ବଡ଼ଠାକୁର ପଡ଼ିଯିବା ଘଟଣା, ଦିଅଁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ କହିଲେ …
ଆଡ଼ପ ମଣ୍ଡପକୁ ବଡ଼ଠାକୁର ବଳଭଦ୍ର ପହଣ୍ଡି ବିଜେ କଲାବେଳେ ମଙ୍ଗଳବାର ଘଟିଥିଲା ଅଘଟଣ। ବଡ଼ଠାକୁର ମୁହଁମାଡ଼ି ତଳେ ପଡ଼ିଯାଇଥଲେ। ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ବଳଭଦ୍ର ଚାରମାଳ ଉପରେ ପଡ଼ିଯିବାରୁ ୭ ସେବାୟତ ଆହତ ହୋଇଛନ୍ତି। ତେବେ ପୂର୍ବଥର ମଧ୍ୟ ଆଡ଼ପ ପହଣ୍ଡି ବେଳେ ଜଗନ୍ନାଥ ହାମୁଡେଇ ପଡ଼ିଥିଲେ। ତେବେ ଏହାକୁ ନେଇ ବରିଷ୍ଠ ସେବାୟତ ଦୁର୍ଗାଦାସ ମହାପାତ୍ର ବୁଧବାର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ଗଣମାଧ୍ୟମକୁ କହିଛନ୍ତି, ଦୀର୍ଘବର୍ଷ ଧରି ଶୃଙ୍ଖଳିତ […] The post ବଡ଼ଠାକୁର ପଡ଼ିଯିବା ଘଟଣା, ଦିଅଁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ କହିଲେ … appeared first on Dharitri Odia News.
ଆଡ଼ପ ମଣ୍ଡପକୁ ବଡ଼ଠାକୁର ବଳଭଦ୍ର ପହଣ୍ଡି ବିଜେ କଲାବେଳେ ମଙ୍ଗଳବାର ଘଟିଥିଲା ଅଘଟଣ। ବଡ଼ଠାକୁର ମୁହଁମାଡ଼ି ତଳେ ପଡ଼ିଯାଇଥଲେ। ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ବଳଭଦ୍ର ଚାରମାଳ ଉପରେ ପଡ଼ିଯିବାରୁ ୭ ସେବାୟତ ଆହତ ହୋଇଛନ୍ତି। ତେବେ ପୂର୍ବଥର ମଧ୍ୟ ଆଡ଼ପ ପହଣ୍ଡି ବେଳେ ଜଗନ୍ନାଥ ହାମୁଡେଇ ପଡ଼ିଥିଲେ। ତେବେ ଏହାକୁ ନେଇ ବରିଷ୍ଠ ସେବାୟତ ଦୁର୍ଗାଦାସ ମହାପାତ୍ର ବୁଧବାର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ଗଣମାଧ୍ୟମକୁ କହିଛନ୍ତି, ଦୀର୍ଘବର୍ଷ ଧରି ଶୃଙ୍ଖଳିତ ପହଣ୍ଡି ପାଇଁ ଦଇତାପତି ନିଯୋଗ ପକ୍ଷରୁ ଚିଠି ଲେଖାଯାଇଛି। ଦାବି ଉପସ୍ଥାପନ କରାଯାଇଛି। ଏକାଧିକ ଥର ମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ହୋଇଛି ମାତ୍ର ଏହାର ସୁଫଳ ଏପର୍ଯ୍ୟନ୍ତ ମିଳିନି। ଆଗାମୀ ଦିନରେ ଯଦି ଏହାର ନିରାକରଣ ନ କରାଯାଏ ତେବେ ଦିଅଁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଆସିବ। ରଥଯାତ୍ରକୁ ନେଇ ଆଗାମୀ ଦିନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ।
The post ବଡ଼ଠାକୁର ପଡ଼ିଯିବା ଘଟଣା, ଦିଅଁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ କହିଲେ … appeared first on Dharitri Odia News.