ଯୁବକଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଗୋଷ୍ଠୀ ବିବାଦରୁ ହତ୍ୟା ସଂଦେହ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ରାଣୀ ବଗିଚା ବିଜୁ ପଟ୍ଟନାୟକ ଛକ ନିକଟରେ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ କେହି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।  ଯୁବକ ଜଣକ ସୁନ୍ଦରଗଡ଼ ସହର ଗାନ୍ଧୀପଡ଼ାର ବାବୁଲି କାକ ବୋଲି ସୂଚନା ମିଳିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଟାଉନ ଥାନା ପୋଲିସର ତନାଘନା ଜାରି ରହିଛି ।ବାବୁଲି ପୌର […] The post ଯୁବକଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଗୋଷ୍ଠୀ ବିବାଦରୁ ହତ୍ୟା ସଂଦେହ appeared first on KNews Odisha.

ଯୁବକଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଗୋଷ୍ଠୀ ବିବାଦରୁ ହତ୍ୟା ସଂଦେହ
sng

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ରାଣୀ ବଗିଚା ବିଜୁ ପଟ୍ଟନାୟକ ଛକ ନିକଟରେ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ କେହି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।  ଯୁବକ ଜଣକ ସୁନ୍ଦରଗଡ଼ ସହର ଗାନ୍ଧୀପଡ଼ାର ବାବୁଲି କାକ ବୋଲି ସୂଚନା ମିଳିଛି ।

ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଟାଉନ ଥାନା ପୋଲିସର ତନାଘନା ଜାରି ରହିଛି ।ବାବୁଲି ପୌର ପରିଷଦର ସଫେଇ ସୁପର ଭାଇଜର ଭାବରେ କାର୍ଯ୍ୟ କରୁଥିଲେ । ସୂଚନା ଅନୁସାରେ, ପଡ଼ାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରୁ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି ।

ସନ୍ଧ୍ୟା ପାଖାପାଖି ସାଢେ଼ ପାଞ୍ଚଟା ବେଳେ ବାବୁଲି କାର୍ଯ୍ୟ ବଣ୍ଟନ କରିବା ପାଇଁ ଯାଇଥିବା ବେଳେ ସେଠାରେ ତିନୋଟି ବାଇକରେ ପାଞ୍ଚରୁ ଛଅ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବରେ ଧାରୁଆ ଅସ୍ତ୍ରରେ ବାବୁଲିକୁ ଆକ୍ରମଣ କରି ସେଠାରୁ ଫେରାର ମାରିଥିଲେ । ଘଟଣାସ୍ଥଳରେ ବାବୁଲି ଛଟପଟ ହେଉଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ତିନି ଜଣ ଦୁର୍ବୃତ୍ତ ଆତ୍ମସମର୍ପଣ କରିଥିବା ସୂଚନା ରହିଛି ।

The post ଯୁବକଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଗୋଷ୍ଠୀ ବିବାଦରୁ ହତ୍ୟା ସଂଦେହ appeared first on KNews Odisha.