ସଂଗୃହୀତ ରକ୍ତର ହେବ ଡିଏନ୍‌ଏ ଟେଷ୍ଟ

ଭୁବନେଶ୍ୱର,୧୫ା୧(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ରାସ୍ତା ତଥା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରସୁଲଗଡ଼ ରେଳ ଲାଇନ ଓଭରବ୍ରିଜ ଉପରେ ଗତ ୮ ତାରିଖ ସକାଳ ସମୟରେ ପୂର୍ବତନ ପୋଲିସ ମିତ୍ର ତଥା ସଫେଇ କର୍ମଚାରୀ ସଂଘର ସଭାପତିଙ୍କୁ ମାରଣାସ୍ତ୍ରରେ ବୀଭତ୍ସ ହତ୍ୟା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିସାରିଛି । ମାତ୍ର୍‌ ଅନ୍ୟତମ ଅଭିଯୁକ୍ତ ସୁଶାନ୍ତ ନାୟକ ଏବଂ ରମା ନାୟକଙ୍କୁ ଘଟଣାର ୭ ଦିନ ପରେ ବି ପୋଲିସ ଧରିବାରେ ବିଫଳ ହୋଇଛି। ଅପରପକ୍ଷେ ଅଭିଯୁକ୍ତମାନେ […] The post ସଂଗୃହୀତ ରକ୍ତର ହେବ ଡିଏନ୍‌ଏ ଟେଷ୍ଟ appeared first on Dharitri Odia News.

ସଂଗୃହୀତ ରକ୍ତର ହେବ ଡିଏନ୍‌ଏ ଟେଷ୍ଟ

ଭୁବନେଶ୍ୱର,୧୫ା୧(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ରାସ୍ତା ତଥା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରସୁଲଗଡ଼ ରେଳ ଲାଇନ ଓଭରବ୍ରିଜ ଉପରେ ଗତ ୮ ତାରିଖ ସକାଳ ସମୟରେ ପୂର୍ବତନ ପୋଲିସ ମିତ୍ର ତଥା ସଫେଇ କର୍ମଚାରୀ ସଂଘର ସଭାପତିଙ୍କୁ ମାରଣାସ୍ତ୍ରରେ ବୀଭତ୍ସ ହତ୍ୟା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିସାରିଛି । ମାତ୍ର୍‌ ଅନ୍ୟତମ ଅଭିଯୁକ୍ତ ସୁଶାନ୍ତ ନାୟକ ଏବଂ ରମା ନାୟକଙ୍କୁ ଘଟଣାର ୭ ଦିନ ପରେ ବି ପୋଲିସ ଧରିବାରେ ବିଫଳ ହୋଇଛି। ଅପରପକ୍ଷେ ଅଭିଯୁକ୍ତମାନେ ମାରଣାସ୍ତ୍ର ଦ୍ୱାରା ହତ୍ୟା କରିବାରୁ ସହଦେବଙ୍କ ଶରୀରରୁ ପ୍ରବଳ ରକ୍ତ ବାହାରିବା ସହ ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିଲା। ହତ୍ୟାକାଣ୍ଡ ସ୍ଥାନରୁ ରକ୍ତ ନମୁନା ସଂଗ୍ରହ କରି ପୋଲିସ ସାଇଣ୍ଟିଫିକ ଟିମ୍‌ ସହାୟତାରେ ରାଜ୍ୟ ଫରେନ୍‌ସିକ ସାଇନ୍ସ ଲାବୋରେଟୋରି(ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପଠାଇଛି। ତେଣୁ ଘଟଣାସ୍ଥଳରୁ ମିଳିଥିବା ରକ୍ତର ଛିଟା ଓ ଅଭିଯୁକ୍ତଙ୍କ କପଡ଼ାରେ ଲାଗିଥିବା ରକ୍ତର ମେଳ କରାଯିବା ପାଇଁ ସଂଗୃହୀତ ରକ୍ତର ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ହତ୍ୟା କରିଥିବା ସ୍ଥାନରେ କୌଣସି ସିସିଟିଭି ଫୁଟେଜ ନ ଥିବା ସହ ଅଭିଯୁକ୍ତମାନେ ମୁହଁ ସହ ଶରୀରର ସବୁ ଅଙ୍ଗ ଢାଙ୍କି ହୋଇଥିବାରୁ ଡିଏନ୍‌ଏ ଟେଷ୍ଟ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇବାରେ ଅନ୍ୟତମ ବଳିଷ୍ଠ ପ୍ରମାଣ ହୋଇପାରିବ ବୋଲି ପୋଲିସ କହିଛି।
ସୂଚନାନୁସାରେ, ଝିଅକୁ ସ୍କୁଲରୁ ଛାଡ଼ି ସହଦେବ ସ୍କୁଟି ଯୋଗେ ରସୁଲଗଡ଼ ଦେଇ ଯାଉଥିବା ବେଳେ ଓଭରବ୍ରିଜ ଉପରେ ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତମାନେ ହତ୍ୟା କରି ଦୟାନଦୀରେ ମାରଣାସ୍ତ୍ର ଫୋପାଡ଼ି ନୟାଗଡ଼ ଫେରାର ହୋଇଯାଇଥିଲେ। ଏହି ମାମଲାରେ ପୋଲିସ ଲକ୍ଷ୍ମୀଧର ନାୟକ ଓ ତାଙ୍କ ସ୍ତ୍ରୀ ଲିପିକା ନାୟକ, ରାକେଶ ନାୟକ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ନାୟକ ଏବଂ ଅନ୍ୟଜଣେ ତାଙ୍କର ସହଯୋଗୀ ରକି ନାୟକଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କଠାରୁ ରକ୍ତ ଲଗା ମାରଣାସ୍ତ୍ର, ରକ୍ତ ଭିଜାଥିବା ପୋଷାକ ଜବତ ମଧ୍ୟ କରିସାରିଛି।

The post ସଂଗୃହୀତ ରକ୍ତର ହେବ ଡିଏନ୍‌ଏ ଟେଷ୍ଟ appeared first on Dharitri Odia News.