ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
ଉମରକୋଟ ୨୫।୦୪ : ନବରଙ୍ଗପୁର ଉମରକୋଟ ଥାନା ପନାରୁଚୁଆ ଗାଁରେ ଅଘଟଣ । ବାଇକ୍ ନିକଟରେ ପଡିଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ମୃତକ ଜାମରଣ୍ଡା ଗାଁରେ ବିଶ୍ୱଜିତ୍ ରାଣା ବୋଲି ଜଣାପଡିଛି । ଖବର ଅନୁଯାୟୀ, ପନାରୁଚୁଆ ଗାଁ ନିକଟରେ ବିଶ୍ୱଜିତ୍ଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିଲା । ମୃତଦେହ ନିକଟରେ ଏକ ବାଇକ୍ ମଧ୍ୟ ପଡିରହିଛି । ତେବେ ପାରିପାଶ୍ୱିକ ପରିସ୍ଥିତିକୁ ଦେଖିଲେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅଭିଯୋଗ ପରେ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଉମରକୋଟ ୨୫।୦୪ : ନବରଙ୍ଗପୁର ଉମରକୋଟ ଥାନା ପନାରୁଚୁଆ ଗାଁରେ ଅଘଟଣ । ବାଇକ୍ ନିକଟରେ ପଡିଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ମୃତକ ଜାମରଣ୍ଡା ଗାଁରେ ବିଶ୍ୱଜିତ୍ ରାଣା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ପନାରୁଚୁଆ ଗାଁ ନିକଟରେ ବିଶ୍ୱଜିତ୍ଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିଲା । ମୃତଦେହ ନିକଟରେ ଏକ ବାଇକ୍ ମଧ୍ୟ ପଡିରହିଛି । ତେବେ ପାରିପାଶ୍ୱିକ ପରିସ୍ଥିତିକୁ ଦେଖିଲେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅଭିଯୋଗ ପରେ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।