ଯେଉଁ ବିଜେଡି ନେତାଙ୍କ ପାଖରେ ସାଇକେଲ ନଥିଲା, ଆଜି ସେମାନଙ୍କ ପାଖରେ ଲମ୍ୱା ଗାଡ଼ି: ପିଏମ୍ ମୋଦୀ
ବାଲେଶ୍ୱର: ଚଳିତ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ବାଲେଶ୍ୱରର ରେମୁଣାରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ସହ ବିଜେଡି ସରକାରକୁ ଶାଣିତ ସ୍ୱରରେ ଟାର୍ଗେଟ୍ କରିଛନ୍ତି । ଓଡ଼ିଶାରେ ଭାଷଣ ଆରମ୍ଭ କରିବା ସହ ଜୟ ଜଗନ୍ନାଥ ନାରା ଦେଇଛନ୍ତି । ବାଲେଶ୍ୱରକୁ ଶିବ ଧାମ କହିବା ସହ ଏହା ଧାନ, ପାନ ଏବଂ ମୀନ ମାଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି, 'ଆଜି ମୁଁ ଓଡ଼ିଶାର ଲୋକଙ୍କ ସାମନାରେ ଏକ ସମ୍ୱେଦନଶୀଳ ପ୍ରସଙ୍ଗ ଉଠାଇବାକୁ ଚାହୁଁଛି । ଏହି ପ୍ରସଙ୍ଗ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ସହ ଜଡିତ । ଆଜି ନବୀନ ବାବୁଙ୍କ ଶୁଭେଚ୍ଛୁ ଏହା ଦେଖି ଚିନ୍ତିତ ଯେ ଗତ ଏକ ବର୍ଷରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିବାରେ ଲାଗିଛି ।' ସେ କହିଛନ୍ତି, 'ଯେଉଁମାନେ ବର୍ଷ ବର୍ଷ ଧରି ନବୀନଙ୍କ ସହ ରହିଥିଲେ, ସେମାନେ କହୁଛନ୍ତି ଆଜି ନବୀନ ବାବୁ ନିଜେ କିଛି କରିପାରୁ ନାହାନ୍ତି । ସେମାନେ ଆଶଂକା କରୁଛନ୍ତି ଯେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପଛରେ କିଛି ଷଡଯନ୍ତ୍ର ରହିପାରେ । ଜୁନ୍ ୧୦ରେ ବିଜେପି ସରକାର ଆସିବା ପରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଏହାର ତଦନ୍ତ କରିବ ।'ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୋଦୀଙ୍କ ଗ୍ୟାରେଣ୍ଟି ସାରା ଦେଶର ଅଦ୍ଭୂତପୂର୍ବ ଭରସା ୧୦ ବର୍ଷର ସଶକ୍
ବାଲେଶ୍ୱର: ଚଳିତ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ବାଲେଶ୍ୱରର ରେମୁଣାରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ସହ ବିଜେଡି ସରକାରକୁ ଶାଣିତ ସ୍ୱରରେ ଟାର୍ଗେଟ୍ କରିଛନ୍ତି । ଓଡ଼ିଶାରେ ଭାଷଣ ଆରମ୍ଭ କରିବା ସହ ଜୟ ଜଗନ୍ନାଥ ନାରା ଦେଇଛନ୍ତି । ବାଲେଶ୍ୱରକୁ ଶିବ ଧାମ କହିବା ସହ ଏହା ଧାନ, ପାନ ଏବଂ ମୀନ ମାଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, 'ଆଜି ମୁଁ ଓଡ଼ିଶାର ଲୋକଙ୍କ ସାମନାରେ ଏକ ସମ୍ୱେଦନଶୀଳ ପ୍ରସଙ୍ଗ ଉଠାଇବାକୁ ଚାହୁଁଛି । ଏହି ପ୍ରସଙ୍ଗ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ସହ ଜଡିତ । ଆଜି ନବୀନ ବାବୁଙ୍କ ଶୁଭେଚ୍ଛୁ ଏହା ଦେଖି ଚିନ୍ତିତ ଯେ ଗତ ଏକ ବର୍ଷରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିବାରେ ଲାଗିଛି ।' ସେ କହିଛନ୍ତି, 'ଯେଉଁମାନେ ବର୍ଷ ବର୍ଷ ଧରି ନବୀନଙ୍କ ସହ ରହିଥିଲେ, ସେମାନେ କହୁଛନ୍ତି ଆଜି ନବୀନ ବାବୁ ନିଜେ କିଛି କରିପାରୁ ନାହାନ୍ତି । ସେମାନେ ଆଶଂକା କରୁଛନ୍ତି ଯେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପଛରେ କିଛି ଷଡଯନ୍ତ୍ର ରହିପାରେ । ଜୁନ୍ ୧୦ରେ ବିଜେପି ସରକାର ଆସିବା ପରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଏହାର ତଦନ୍ତ କରିବ ।'
