ଯୁବକଙ୍କ କାଠଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ଜୀବନ ଗଲା
ପାରଳାଖେମୁଣ୍ଡି,୧୫ା୩(ଗିରିଧାରୀ ପରିଛା): ଜଣେ ଯୁବକଙ୍କ କାଠ ଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକଠାରେ। ମୃତ ଯୁବକ ଜଣକ ହେଲେ ମୋହନା ଥାନା ପିଣ୍ଡିକି ଗାଁର ଭକ୍ତ ବନ୍ଧୁ ନାୟକ। ଶୁକ୍ରବାର ପୂର୍ବାହ୍ନରେ ଭକ୍ତବନ୍ଧୁ ନିଜ ଦୋକାନ ବାରଣ୍ଡାରେ ମୋବାଇଲ ଦେଖୁଥିବା ସମୟରେ ନୀଳାଞ୍ଚଳ ସାହୁ ନାମକ ଯୁବକ ଅତର୍କିତ ଭାବେ କାଠଫାଳିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ କିଛି ଯୁବକ ଭକ୍ତବନ୍ଧୁଙ୍କୁ […] The post ଯୁବକଙ୍କ କାଠଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ଜୀବନ ଗଲା appeared first on Dharitri Odia News.
ପାରଳାଖେମୁଣ୍ଡି,୧୫ା୩(ଗିରିଧାରୀ ପରିଛା): ଜଣେ ଯୁବକଙ୍କ କାଠ ଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକଠାରେ। ମୃତ ଯୁବକ ଜଣକ ହେଲେ ମୋହନା ଥାନା ପିଣ୍ଡିକି ଗାଁର ଭକ୍ତ ବନ୍ଧୁ ନାୟକ। ଶୁକ୍ରବାର ପୂର୍ବାହ୍ନରେ ଭକ୍ତବନ୍ଧୁ ନିଜ ଦୋକାନ ବାରଣ୍ଡାରେ ମୋବାଇଲ ଦେଖୁଥିବା ସମୟରେ ନୀଳାଞ୍ଚଳ ସାହୁ ନାମକ ଯୁବକ ଅତର୍କିତ ଭାବେ କାଠଫାଳିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ କିଛି ଯୁବକ ଭକ୍ତବନ୍ଧୁଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଥଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବ୍ରହ୍ମପୁର ମେଡିକାଲରେ ଭକ୍ତବନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। କାଠ ଫାଳିଆରେ ଆକ୍ରମଣ କରିଥିବା ଯୁବକ ନୀଳାଞ୍ଚଳଙ୍କୁ ମୋହନା ପୋଲିସ ଅଟକ ରଖି ଅଧିକ ତଦନ୍ତ କରାଯାଉଥିବା ଏସ୍ଡିପିଓ ଅଶ୍ୱିନୀ ନାୟକ ସୂଚନା ଦେଇଛନ୍ତି।
The post ଯୁବକଙ୍କ କାଠଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ଜୀବନ ଗଲା appeared first on Dharitri Odia News.