୁଥିବା ବେଳେ ପ୍ରାଣ ହରାଇଥିଲେ। ଏଥିସହିତ ତାଙ୍କ ସମ୍ପର୍କୀୟ ଜୈନ ଟି.କେ ଆହତ ହୋଇଥିଲେ। ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କୁ ବହୁବାର ନିବେଦନ କରାଯାଇଥଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା ବୋଲି ବିନିଲଙ୍କ ସମ୍ପର୍କୀୟ କହିଛନ୍ତି।
The post ଯୁଦ୍ଧରେ କେରଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନକୁ ଆସିଲା ନୂଆଦିଲ୍ଲୀ appeared first on Dharitri Odia News.