ଯୁବକଙ୍କୁ ଅର୍ଦ୍ଧଲଗ୍ନ କରି ଗଛରେ ବାନ୍ଧି ଛେଚିଦେଇ ଗଲେ…
ଭୁବନେଶ୍ୱର,୨।୧୧: ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ବଡ଼ସହରା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୀମା ଟପିଛି ବର୍ବରତା। ଜଣେ ଯୁବକଙ୍କୁ ଅର୍ଦ୍ଧଉଲଗ୍ନ କରି ରାସ୍ତା କଡ଼ ଗଛରେ ବାନ୍ଧି ଅତି ନିର୍ଦ୍ଦୟ ଭାବେ ୩ରୁ ୪ଜଣ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷେ ଯୁବକ ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ହେଲେ ଯୁବକଙ୍କୁ ଦେଢଶୁରଙ୍କ […] The post ଯୁବକଙ୍କୁ ଅର୍ଦ୍ଧଲଗ୍ନ କରି ଗଛରେ ବାନ୍ଧି ଛେଚିଦେଇ ଗଲେ… appeared first on Dharitri Odia News.
ଭୁବନେଶ୍ୱର,୨।୧୧: ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ବଡ଼ସହରା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୀମା ଟପିଛି ବର୍ବରତା। ଜଣେ ଯୁବକଙ୍କୁ ଅର୍ଦ୍ଧଉଲଗ୍ନ କରି ରାସ୍ତା କଡ଼ ଗଛରେ ବାନ୍ଧି ଅତି ନିର୍ଦ୍ଦୟ ଭାବେ ୩ରୁ ୪ଜଣ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଅନ୍ୟପକ୍ଷେ ଯୁବକ ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ହେଲେ ଯୁବକଙ୍କୁ ଦେଢଶୁରଙ୍କ ପରିବାର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଆହତ ଯୁବକ ଜଣକ ଗାଳିଗୁଳଜ କରିଥିବା ସନ୍ଦେହରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
The post ଯୁବକଙ୍କୁ ଅର୍ଦ୍ଧଲଗ୍ନ କରି ଗଛରେ ବାନ୍ଧି ଛେଚିଦେଇ ଗଲେ… appeared first on Dharitri Odia News.