ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ
ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା ସହ କାର୍ଯ୍ୟକାରୀ ମଧ୍ୟ କରାଇଛନ୍ତି। ଏପରିକି ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଦ୍ୱାରା ଏହି ପ୍ରକଳ୍ପକୁ ନିକଟରେ ଅନୁମୋଦନ ଦିଆଯାଇଛି। ଫଳରେ ବେଦାନ୍ତର ଜାମକାନି ଓ ଘୋଗରପାଲୀ କ୍ୟାପ୍ଟିଭ ଖଣିରୁ ୧୦୦% ରେଳଭିତ୍ତିକ କୋଇଲା ଛାଡ଼ିବା ସହ ସଡ଼କ ପରିବହନ ପରିବର୍ତ୍ତେ ଏହି ପ୍ରକଳ୍ପ ଅଙ୍ଗାରକାମ୍ଳ ପଦଚିହ୍ନ […] The post ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା ସହ କାର୍ଯ୍ୟକାରୀ ମଧ୍ୟ କରାଇଛନ୍ତି। ଏପରିକି ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଦ୍ୱାରା ଏହି ପ୍ରକଳ୍ପକୁ ନିକଟରେ ଅନୁମୋଦନ ଦିଆଯାଇଛି। ଫଳରେ ବେଦାନ୍ତର ଜାମକାନି ଓ ଘୋଗରପାଲୀ କ୍ୟାପ୍ଟିଭ ଖଣିରୁ ୧୦୦% ରେଳଭିତ୍ତିକ କୋଇଲା ଛାଡ଼ିବା ସହ ସଡ଼କ ପରିବହନ ପରିବର୍ତ୍ତେ ଏହି ପ୍ରକଳ୍ପ ଅଙ୍ଗାରକାମ୍ଳ ପଦଚିହ୍ନ ଓ କୋଇଲା ଲଜିଷ୍ଟିକ୍ସ ବ୍ୟୟକୁ ହ୍ରାସ କରିବ। ୩୭କି.ମି. ବିଶିଷ୍ଟ ରେଳଲାଇନ ବେଦାନ୍ତ କୋଇଲା ଖଣିରୁ କୋଇଲା ପରିବହନକୁ ଶୃଙ୍ଖଳିତ କରିବା ସହିତ ଦ୍ରୁତ ଲୋଡିଂ ସିଷ୍ଟମ ମାଧ୍ୟମରେ କ୍ରମାଗତ କୋଇଲା ଗୁଣ ଓ ଲଜିଷ୍ଟିକ୍ସକୁ ନିଶ୍ଚିତ କରିବ।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍ ସ୍ଲାଭେନ୍ କହିଛନ୍ତି, ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରୀ (ଡ୍ରାଇଭିଂ) ପାଇଁ ଆମେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ, ଯାହା ଆମର ଯୋଗାଣ ଶୃଙ୍ଖଳା କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ। ଏପରିକି ୨୦୫୦ ସୁଦ୍ଧା ନେଟ୍ ଜିରୋ କାର୍ବନ ପ୍ରତି ଆମର ପ୍ରୟାସରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରିବ।
The post ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ appeared first on Dharitri Odia News.