୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ
ମୋହନା,୨୭।୧୧( ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେସନ ଗ୍ରୀନ କ୍ଲିନ୍ । ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ଓ ଅନ୍ତରବା ପଞ୍ଚାୟତରେ ଥିବା ହାଚିପଙ୍କା ଓ କଣ୍ଟାପଦର ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଗଜପତି ପୋଲିସ ଖବର ପାଇଥିଲା। ଏହାକୁ ନେଇ ବୁଧବାର ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର […] The post ୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ appeared first on Dharitri Odia News.
ମୋହନା,୨୭।୧୧( ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେସନ ଗ୍ରୀନ କ୍ଲିନ୍ । ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ଓ ଅନ୍ତରବା ପଞ୍ଚାୟତରେ ଥିବା ହାଚିପଙ୍କା ଓ କଣ୍ଟାପଦର ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଗଜପତି ପୋଲିସ ଖବର ପାଇଥିଲା। ଏହାକୁ ନେଇ ବୁଧବାର ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡାଙ୍କ ସହ ୭ ପ୍ଲାଟୁନ୍ ପୋଲିସ ଫୋର୍ସ, ଅବକାରୀ ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲରେ ମିଳିତ ଚଢ଼ାଉ କରାଯାଇଥିଲା। ଚଢାଉରେ ୪୫ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ପ୍ରାୟ ୯୦,୦୦୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇ ଥିବା ବେଳେ ଏହାର ଆନୁମାନିକ ବଜାର ଦର ୯ କୋଟି ଟଙ୍କା ହେବ ବୋଲି ଗଜପତି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
The post ୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ appeared first on Dharitri Odia News.