ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୨ ଜଣଙ୍କ ଜୀବନ
ଭୁବନେଶ୍ବର: ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୨ ଜଣଙ୍କ ଜୀବନ। ଘଟଣା ଘଟିଛି ଧଉଳି ଥାନା ଅନ୍ତର୍ଗତ ଧଉଳି ଛକ ଓ ଉତ୍ତରା ମଧ୍ୟରେ । ଆଜି ରାତି ପ୍ରାୟ ୭ ଟା ବେଳେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଧଉଳି ଛକ ନିକଟରେ ଥିବା ଏକ ମାର୍ବଲ ଦୋକାନ ସମ୍ମୁଖରେ ପୁରୀ ବଳଗଣ୍ଡିର ୫୯ ବର୍ଷୀୟ ନବ କିଶୋର ପାତ୍ର ରାସ୍ତା ପାର କରୁଥିଲେ । ଏତିକି ବେଳେ ଦ୍ରୁତ ଗତିରେ […]

ଭୁବନେଶ୍ବର: ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୨ ଜଣଙ୍କ ଜୀବନ। ଘଟଣା ଘଟିଛି ଧଉଳି ଥାନା ଅନ୍ତର୍ଗତ ଧଉଳି ଛକ ଓ ଉତ୍ତରା ମଧ୍ୟରେ । ଆଜି ରାତି ପ୍ରାୟ ୭ ଟା ବେଳେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଧଉଳି ଛକ ନିକଟରେ ଥିବା ଏକ ମାର୍ବଲ ଦୋକାନ ସମ୍ମୁଖରେ ପୁରୀ ବଳଗଣ୍ଡିର ୫୯ ବର୍ଷୀୟ ନବ କିଶୋର ପାତ୍ର ରାସ୍ତା ପାର କରୁଥିଲେ । ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ପଲସର ୨୦୦ ମଡେଲ ଗାଡି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ନବ କିଶୋରଙ୍କ ମୃତ୍ୟୁ ଘଟିଥିଲା। ଗାଡି ଚଲାଉଥିବା ୨୯ ବର୍ଷୀୟ ଦୀପକ ମଲ୍ଲିକ ସେଠାରେ ପଡିବା ସହ ଗୁରୁତର ହୋଇଯାଇଥିଲେ। ହସ୍ପିଟାଲ ନେବା ବେଳକୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ମୃତକ ଗାଡିଚାଳକଙ୍କ ଘର ବାଲୁଗାଁ ଥାନା ବ୍ରଜରାଜପୁର । ପୁଲିସ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।