ଯୁବକଙ୍କ ଜୀବନ ନେଲା ମୁକୁଳା ଡ୍ରେନ୍‌

ପୌରସଂସ୍ଥାର ଅବହେଳା ଯୋଗୁ ଏହି ଅଘଟଣ ଘଟିଥିବା କୁହାଯାଉଛି।

ଯୁବକଙ୍କ ଜୀବନ ନେଲା ମୁକୁଳା ଡ୍ରେନ୍‌

ମୃତ୍ୟୁର ଠିକଣା କିଏ ଦେଖିଛି। ବାଟରେ ଚାଲୁ ଚାଲୁ ମୃତ୍ୟୁ କେଉଁଠି ଅପେକ୍ଷା କରିଥିବ ତାହା କିଏ ଜାଣିଛି। ଆଜି ଠିକ୍‌ ସେମିତି ଏକ ଦୁଃଖଦ ଘଟଣାଟିଏ ଘଟିଛି। ଜଣେ ଯୁବକ ପରିତ୍ସା କରିବା ବେଳେ ଡ୍ରେନରେ ଖସି ତାଙ୍କ ଜୀବନ ଚାଲି ଯାଇଛି।

ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଗଜପତି ନଗରରେ ଏହି ଅଘଟଣ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ପୁରୀ ଗଜପତି ନଗରର ବାବି ଚୌଧୁରୀ।

ବାବି ଡ୍ରେନ ନିକଟରେ ପରିତ୍ସା କରୁଥିଲେ। ହଠାତ୍ ସେ ମୁକୁଳା ଡ୍ରେନରେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ପୌରସଂସ୍ଥାର ଅବହେଳା ଯୋଗୁ ଏହି ଅଘଟଣ ଘଟିଥିବା କୁହାଯାଉଛି।