ଯେଉଁଠାରେ କେବେ ଚାଲିନାହିଁ ମୋଦି ମ୍ୟାଜିକ୍‌, ଏଥର ସେଠାରେ ବଦଳିବ ଇତିହାସ, ଜାଣନ୍ତୁ କ’ଣ କହୁଛି ସର୍ଭେ ଫଳାଫଳ

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି। ଗତଥର ପରି ଏଥର ମଧ୍ୟ ସାତୋଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୯ରେ ଏବଂ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଜୁନ ୧ରେ ହେବ। ଜୁନ ୪ରେ ନିର୍ବାଚନ ଫଳାଫଳ ଆସିବ । ଏଥର ଶାସକ ଭାରତୀୟ ଜନତା ପାର୍ଟି ବିଜୟର ହ୍ୟାଟ୍ରିକ ସ୍କୋର କରିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀ ଦଳ ଭାଜପାକୁ ଅଟକାଇବାକୁ ଏକଜୁଟ ହୋଇଯାଇଛନ୍ତି। […] The post ଯେଉଁଠାରେ କେବେ ଚାଲିନାହିଁ ମୋଦି ମ୍ୟାଜିକ୍‌, ଏଥର ସେଠାରେ ବଦଳିବ ଇତିହାସ, ଜାଣନ୍ତୁ କ’ଣ କହୁଛି ସର୍ଭେ ଫଳାଫଳ appeared first on Dharitri Odia News.

ଯେଉଁଠାରେ କେବେ ଚାଲିନାହିଁ ମୋଦି ମ୍ୟାଜିକ୍‌, ଏଥର ସେଠାରେ ବଦଳିବ ଇତିହାସ, ଜାଣନ୍ତୁ କ’ଣ କହୁଛି ସର୍ଭେ ଫଳାଫଳ

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି। ଗତଥର ପରି ଏଥର ମଧ୍ୟ ସାତୋଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୯ରେ ଏବଂ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଜୁନ ୧ରେ ହେବ। ଜୁନ ୪ରେ ନିର୍ବାଚନ ଫଳାଫଳ ଆସିବ । ଏଥର ଶାସକ ଭାରତୀୟ ଜନତା ପାର୍ଟି ବିଜୟର ହ୍ୟାଟ୍ରିକ ସ୍କୋର କରିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀ ଦଳ ଭାଜପାକୁ ଅଟକାଇବାକୁ ଏକଜୁଟ ହୋଇଯାଇଛନ୍ତି।

୪୦୦ଟି ଆସନ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରୁଥିବା ଭାଜପା ଏଥର ଦକ୍ଷିଣ ଭାରତ ଉପରେ ଧ୍ୟାନ ଦେଉଛି। ଏହି ସମୟରେ TV9 ତାମିଲନାଡୁରେ ଏକ ଓପିନିୟନ ପୋଲ କରିଛି। ଏହି ସର୍ଭେରେ ଆଶ୍ଚର୍ଯ୍ୟଜନକ ଆକଳନ ପ୍ରକାଶ ପାଇଛି।

ସର୍ବେକ୍ଷଣ ଅନୁଯାୟୀ, ତାମିଲନାଡୁର ମୋଟ ୩୯ଟି ଲୋକ ସଭା ଆସନ ମଧ୍ୟରୁ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ୨୩ଟି ସିଟ ପାଇପାରେ। ଏହା ବ୍ୟତୀତ କଂଗ୍ରେସ ୮ଟି ଆସନ ଏବଂ ଭାଜପା ୩ଟି ଆସନ ପାଇବ ବୋଲି ଆଶା କରାଯାଉଛି। ଏଥି ସହିତ, ସିପିଆଇ ୨, ସିପିଆଇଏମ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (ଆଇୟୁଏମଏଲ) ଏବଂ ବିଦୁଥଲାଇ ଚିରୁଥିଗାଲ କାଚି (ଭିସିକେ)୧-୧ ସିଟ ଜିତିପାରେ।

The post ଯେଉଁଠାରେ କେବେ ଚାଲିନାହିଁ ମୋଦି ମ୍ୟାଜିକ୍‌, ଏଥର ସେଠାରେ ବଦଳିବ ଇତିହାସ, ଜାଣନ୍ତୁ କ’ଣ କହୁଛି ସର୍ଭେ ଫଳାଫଳ appeared first on Dharitri Odia News.