ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ
ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ସୋମବାର ଛତ୍ରପୁର ଏସ୍ଡିଜେଏମ୍ ପ୍ରୀତିଶ କୁମାର ରଥ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଶାନ୍ତିନଗର ନିବାସୀ ଶଙ୍କର ବେହେରା, ଚନ୍ଦ୍ରମଣି ବେହେରା ଓ ବାସନ୍ତୀ ବେହେରା। ଦୋଷୀମାନେ ୧ ବର୍ଷ ପର୍ଯ୍ୟନ୍ତ ଜିଲା ପ୍ରୋବେଶନ ଅଧିକାରୀଙ୍କ ନଜରରେ ରହିବେ ବୋଲି ଏସ୍ଡିଜେଏମ୍ ଆଦେଶ ଦେଇଛନ୍ତି। ଏଥିସହ ସେମାନଙ୍କୁ ୩୦୦୦ […] The post ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ appeared first on Dharitri Odia News.
ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ସୋମବାର ଛତ୍ରପୁର ଏସ୍ଡିଜେଏମ୍ ପ୍ରୀତିଶ କୁମାର ରଥ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଶାନ୍ତିନଗର ନିବାସୀ ଶଙ୍କର ବେହେରା, ଚନ୍ଦ୍ରମଣି ବେହେରା ଓ ବାସନ୍ତୀ ବେହେରା। ଦୋଷୀମାନେ ୧ ବର୍ଷ ପର୍ଯ୍ୟନ୍ତ ଜିଲା ପ୍ରୋବେଶନ ଅଧିକାରୀଙ୍କ ନଜରରେ ରହିବେ ବୋଲି ଏସ୍ଡିଜେଏମ୍ ଆଦେଶ ଦେଇଛନ୍ତି। ଏଥିସହ ସେମାନଙ୍କୁ ୩୦୦୦ ଟଙ୍କା ଜରିମାନା କରିଛନ୍ତି। ଏହି ଅର୍ଥରାଶି ଅଭିଯୋଗକାରିଣୀ ତଥା ନିର୍ଯାତିତା ଅନିତା ମୁଦୁଲିଙ୍କୁ ପ୍ରଦାନ କରାଯିବ ବୋଲି ରାୟରେ ଉଲ୍ଲେଖ ରହିଛି।
୨୦୨୦ ଫେବ୍ରୁଆରୀ ୨୮ ତାରିଖରେ ଅନିତାଙ୍କର ଛତ୍ରପୁର ଶାନ୍ତିନଗର ନିବାସୀ ଶଙ୍କରଙ୍କ ସହିତ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷର ଦାବି ମୁତାବକ ୧ ଲକ୍ଷ ୮୦ ହଜାର ଟଙ୍କା ଓ ଅନ୍ୟାନ୍ୟ ଘରକରଣା ଜିନିଷପତ୍ର ଦିଆଯାଇଥିଲା। କିନ୍ତୁ ବିବାହର ୨ ମାସ ପରେ ବାପଘରୁ ଆଉ ୨ ଲକ୍ଷ ଟଙ୍କା ଆଣିବାକୁ ଅନିତାଙ୍କୁ ସ୍ବାମୀ ଶଙ୍କର, ଶାଶୁ ବାସନ୍ତୀ ଓ ଶ୍ୱଶୁର ଚନ୍ଦ୍ରମଣି ବାଧ୍ୟ କରିଥିଲେ। ଏଥିପାଇଁ ସେମାନେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ବାପଘର ଲୋକ ଆସି ବୁଝାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଅନିତାଙ୍କୁ ଶାଶୁଘର ଲୋକେ ଧମକ ଦେଇଥିଲେ। ତେଣୁ ବାଧ୍ୟ ହୋଇ ସେ ବାପଘରକୁ ଚାଲି ଆସି ୨୦୨୨ ଜୁନ୍ ୮ତାରିଖରେ ଅଭିଯୋଗ କରିଥିଲେ। ଛତ୍ରପୁର ଏସଡ଼ିଜେଏମ କୋର୍ଟରେ ମାମଲା ବିଚାରାଧୀନ ରହିଥିଲା। ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ବିଚାରପତି ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।
The post ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ appeared first on Dharitri Odia News.