ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଜମୁର୍ଡା ଗ୍ରାମର ସଞ୍ଜୀବ ପ୍ରଧାନ(୩୭), ବାଙ୍କ ପାଣ୍ଡେ(୩୫), ଗଣେଶ ସାହୁ(୧୯), ଲବରୁ ବରିହା(୪୦) ଏବଂ ମେଲଛାମୁଣ୍ଡା ଥାନା ଟେମେରପଦର ଗ୍ରାମର କୈଲାସ ଭୁଏ(୩୨) । ସେମାନଙ୍କୁ ଗୁରୁବାର ସନ୍ଧ୍ୟାରେ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଛି। ଏ ନେଇ ମୃତ ପିଙ୍କୁଙ୍କ ବଡଭାଇ ମନୋଜଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା […] The post ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ appeared first on Dharitri Odia News.

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଜମୁର୍ଡା ଗ୍ରାମର ସଞ୍ଜୀବ ପ୍ରଧାନ(୩୭), ବାଙ୍କ ପାଣ୍ଡେ(୩୫), ଗଣେଶ ସାହୁ(୧୯), ଲବରୁ ବରିହା(୪୦) ଏବଂ ମେଲଛାମୁଣ୍ଡା ଥାନା ଟେମେରପଦର ଗ୍ରାମର କୈଲାସ ଭୁଏ(୩୨) । ସେମାନଙ୍କୁ ଗୁରୁବାର ସନ୍ଧ୍ୟାରେ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଛି। ଏ ନେଇ ମୃତ ପିଙ୍କୁଙ୍କ ବଡଭାଇ ମନୋଜଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା (ନଂ-୬୩/୨୫) ରୁଜୁ କରିଛି।

ତେବେ ମୃତକଙ୍କ ବଡ଼ଭାଇଙ୍କ ଏତଲାକ୍ରମେ ଉପରୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଚାଲିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ଗତ ୧୪ତାରିଖରୁ ଗିରଫ ଅଭିଯୁକ୍ତ ସଞ୍ଜୀବ ଏବଂ ଅନ୍ୟ ୪ଅଭିଯୁକ୍ତ ମୃତ ଯୁବକ ପିଙ୍କୁଙ୍କୁ ଘରୁ ଡାକି ନେଇ ବଲାଙ୍ଗୀର ଜିଲାରେ ହୋଇଥିବା ଏକ କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରୁ ସେମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମକୁ ପହଞ୍ଚି ଥିଲେ। ହେଲେ ମୃତ ଯୁବକ ପିଙ୍କୁ ତାଙ୍କ ଘରକୁ ଫେରି ନ ଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତ ସଞ୍ଜୀବ ମୃତ ଯୁବକ ପିଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମର ଉପରପଡାରେ ରହିଥିବା ଏକ ଗାଡିରେ ପଡ଼ି ରହିଛନ୍ତି ବୋଲି ବୁଧବାର ସକାଳେ ମୃତକଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ । ପରିବାର ଓ ସମ୍ପର୍କୀୟ ଲୋକେ ସେଠାକୁ ପହଞ୍ଚିଥିଲେ ଏବଂ ସେଠାରେ ପିଙ୍କୁଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଶରୀରର ଛାତି ସମେତ ବିଭିନ୍ନ ସ୍ଥାନରେ ମାଡ ଦାଗ ରହିଥିବା ମଧ୍ୟ ସେମାନେ ଦେଖିବାକୁ ପାଇଥିଲେ। ଏ ନେଇ ସୂଚନା ଦେବା ପରେ ବରଗ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଗ୍ରାମାଞ୍ଚଳ ଥାନା ଆଇଆଇସି ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ଅନୁସନ୍ଧାନୀ କୁକୁର ସହିତ ଜମୁର୍ଡା ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

The post ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ appeared first on Dharitri Odia News.