ଯୌତୁକ ଯାତନାରେ ଛଟପଟ ସାଲିନୀ ; କାର ପାଇଁ ନିର୍ଯାତନା ଦେଉଛନ୍ତି ଶାଶୁଘର , ସ୍ବାମୀ ଫେରାର

କନକ ବ୍ୟୁରୋ: ଯୌତୂକ ଯାତନାରେ ଛଟପଟ ହେଉଛନ୍ତି ବାଲେଶ୍ୱରର ସାଲିନୀ ଗୁପ୍ତା। ବାହାଘରର ମାସକ ପରେ ସ୍ୱାମୀ ଛାଡ଼ି ଫେରାର୍‌। ସେପଟେ ମୋଟା ଅଙ୍କର ଯୌତୁକ ଆଣିବା ସତ୍ୱେ, କାର୍‌ ପାଇଁ ଶାଶୂଘର ଲୋକ ନିର୍ୟାତନା ଦେଉଛନ୍ତି। ସାମାଜିକ ପ୍ରତିବନ୍ଧକ ପାଇଁ ବାପଘରକୁ ଫେରିପାରୁନାହାଁନ୍ତି। ମାମଲା ଏବେ ବିଚାରାଧୀନ ରହିଛି। ସେପଟେ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ କନକ ନ୍ୟୁଜ୍‌ ଟିମ୍‌କୁ ଦୁର୍ବବ୍ୟବହାର କରିଥିଲେ ସାଲିନୀଙ୍କ ଦେଢ଼ଶୂର। ସାତ ଜନମର ସାଥୀ ହୋଇ ଯାହା ହାତ ଧରିଥିଲେ, ସେ ହିଁ ହାତ ଛାଡ଼ିଦେଲେ। ଯୌତୁକ ଯାତନାରେ ସନ୍ତୁଳି ହେଉଛନ୍ତି ବାଲେଶ୍ୱରର ସାଲିନୀ। ନା ବାପଘରକୁ ଯାଇ ପାରୁଛନ୍ତି ନା ଶାଶୂଘରେ ରହିପାରୁଛନ୍ତି। ଉତ୍ତରପ୍ରଦେଶର ସାଲିନୀଙ୍କ ବିବାହ ୨୦୨୨ ଜାନୁଆରୀ ୨୩ ତାରିଖରେ ବାଲେଶ୍ୱରର ରାଜେନ୍ଦ୍ର ଗୁପ୍ତାଙ୍କ ସହ ହୋଇଥିଲା। ବରଘର ଦାବି ଅନୁସାରେ ସାଲିନୀଙ୍କ ବାପା ୧୦ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ, ହେଲେ ବାହାଘରର ତିନି ଦିନ ପରେ, କାର୍‌ ଆଣିବାକୁ ଚାପ ପକାଇଲେ ଶାଶୂଘର ଲୋକ। ପରେ ହୋଲିରେ ବାପଘରକୁ ତାଙ୍କୁ ପଠାଇ ଦେଇ ଆଉ ଆଣିବାର ନାଁ ଧରିଲେନି। କିଛିଦିନ ପରେ ସାଲିନୀ ଶାଶୂଘରକୁ ଫେରିଲେ, କିନ୍ତୁ ତାଙ୍କୁ ଘରେ ପୁରାଇ ଦେଲେନି। ଥାନାରେ ଲେଖାପଢ଼ା ପରେ ଘରେ ତାଲା ପକାଇ ଫେରାର ହୋଇଗଲେ ସମସ୍ତେ। ଦୁଇଦିନ ଶାଶୁ ଘର ସାମ୍ନାରେ ବସିବା ପରେ ପୋଲିସର ହସ୍ତକ୍ଷେପ ପରେ ସେ ଶାଶୂଘରେ ରହିଲେ ସତ, କିନ୍ତୁ ଏବେବି

