ଯୋଗ ବଞ୍ଚାଇଦେଲା ଜୀବନ, ମଲାଭଳି ଅଭିନୟ କରି ଅପହରଣକାରୀଙ୍କ ଠାରୁ ନିଜକୁ ବଞ୍ଚାଇଲେ ମହିଳା

ଯୋଗ ଓ ଧ୍ୟାନ ମଣିଷ ଜୀବନରେ କେତେ ପ୍ରଭାବ ପକାଇପାରେ ତାହା ଆପଣ ଜାଣିଛନ୍ତି କି ? ସତରେ କଣ ଏହି ଯୋଗ କରିବା ଦ୍ୱାରା ଜଣେ ବ୍ୟକ୍ତି ଅପହରଣରୁ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇପାରେ କି ? ହଁ ଆଜ୍ଞା ଅପହରଣ ହେବାପରେ ଯୋଗ ମାଧ୍ୟମରେ ନିଜ ଶ୍ୱାସକୁ ବନ୍ଦକରି ଅପହରଣକାରୀଙ୍କୁ ଚଖମା ଦେଇଛନ୍ତି ଏକ ମହିଳା ।  ଯାହା ଫଳରେ ମହିଳାଙ୍କ ଜୀବନ ଚାଲି ଯାଇଛି ଭାବି ଅପହରଣକାରୀ ତାଙ୍କୁ ଛାଡି ଚାଲିଯାଇଥିଲା । […] The post ଯୋଗ ବଞ୍ଚାଇଦେଲା ଜୀବନ, ମଲାଭଳି ଅଭିନୟ କରି ଅପହରଣକାରୀଙ୍କ ଠାରୁ ନିଜକୁ ବଞ୍ଚାଇଲେ ମହିଳା appeared first on KNews Odisha.

ଯୋଗ ବଞ୍ଚାଇଦେଲା ଜୀବନ, ମଲାଭଳି ଅଭିନୟ କରି ଅପହରଣକାରୀଙ୍କ ଠାରୁ ନିଜକୁ ବଞ୍ଚାଇଲେ ମହିଳା
karnataka story

ଯୋଗ ଓ ଧ୍ୟାନ ମଣିଷ ଜୀବନରେ କେତେ ପ୍ରଭାବ ପକାଇପାରେ ତାହା ଆପଣ ଜାଣିଛନ୍ତି କି ? ସତରେ କଣ ଏହି ଯୋଗ କରିବା ଦ୍ୱାରା ଜଣେ ବ୍ୟକ୍ତି ଅପହରଣରୁ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇପାରେ କି ? ହଁ ଆଜ୍ଞା ଅପହରଣ ହେବାପରେ ଯୋଗ ମାଧ୍ୟମରେ ନିଜ ଶ୍ୱାସକୁ ବନ୍ଦକରି ଅପହରଣକାରୀଙ୍କୁ ଚଖମା ଦେଇଛନ୍ତି ଏକ ମହିଳା ।  ଯାହା ଫଳରେ ମହିଳାଙ୍କ ଜୀବନ ଚାଲି ଯାଇଛି ଭାବି ଅପହରଣକାରୀ ତାଙ୍କୁ ଛାଡି ଚାଲିଯାଇଥିଲା । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଘଟଣା ଘଟିଛି କର୍ଣାଟକର ଚି଼କ୍କବଲ୍ଲାପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ତେବେ ଏଠାରେ ଯୋଗ ଶିକ୍ଷା ଦେଉଥିବା ଶିକ୍ଷକଙ୍କୁ ୪ଜଣ ସୁପାରିକିଲର ଅପହରଣ କରିନେଇଥିଲେ । ଏହା ସହ ତାଙ୍କୁ ମାରପିଟ କରିଥିଲେ । ଯାହାଦ୍ୱାରା ମହିଳାଙ୍କ ଶ୍ୱାସ ଅଟକି ଯାଇଥିଲା । ସେହି ସମୟରେ ମହିଳାଙ୍କ ଜୀବନ ଚାଲିଯାଇଥିବା ଜାଣିପାରି ତାଙ୍କୁ ଏକ ଜଙ୍ଗଲରେ ଅପହରଣକାରୀ ମାନେ ଫିଙ୍ଗି ଦେଇଥିଲେ ।

