ଯୁବକଙ୍କ ଉପରକୁ ୫ ରାଉଣ୍ଡ ଗୁଳି କଲେ ଦୁର୍ବୃତ୍ତ, ମେଡିକାଲରେ ଭର୍ତ୍ତି
ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୧୮ ନମ୍ବର ଜାତୀୟ ରାଜପଥ ବାଇଗଣବାଡ଼ିଆ-କୁଚେଇ ମଝିରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଯୁବକ ଗୁରୁତର ହୋଇ ବାରିପଦା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ଆହତ ଯୁବକ ଜଣକ ହେଲେ କୋଳିଅଣା ଥାନା କାମସା ଗ୍ରାମର ଶିବାନନ୍ଦ ବାରିକ(୩୦)। ସୂଚନାଯୋଗ୍ୟ, ଶିବାନନ୍ଦ କୋଳିଅଣାସ୍ଥିତ ମଦ କାଉଣ୍ଟରରୁ ଟଙ୍କା ନେଇ ବାରିପଦା ଆସୁଥିବାବେଳେ ଦୁଇଟି ବାଇକ୍ରେ ୪ ଜଣ […] The post ଯୁବକଙ୍କ ଉପରକୁ ୫ ରାଉଣ୍ଡ ଗୁଳି କଲେ ଦୁର୍ବୃତ୍ତ, ମେଡିକାଲରେ ଭର୍ତ୍ତି appeared first on Dharitri Odia News.
ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୧୮ ନମ୍ବର ଜାତୀୟ ରାଜପଥ ବାଇଗଣବାଡ଼ିଆ-କୁଚେଇ ମଝିରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଯୁବକ ଗୁରୁତର ହୋଇ ବାରିପଦା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ଆହତ ଯୁବକ ଜଣକ ହେଲେ କୋଳିଅଣା ଥାନା କାମସା ଗ୍ରାମର ଶିବାନନ୍ଦ ବାରିକ(୩୦)।
ସୂଚନାଯୋଗ୍ୟ, ଶିବାନନ୍ଦ କୋଳିଅଣାସ୍ଥିତ ମଦ କାଉଣ୍ଟରରୁ ଟଙ୍କା ନେଇ ବାରିପଦା ଆସୁଥିବାବେଳେ ଦୁଇଟି ବାଇକ୍ରେ ୪ ଜଣ ଯୁବକ ତାଙ୍କୁ ପିଛା କରିଥିଲେ। କୁଚେଇ-ବାଇଗଣବାଡ଼ିଆ ରାସ୍ତା ନିକଟରେ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିତ୍ରୁ ଗୋଟିଏ ଗୁଳି ତାଙ୍କ ଜଙ୍ଘରେ ବାଜିଥିବାବେଳେ ଆଉ ଗୋଟିଏ ଗୁଳି ମୁଣ୍ଡରେ ବାଜି ଗୁରୁତର ହୋଇଛନ୍ତି। ତେବେ ଟଙ୍କା ବ୍ୟାଗ୍ ଛଡ଼ାଇବାକୁ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ପହଞ୍ଚିଯିବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ବଙ୍ଗଳାରେ କଥାବାର୍ତ୍ତା ହେଉଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
The post ଯୁବକଙ୍କ ଉପରକୁ ୫ ରାଉଣ୍ଡ ଗୁଳି କଲେ ଦୁର୍ବୃତ୍ତ, ମେଡିକାଲରେ ଭର୍ତ୍ତି appeared first on Dharitri Odia News.