ଯୌତୁକ ଯାତନାରେ ଛଟପଟ ସାଲିନୀ ; କାର ପାଇଁ ନିର୍ଯାତନା ଦେଉଛନ୍ତି ଶାଶୁଘର , ସ୍ବାମୀ ଫେରାର

କନକ ବ୍ୟୁରୋ: ଯୌତୂକ ଯାତନାରେ ଛଟପଟ ହେଉଛନ୍ତି ବାଲେଶ୍ୱରର ସାଲିନୀ ଗୁପ୍ତା। ବାହାଘରର ମାସକ ପରେ ସ୍ୱାମୀ ଛାଡ଼ି ଫେରାର୍‌। ସେପଟେ ମୋଟା ଅଙ୍କର ଯୌତୁକ ଆଣିବା ସତ୍ୱେ, କାର୍‌ ପାଇଁ ଶାଶୂଘର ଲୋକ ନିର୍ୟାତନା ଦେଉଛନ୍ତି। ସାମାଜିକ ପ୍ରତିବନ୍ଧକ ପାଇଁ ବାପଘରକୁ ଫେରିପାରୁନାହାଁନ୍ତି। ମାମଲା ଏବେ ବିଚାରାଧୀନ ରହିଛି। ସେପଟେ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ କନକ ନ୍ୟୁଜ୍‌ ଟିମ୍‌କୁ ଦୁର୍ବବ୍ୟବହାର କରିଥିଲେ ସାଲିନୀଙ୍କ ଦେଢ଼ଶୂର। 
ସାତ ଜନମର ସାଥୀ ହୋଇ ଯାହା ହାତ ଧରିଥିଲେ, ସେ ହିଁ ହାତ ଛାଡ଼ିଦେଲେ। ଯୌତୁକ ଯାତନାରେ ସନ୍ତୁଳି ହେଉଛନ୍ତି ବାଲେଶ୍ୱରର ସାଲିନୀ। ନା ବାପଘରକୁ ଯାଇ ପାରୁଛନ୍ତି ନା ଶାଶୂଘରେ ରହିପାରୁଛନ୍ତି।

ଉତ୍ତରପ୍ରଦେଶର ସାଲିନୀଙ୍କ ବିବାହ ୨୦୨୨ ଜାନୁଆରୀ ୨୩ ତାରିଖରେ ବାଲେଶ୍ୱରର ରାଜେନ୍ଦ୍ର ଗୁପ୍ତାଙ୍କ ସହ ହୋଇଥିଲା। ବରଘର ଦାବି ଅନୁସାରେ ସାଲିନୀଙ୍କ ବାପା ୧୦ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ, ହେଲେ ବାହାଘରର ତିନି ଦିନ ପରେ, କାର୍‌ ଆଣିବାକୁ ଚାପ ପକାଇଲେ ଶାଶୂଘର ଲୋକ। ପରେ ହୋଲିରେ ବାପଘରକୁ ତାଙ୍କୁ ପଠାଇ ଦେଇ ଆଉ ଆଣିବାର ନାଁ ଧରିଲେନି। କିଛିଦିନ ପରେ ସାଲିନୀ ଶାଶୂଘରକୁ ଫେରିଲେ, କିନ୍ତୁ ତାଙ୍କୁ ଘରେ ପୁରାଇ ଦେଲେନି। ଥାନାରେ ଲେଖାପଢ଼ା ପରେ ଘରେ ତାଲା ପକାଇ ଫେରାର ହୋଇଗଲେ ସମସ୍ତେ। ଦୁଇଦିନ ଶାଶୁ ଘର ସାମ୍ନାରେ ବସିବା ପରେ ପୋଲିସର ହସ୍ତକ୍ଷେପ ପରେ ସେ ଶାଶୂଘରେ ରହିଲେ ସତ, କିନ୍ତୁ ଏବେବି ସାଲିନୀଙ୍କ ସଙ୍ଘର୍ଷ ସରିନି। 

ସାଲୀନିଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି। ଶାଶୁଘର ଲୋକେ ବିଜୁଳି ଓ ପାଣି ବନ୍ଦ କରି ଦେଇଛନ୍ତି। ଗେଟ୍‌ ତାଲା ପକା ରଖୁଛନ୍ତି। କେହି ସାଲୀନିଙ୍କୁ ଦେଖା କରିବାକୁ ଆସିଲେ, କେମିତି ବ୍ୟବହାର କରୁଛନ୍ତି ଏଇ ଦୃଶ୍ୟକୁ ଦେଖନ୍ତୁ। ଘଟଣାନେଇ ଖବର ସଂଗ୍ରହ ପାଇଁ ଆମ ଟିମ୍‌ ସାଲିନୀଙ୍କ ଘରକୁ ଯାଇଥିଲେ। ଶାଶୂ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ସାଲିନୀଙ୍କ ପ୍ରତିକ୍ରିୟା ନେଉଥିବା ବେଳେ ଦେଢ଼ଶୂର ଜିତେନ୍ଦ୍ର ଗୁପ୍ତା, ଯୁକ୍ତିତର୍କ କରିବା ସହ କ୍ୟାମେରାକୁ ଠେଲି ଦେଇଥିଲେ। ଆମ ଟିମ୍‌ ପ୍ରତିବାଦ କରିବାରୁ ଦୁର୍ବ୍ୟବହାର କରିଥିଲେ। ଥରେ ଭାବନ୍ତୁ ଯଦି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ବ୍ୟବହାର କରୁଛନ୍ତି ତାହାଲେ ସାଲିନୀଙ୍କ ସହ ଏମାନେ କେମିତି ବ୍ୟବହାର କରୁଥିବେ।