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୋଦୀଙ୍କ ଗ୍ୟାରେଣ୍ଟି ସାରା ଦେଶର ଅଦ୍ଭୂତପୂର୍ବ ଭରସା ୧୦ ବର୍ଷର ସଶକ୍ତ ଟ୍ରାକ୍ ରେକର୍ଡ ରହିଛି । ବାଲେଶ୍ୱର ମିସାଇଲ୍ ସିଟି ହୋଇଥିବା ବେଳେ ଗତ ୧୦ ବର୍ଷର ଭାରତର ମିଶାଇଲ ଶକ୍ତି ବୃଦ୍ଧ ପାଇଛି । କରୋନା ପରି ମହାମାରୀ ସତ୍ବେ ଭାରତର ଦୁନିଆର ସବୁଠୁ ବିକଶିତ ଅର୍ଥନୀତି ହୋଇଛି । ୧୦ ବର୍ଷରେ ବିନା କୌଣସି ଦୁର୍ନୀତିରେ ସରକାର ଚଲାଇଛି ମୋଦୀ । କାଶ୍ମୀରରୁ ୩୭୦ର ପ୍ରାଚୀର ଭାଙ୍ଗିବାରେ ସଫଳ ହୋଇଛୁ । ଆଜି ସେଠାରେ ଲୋକତନ୍ତ୍ରର ଉତ୍ସବ ପାଳନ କରାଯାଉଛି । କୋଟି କୋଟି ରାମ ଭକ୍ତ ରାମଙ୍କ କାର୍ଯ୍ୟରେ ଯୋଡ଼ି ହେଲେ । କରସେବକ ମଧ୍ୟ ଅଯୋଧ୍ୟାରେ ମନ୍ଦିର ନିର୍ମାଣର ଆଶା ଛାଡ଼ି ସାରିଥିଲେ । ଆଜି ୫୦୦ ବର୍ଷର ଅପେକ୍ଷାର ଅନ୍ତ ହୋଛି । ରାମଲାଲା ଟେଣ୍ଟରୁ ବାହାରି ଭବ୍ୟ ମନ୍ଦିରରେ ବିରାଜିତ ହୋଇଛନ୍ତି । ଯାହା ହେଲା ତାହା ଟ୍ରେଲର ଥିଲା, ଆଗାମୀ ୫ ବର୍ଷ ବିକାଶ ଏବଂ ବିଶ୍ୱାସ ବଢିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଓଡ଼ିଶାରେ ମୁଁ ଯେଉଁ ଜାଗାକୁ ଯାଇଛି, ସେଠି ଲୋକେ ମୋତେ କହୁଛନ୍ତି ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ହେବ । ସାରା ଓଡ଼ିଶାରେ ଗୋଟିଏ ମତ, ଗୋଟିଏ ବିଚାର ଓଡ଼ିଆ ଅସ୍ମିତା ଏବଂ ଓଡ଼ିଶାର ବିକାଶ ପାଇଁ ଦୁଇ ଥର ପଦ୍ମ । ଦୁଇ ଥର ପଦ୍ମ, ଦୁଇ ଥର ବିକାଶ । ଦିଲ୍ଲୀ ଆଉ ଭୁବନେଶ୍ୱରରେ ବିଜେପି ସରକାର ରହିଲେ ବିକାଶ ଗତି ଧରିବ ।'
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଆପଣମାନେ ବିଜେଡିକୁ ୨୫ ବର୍ଷ ଦେଇଛନ୍ତି । ସେମାନେ ବିକାଶ ନାଁରେ ଆପଣଙ୍କ ସହ ବିଶ୍ୱାସଘାତକ କରିଛନ୍ତି । ଦେଶରେ ଏପରି ଅନେକ ରାଜ୍ୟ ଅଛନ୍ତି, ଯେଉଁଠି ସାମୁଦ୍ରିକ କୂଳ ଯୋଗୁଁ ବିକଶ ହୋଇଛି । ଓଡ଼ିଶାରେ ମଧ୍ୟ ଅଛି, କିନ୍ତୁ ଓଡ଼ିଶା ଏଥିପାଇଁ ଗରିବ କାରଣ ପ୍ରଥମେ କଂଗ୍ରେସ ଏହାକୁ ଲୁଟିଲା ଏବେ ୨୫ ବର୍ଷ ବିଜେପି ଲୁଟୁଛି । ଓଡ଼ିଶାରେ ନୂଆ ଉଦ୍ୟୋଗ କଥା ଛାଡ଼ନ୍ତୁ , ଯାହ ଥିଲା ତାହା ମଧ୍ୟ ବନ୍ଦ ହୋଇଯାଇଛି । ରାସ୍ତା ଏବଂ ରେଳ ପାଇଁ ଯାହା କିଛି କାମ ହୋଇଛି ଗତ ୧୦ ବର୍ଷରେ କେନ୍ଦ୍ର ବିଜେପି ସରକାର କରିଛି ।'
ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ବିଜେଡି ନେତାଙ୍କ ଦୁର୍ନୀତି ଓଡ଼ିଶାର ଚାଷୀଙ୍କୁ ବରବାଦ କରିଛି । ଯେଉଁ ବିଜେଡି ନେତାଙ୍କ ପାଖରେ ସାଇକେଲ ନଥିଲା, ଆଜି ସେମାନଙ୍କ ପାଖରେ ଲମ୍ୱା ଲମ୍ୱା ଗାଡ଼ି ରହିଛି । ସରକାରୀ ସମିତିରେ ବି ଦୁର୍ନୀତି କରିଛନ୍ତି । ଚାଷୀଙ୍କ ନାଁରେ ଜାଲିଆତି କରି ଲୋନ୍ ନେଇଗଲେ । ଚାଷୀଙ୍କ ଆୟରେ ବି କଟନୀ ଛଟନୀ କରୁଛନ୍ତି । ବିଜେପି ସରକାର ଆସିଲେ ଏସବୁ ଖେଳ ବନ୍ଦ କରିବ । ବିଜେପି ଆସିଲେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ୍ ପିଛା ୩୧୦୦ ଟଙ୍କା ଦେବ । ଏହାସହ ୪୮ ଘଣ୍ଟା ଭିତରେ ଟଙ୍କ୍ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ।