ଯେତେ ଖୋଳିଲେ ସେତେ ବାହାରୁଛି, ଯନ୍ତ୍ରୀଙ୍କର ଆଉ ୨୦ଟି ପ୍ଳଟ୍ ଠାବ, ଏଯାବତ୍ ଠାବ ହେଲାଣି ଏତିକି…
ଭୁବନେଶ୍ୱର,୮।୮: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କର ଆଉ ୨୦ଟି ପ୍ଳଟ୍ ଠାବ କରାଯାଇଛି। ଏହା ପୂର୍ବରୁ ୧୦୫ ପ୍ଳଟ୍ ଠାବ ହୋଇଥିଲା। ଏହି ୨୦ଟି ପ୍ଳଟ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ଠାବ କରାଯାଇଥିବା ସୂଚନା ବାଲେଶ୍ୱର ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି। ପୂର୍ବରୁ ପ୍ରଭାସ କୁମାର ପ୍ରଧାନଙ୍କର ଠାବ ହୋଇଥିବା ୮୫ଟି ପ୍ଲଟ ମଧ୍ୟରୁ […] The post ଯେତେ ଖୋଳିଲେ ସେତେ ବାହାରୁଛି, ଯନ୍ତ୍ରୀଙ୍କର ଆଉ ୨୦ଟି ପ୍ଳଟ୍ ଠାବ, ଏଯାବତ୍ ଠାବ ହେଲାଣି ଏତିକି… appeared first on Dharitri Odia News.
ଭୁବନେଶ୍ୱର,୮।୮: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କର ଆଉ ୨୦ଟି ପ୍ଳଟ୍ ଠାବ କରାଯାଇଛି। ଏହା ପୂର୍ବରୁ ୧୦୫ ପ୍ଳଟ୍ ଠାବ ହୋଇଥିଲା। ଏହି ୨୦ଟି ପ୍ଳଟ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ଠାବ କରାଯାଇଥିବା ସୂଚନା ବାଲେଶ୍ୱର ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି।
ପୂର୍ବରୁ ପ୍ରଭାସ କୁମାର ପ୍ରଧାନଙ୍କର ଠାବ ହୋଇଥିବା ୮୫ଟି ପ୍ଲଟ ମଧ୍ୟରୁ ୮୦ଟି କେବଳ ଜଳେଶ୍ୱରରେ ଥିବା ବେଳେ ୪ଟି ପୁରୀ ଜିଲାର ଡେଲାଙ୍ଗରେ ଓ ଗୋଟିଏ ପଶ୍ଚିମବଙ୍ଗର ସୁନାକନିଆରେ ଅଛି। ସୂଚନାଯୋଗ୍ୟ, ଚଢାଉ ବେଳେ ପ୍ରଭାସଙ୍କ ଘରୁ ନଗଦ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା ମିଳିଥିଲା। ତା’ ସହିତ ୩୩୪.୫୫ ଗ୍ରାମର ସୁନା ଅଳଙ୍କାର ମିଳିଥିଲା।
The post ଯେତେ ଖୋଳିଲେ ସେତେ ବାହାରୁଛି, ଯନ୍ତ୍ରୀଙ୍କର ଆଉ ୨୦ଟି ପ୍ଳଟ୍ ଠାବ, ଏଯାବତ୍ ଠାବ ହେଲାଣି ଏତିକି… appeared first on Dharitri Odia News.