ମହିଳା ଭଡ଼ାଟିଆଙ୍କ ବେଡରୁମ୍, ୱାସରୁମ୍ରେ କ୍ୟାମେରା ଲଗାଇ ଘର ମାଲିକଙ୍କ ପୁଅ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀର ସକାରପୁର ଅଞ୍ଚଳରେ ଜଣେ ୩୦ ବର୍ଷୀୟ ଯୁବକ ତାଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କ ୱାସରୁମ୍ ଏବଂ ବେଡରୁମ୍ରେ ସ୍ପାଏ କ୍ୟାମେରା ଲଗାଇଥିବା ଅଭିଯୋଗରେ ଗିରଫ ହୋଇଛି। ଉକ୍ତ ମହିଳା ଜଣଙ୍କ ଦିଲ୍ଲୀରେ ରହି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିକଟରେ ସେ ଉତ୍ତରପ୍ରଦେଶରେ ନିଜ ଘରକୁ ଯିବା ସମୟରେ ଘର ମାଲିକଙ୍କ ପୁଅ କରନକୁ ଘର ଚାବି ଦେଇ ଯାଇଥିଲେ। ତେବେ ତାଙ୍କ ଅନୁପସ୍ଥିତିରେ କରନ ଘର ଖୋଲି ତାଙ୍କ […]

ନୂଆଦିଲ୍ଲୀ: ଦିଲ୍ଲୀର ସକାରପୁର ଅଞ୍ଚଳରେ ଜଣେ ୩୦ ବର୍ଷୀୟ ଯୁବକ ତାଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କ ୱାସରୁମ୍ ଏବଂ ବେଡରୁମ୍ରେ ସ୍ପାଏ କ୍ୟାମେରା ଲଗାଇଥିବା ଅଭିଯୋଗରେ ଗିରଫ ହୋଇଛି। ଉକ୍ତ ମହିଳା ଜଣଙ୍କ ଦିଲ୍ଲୀରେ ରହି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିକଟରେ ସେ ଉତ୍ତରପ୍ରଦେଶରେ ନିଜ ଘରକୁ ଯିବା ସମୟରେ ଘର ମାଲିକଙ୍କ ପୁଅ କରନକୁ ଘର ଚାବି ଦେଇ ଯାଇଥିଲେ। ତେବେ ତାଙ୍କ ଅନୁପସ୍ଥିତିରେ କରନ ଘର ଖୋଲି ତାଙ୍କ ୱାସରୁମ୍ ଏବଂ ବେଡରୁମ୍ ବଲ୍ ହୋଲ୍ଡରରେ ସ୍ପାଏ କ୍ୟାମେରା ଖଞ୍ଜିଥିଲେ। ମହିଳା ଜଣଙ୍କ ତାଙ୍କ ହ୍ବାଟ୍ସଆପ୍ରେ ଏକ ଅସାଧାରଣ କାର୍ଯ୍ୟ ଦେଖିବାପରେ ସନ୍ଦେହ କରିଥିଲେ। ମହିଳା ଜଣଙ୍କ ଦେଖିଥିଲେ ଯେ ତାଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ୍ ଜଣେ ଅଜଣା ବ୍ୟକ୍ତିଙ୍କ ଲାପଟପ୍ରେ ଲଗ୍ ଇନ୍ ହୋଇଛି। ସେ ତୁରନ୍ତ ଲଗ୍ ଆଉଟ୍ କରିବା ସହ ଜାଣିପାରିଥିଲେ ଯେ ତାଙ୍କର ଗୁଇନ୍ଦାଗିରି କରାଯାଇଛି। ମହିଳା ଜଣଙ୍କ ତାଙ୍କ ୱାସରୁମ୍ର ବଲ୍ ହୋଲ୍ଡରରେ ସ୍ପାଏ କ୍ୟାମେରା ଦେଖିବାପରେ ପୁଲିସରେ ଖବର ଦେଇଥିଲେ। ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିବାପରେ ତାଙ୍କ ବେଡରୁମ୍ରୁ ମଧ୍ୟ ସ୍ପାଏ କ୍ୟାମେରା ପାଇଥିଲା। ପୁଲିସ ଏହି ମାମଲାରେ କରନକୁ ଗିରଫ କରିଛି। ସେ ମଧ୍ୟ ନିଜ ଦୋଷ ସ୍ବୀକାର କରିଛି।