ରଥ ପଥ ଜଗନ୍ନାଥ
ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାଚୀନତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ଏହାର ବର୍ଣ୍ଣନା ବିଭିନ୍ନ ପୁରାଣ ଓ ବେଦରେ ରହିଛି । ଋକବେଦରେ ଥିବା ବର୍ଣ୍ଣନା ଅନୁସାରେ ସୂର୍ଯ୍ୟଦେବ ସବୁବେଳେ ରଥରେ ଯାତ୍ରା କରିଥାଆନ୍ତି । ତେବେ ଶ୍ରୀଜିୟୁଙ୍କର ରଥଯାତ୍ରା ବା ଘୋଷଯାତ୍ରା ପୃଥିବୀ ପ୍ରସିଦ୍ଧ । ଏହା ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଗୋଟିଏ । ଏହା ଠାକୁରଙ୍କର ସର୍ବଶ୍ରେଷ୍ଠ ପର୍ବ ବୋଲି ବିବେଚନା କରାଯାଇଥାଏ । ଓଡ଼ିଆ ଜାତିର ସାଂସ୍କୃତିକ ଜୀବନର ମୁଖ୍ୟ […]

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାଚୀନତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ଏହାର ବର୍ଣ୍ଣନା ବିଭିନ୍ନ ପୁରାଣ ଓ ବେଦରେ ରହିଛି । ଋକବେଦରେ ଥିବା ବର୍ଣ୍ଣନା ଅନୁସାରେ ସୂର୍ଯ୍ୟଦେବ ସବୁବେଳେ ରଥରେ ଯାତ୍ରା କରିଥାଆନ୍ତି । ତେବେ ଶ୍ରୀଜିୟୁଙ୍କର ରଥଯାତ୍ରା ବା ଘୋଷଯାତ୍ରା ପୃଥିବୀ ପ୍ରସିଦ୍ଧ । ଏହା ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଗୋଟିଏ । ଏହା ଠାକୁରଙ୍କର ସର୍ବଶ୍ରେଷ୍ଠ ପର୍ବ ବୋଲି ବିବେଚନା କରାଯାଇଥାଏ । ଓଡ଼ିଆ ଜାତିର ସାଂସ୍କୃତିକ ଜୀବନର ମୁଖ୍ୟ ଧାରା ରୂପେ ଏହା ଗୃହୀତ । ଏହି ଯାତ୍ରାର ବର୍ଣ୍ଣନା ବ୍ରହ୍ମ ପୁରାଣ, ନାରଦ ପୁରାଣ, କପିଳା ସଂହିତା, ସ୍କନ୍ଦ ପୁରାଣ, ନାରଦ ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ ଆଦି ପ୍ରାଚୀନ ପୁରାଣମାନଙ୍କରେ ରହିଛି । ଏହାର ଆରମ୍ଭ ନେଇ ସେଭଳି କୌଣସି ତଥ୍ୟ ନଥିଲେ ମଧ୍ୟ ଏହା ବହୁ ପ୍ରାଚୀନ ବୋଲି ତଥ୍ୟ ରହିଛି । ଏହାର ଆରମ୍ଭକୁ ନେଇ ଅନେକ ବର୍ଣ୍ଣନା ରହିଛି । ବିଭିନ୍ନ ପୁରାଣ ଓ ବିଭିନ୍ନ ଲେଖକ ଏହାକୁ ନେଇ ଅନେକ ନୂଆନୂଆ ତଥ୍ୟ ରଖିଛନ୍ତି । ତେବେ ସବୁବର୍ଷ ରଥଯାତ୍ରାକୁ ନେଇ ବିଶ୍ୱବାସୀଙ୍କ ଭିତରେ ଅନନ୍ୟ ଶ୍ରଦ୍ଧା । ପ୍ରତିଥରକୁ ସମସ୍ତେ ଉପଭୋଗ କରିବାକୁ ଆଶା ରଖନ୍ତି । ସମସ୍ତେ ଏହି ମହାପ୍ରଭୁଙ୍କର ଏହି ଯାତ୍ରାକୁ ଅପେକ୍ଷା କରିଥାଆନ୍ତି । କିଭଳି ଠାକୁରଙ୍କୁ ରଥ ଉପରେ ଦେଖିବେ ସେଥିପାଇଁ ସମସ୍ତେ ଉତ୍କ=ାର ସହିତ ପ୍ରତିବର୍ଷ ଅପେକ୍ଷା କରି ରହିଥାଆନ୍ତି । ପ୍ରତିବର୍ଷ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା । ଏହି ତିଥିରେ ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରା କରି ଥାଆନ୍ତି । ଏହି ନଅଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହି ପୁଣି ଫେରି ଆସନ୍ତି ରନିସିଂହାସନକୁ । ରଥଯାତ୍ରାକୁ ନେଇ ସମଗ୍ର ପୁରୀ ଚଳଚଞ୍ଚଳ ହୋଇଉଠେ । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଏହି ଦିନ ଠାକୁରଙ୍କ ଦର୍ଶନ ପାଇଁ ଭିଡ ଲଗାଇଥାଆନ୍ତି । ଯେଉଁମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ ସେମାନଙ୍କ ପାଇଁ ଏହି ଯାତ୍ରା ବେଶ୍ ଗୁରୁତ୍ୱ ବହନ କରିଥାଏ ।