ଏନ୍କାଉଣ୍ଟରରେ ଟଳିପଡ଼ିଲେ ୩ ମାଓବାଦୀ
ଭୁବନେଶ୍ୱର,୩।୧: ଛତିଶଗଡ଼ ଗରିଆବନ୍ଧ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍କାଉଣ୍ଟର ଘଟିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଗରିଆବନ୍ଧ ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ଏନେଇ ସିଆର୍ପିଏଫ୍ ଏବଂ ଡିଆର୍ଜି ଯବାନ ମିଳିତ ଭାବେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ସେତିକିବେଳେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ଗୁଳିମାଡ଼ରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏପରିକି ଯବାନମାନେ ଘଟଣାସ୍ଥଳରୁ […] The post ଏନ୍କାଉଣ୍ଟରରେ ଟଳିପଡ଼ିଲେ ୩ ମାଓବାଦୀ appeared first on Dharitri Odia News.
ଭୁବନେଶ୍ୱର,୩।୧: ଛତିଶଗଡ଼ ଗରିଆବନ୍ଧ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍କାଉଣ୍ଟର ଘଟିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଥିବା ଜଣାପଡିଛି।
ଗରିଆବନ୍ଧ ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ଏନେଇ ସିଆର୍ପିଏଫ୍ ଏବଂ ଡିଆର୍ଜି ଯବାନ ମିଳିତ ଭାବେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ସେତିକିବେଳେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ଯବାନଙ୍କ ଗୁଳିମାଡ଼ରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏପରିକି ଯବାନମାନେ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଯବାନଙ୍କ ପକ୍ଷରୁ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।
The post ଏନ୍କାଉଣ୍ଟରରେ ଟଳିପଡ଼ିଲେ ୩ ମାଓବାଦୀ appeared first on Dharitri Odia News.