ଏହାପରେ ଅପହରଣକାରୀ ସେ ସ୍ଥାନରୁ ଫେରାର ହୋଇଯାଇଥିଲେ । ଅକ୍ବୋବର ୨୪ ତାରିଖରେ ଏହି ଘଟଣା ଘଟିଛି । ତେବେ ଗୁରୁବାର ଦିନ ଏହି ମାମଲା ସମ୍ପର୍କରେ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ଯାହା ଫଳରେ ଏହି ଘଟଣା ଜଣା ପଡିଥିଲା । ତେବେ ପୀଡିତା ଜଣଙ୍କ କିପରି ନିଜ ଜୀବନକୁ ରକ୍ଷା କରିପାରିଥିଲେ । ଯାହା ମହିଳାଙ୍କ ଜୀବନ କୁ ବଞ୍ଚାଇବାରେ ସାହାଯ୍ୟ କରିଥିଲା ।ସେ ସମସ୍ତ କାହାଣୀ ପୋଲିସ ଙ୍କ ଆଗରେ ବର୍ଣ୍ଣନା କରିଥିଲେ । ଚି଼କ୍କବଲ୍ଲାପୁର ପୋଲିସ ଅଧିକ୍ଷକ କୁଶାଲ କହିଛନ୍ତି କି ଯୋଗ ଶିକ୍ଷୟତ୍ରୀଙ୍କ ସ୍ୱାମୀଙ୍କ ସହ ଭଲ ସମ୍ପର୍କ ନ ଥିଲା । ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ବାଙ୍ଗାଲୋରରେ ଥିବା କୃଷ୍ଣ ରାଜପୁରରେ ବସବାସ କରନ୍ତି । ପୋଲିସର ସୂଚନା ଅନୁସାରେ ପୀଡିତାଙ୍କ ସ୍ୱାମୀଙ୍କ ସାଙ୍ଗ ସନ୍ତୋଷ ମଧ୍ୟ କୃଷ୍ଣରାଜପୁରମରେ ରହନ୍ତି । ନିଜ ସ୍ୱାମୀଙ୍କ ସହ ସମ୍ପର୍କ ଠିକ ନଥିବା ହେତୁ ପୀଡିତାଙ୍କ ସ୍ବାମୀଙ୍କ ସାଙ୍ଗ ସନ୍ତୋଷଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଲା ।

ଏହି କଥାକୁ କେନ୍ଦ୍ରକରି ସନ୍ତୋଷ ଏବଂ ତାଙ୍କ ସ୍ତ୍ରୀ ଵିନ୍ଦୁଙ୍କ ମଧ୍ୟରେ ଝଗଡା ହେବାକୁ ଲାଗୁଥିଲା । ଏଥିରେ ଅଶାନ୍ତି ହୋଇ ବିନ୍ଦୁ ଯୋଗ ଶିକ୍ଷୟତ୍ରୀଙ୍କୁ ମାରିବା ପାଇଁ ଯୋଜନା ତିଆରି କରିଥିଲା । ବିନ୍ଦୁ ସତିଶ ରେଡ୍ଡୀ ନାମକ ବକ୍ତିଙ୍କ ସହ ଯୋଗାଯୋଗ କରିଥିଲା । ଯାହାଙ୍କ ନାମରେ କିଛି ଆଗରୁ ଅପରାଧିକ ମାମଲା ରହିଥିଲା । ଯୋଗ ଶିକ୍ଷୟତ୍ରୀଙ୍କୁ ମାରିବା ପାଇଁ ବିନ୍ଦୁ ଟଙ୍କା ଦେଇଥିଲେ । ବିନ୍ଦୁ ସନ୍ତୋଷଙ୍କୁ ଟଙ୍କା ଦେବା ସହ ତାଙ୍କ ବ୍ୟାଙ୍କ ଆକାଇଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲା । ଯୋଜନା ଅନୁସାରେ ରେଡ୍ଡି କୃଷ୍ଣରାଜପୁରମରେ ଅର୍ଚ୍ଚନାଙ୍କ ସହ ଦେଖା କରିଥିଲେ । ସେ ଯୋଗ ଶିଖିବାକୁ ଇଛା କରୁଥିବା କଥା ଜଣାଇଥିଲେ । କିଛି ଦିନ ଭିତରେ ସେମାନଙ୍କ ମଧ୍ୟରେ ପରିଚୟ ହୋଇଯାଇଥିଲା ।

୨୪ ଅକ୍ଚୋବର ରେ ଏକ ପ୍ରକଲ୍ପ ଦେଖାଇବା ନାମରେ ସନ୍ତୋଷ ରେଡ୍ଡି ପୀଡିତାଙ୍କୁ ନିଜ କାରରେ ଚି଼କ୍କବଲ୍ଲାପୁର ପାଖକୁ ନେଇଯାଇଥିଲା । ଏହାପରେ ଅନ ୩ ଜଣଙ୍କ ସହ ମିଶି ପୀଡିତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପୀଡିତା ବେହୋସ ହୋଇ ଯାଇଥିଲେ ଏବଂ ସେ ଜାଣିଶୁଣି ଜୀବନ ଚାଲିଗଲା ଭଳି ନାଟକ କରିଥିଲେ । ସନ୍ତୋଷ ଏବଂ ତାଙ୍କ ସହଯୋଗୀ ପାଡିତାଙ୍କୁ ଦେଖି ଜୀବନ ଚାଲି ଯାଇଥିବା ଭଳି ଅନୁଭବ କରିଥିଲେ । ଏହାପରେ ରେଡ୍ଡି ଓ ତାଙ୍କ ସହଯୋଗୀ ପୀଡିତା ପିନ୍ଧିଥିବା ଅଳଙ୍କାର ସବୁ ବାହାର କରିନେଇଥିଲେ । ଏହାପରେ ଏକ ଜଙ୍ଗଲ ମଧ୍ୟରେ ଥିବା ଖାଲ ଭିତରକୁ ମହିଳାଙ୍କୁ ପିଙ୍ଗି ଦେଇ ସେମାନେ ପଳାଇଥିଲେ ।

ସେମାନେ ଚାଲିଗଲା ପରେ ବିନ୍ଦୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ମାଗିଥିଲେ । ଏହାପରେ ବାହାରି ସେ ପୋଲିସ ଷ୍ଟେସନକୁ ଯାଇଥିଲେ । ଏକ ମାମଲା ଦାୟର କରିଥିଲେ । ସ୍ପେଶାଲ ଟିମ ଘଟଣାର ତଦନ୍ତ କରିଥିଲେ । ଅପହରଣ କାରୀ ବ୍ୟବହାର କରିଥିବା ଗାଡିକୁ ଉଦ୍ଧାର କରାଯାଇଛି । ଏହାସହ ସନ୍ତୋଷ ରେଡ୍ଡିଙ୍କ ସହ ବାକି ସହଯୋଗୀ ନଗେନ୍ଦ୍ର ରେଡ୍ଡି ,ରବି କୁମାର, ରମନା ରେଡ୍ଡିଙ୍କୁ ଗିରଫ କରାଯାଇଛି । ବିନ୍ଦୁ ପୀଡିତାଙ୍କୁ ମାରିବା ପାଇଁ ସୁପାରୀ ଦେଇଥିବା କଥା ସନ୍ତୋଷ ରେଡ୍ଡୀ ପୋଲିସ ଆଗରେ କହିଥିଲେ । ଏହାପରେ ବିନ୍ଦୁଙ୍କୁ ପୋଲସ ଗିରଫ କରିଥିଲା ।

The post ଯୋଗ ବଞ୍ଚାଇଦେଲା ଜୀବନ, ମଲାଭଳି ଅଭିନୟ କରି ଅପହରଣକାରୀଙ୍କ ଠାରୁ ନିଜକୁ ବଞ୍ଚାଇଲେ ମହିଳା appeared first on KNews Odisha.