ପୁଣି ଓଡ଼ିଶା ମୁଣ୍ଡରେ କଳଙ୍ଗ ବୋଳିଲା ଓସିଏ: ଲିଭିଗଲା ଫ୍ଲଡ ଲାଇଟ୍, ପ୍ରାୟ ୨୫ ମିନିଟ୍ ଅନ୍ଧାର ପରେ ଖେଳ ଆରମ୍ଭ
କନକ ବ୍ୟୁରୋ: ବାରବାଟୀରେ ବଡ଼ ବିଭ୍ରାଟ। ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍। ଭାରତୀୟ ଦଳର ଇନିଙ୍ଗସ୍ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା। ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା। ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂ କରୁଥିଲେ। ହେଲେ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ପରେ ଖେଳାଳିମାନେ ଫ୍ୟାଭିଲନକୁ ଫେରିଯାଇଥିଲେ। ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ରୋହିତ ଶର୍ମାଙ୍କ ଭାବଭଙ୍ଗୀରୁ ଏହା ସ୍ପଷ୍ଟ ହୋଇଯାଇଥିଲା। ପ୍ରାୟ ୨୫ ମିନିଟ୍ ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା। ଆଉ ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା। ହେଲେ ଏତେ ବଡ଼ ବିଭ୍ରାଟ କେମିତି ଓ କାହିଁକି ଖେଳ ମଝିରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଗଲା। ଏତେ ପ୍ରସ୍ତୁତି ସତ୍ତ୍ବେ କିପରି ଏପରି ଅଭାବନୀୟ ଘଟଣା ଘଟିଲା? ତାହା ଏବେ ବଡ଼ ପ୍ରଶ୍ନ। ଏହା ଓସିଏର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠାଛି। ତେବେ ଏହାପୂର୍ବରୁ ଟିମ୍ ଇଣ୍ଡିଆ ୩୦୫ ରନ୍ ଟାର୍ଗେଟ ପିଛା କରି ଭଲ ବ୍ୟାଟିଂ ଆରମ୍ଭ କରିଛି। ଦୁଇ ଓପନିଂ ବ୍ୟାଟର ରୋହିତ ଶର୍ମା ଓ ଶୁଭମ୍ ଗିଲ୍ ଭଲ ବ୍ୟାଟିଂ ଆରମ୍ଭ କରିଥିଲେ। ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଇଂଲଣ୍ଡ ଦଳ। ପୁରା ଦଳ ୪୯ ଓଭର ୫ଟି ବଲରେ ୩୦୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୬୯ ରନ୍ କରିଥିଲେ। ଡୁକେଟ୍ ୬୫, ଲି

କନକ ବ୍ୟୁରୋ: ବାରବାଟୀରେ ବଡ଼ ବିଭ୍ରାଟ। ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍। ଭାରତୀୟ ଦଳର ଇନିଙ୍ଗସ୍ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା। ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା। ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂ କରୁଥିଲେ। ହେଲେ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ପରେ ଖେଳାଳିମାନେ ଫ୍ୟାଭିଲନକୁ ଫେରିଯାଇଥିଲେ। ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ରୋହିତ ଶର୍ମାଙ୍କ ଭାବଭଙ୍ଗୀରୁ ଏହା ସ୍ପଷ୍ଟ ହୋଇଯାଇଥିଲା। ପ୍ରାୟ ୨୫ ମିନିଟ୍ ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା। ଆଉ ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା। ହେଲେ ଏତେ ବଡ଼ ବିଭ୍ରାଟ କେମିତି ଓ କାହିଁକି ଖେଳ ମଝିରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଗଲା। ଏତେ ପ୍ରସ୍ତୁତି ସତ୍ତ୍ବେ କିପରି ଏପରି ଅଭାବନୀୟ ଘଟଣା ଘଟିଲା? ତାହା ଏବେ ବଡ଼ ପ୍ରଶ୍ନ। ଏହା ଓସିଏର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠାଛି।
ତେବେ ଏହାପୂର୍ବରୁ ଟିମ୍ ଇଣ୍ଡିଆ ୩୦୫ ରନ୍ ଟାର୍ଗେଟ ପିଛା କରି ଭଲ ବ୍ୟାଟିଂ ଆରମ୍ଭ କରିଛି। ଦୁଇ ଓପନିଂ ବ୍ୟାଟର ରୋହିତ ଶର୍ମା ଓ ଶୁଭମ୍ ଗିଲ୍ ଭଲ ବ୍ୟାଟିଂ ଆରମ୍ଭ କରିଥିଲେ। ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଇଂଲଣ୍ଡ ଦଳ। ପୁରା ଦଳ ୪୯ ଓଭର ୫ଟି ବଲରେ ୩୦୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୬୯ ରନ୍ କରିଥିଲେ। ଡୁକେଟ୍ ୬୫, ଲିଭିଂଷ୍ଟୋନ୍ ୪୧, ଜୋସ୍ ବଟଲର ୩୪, ହ୍ୟାରି ବ୍ରୁକ୍ ୩୧ ରନର ଇନିଙ୍ଗସ୍ ଖେଳିଥିଲେ। ଇଂଲଣ୍ଡ ଇନିଙ୍ଗସରେ ମାତ୍ର ୪ଟି ଛକା ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ଅକ୍ତିଆର କରିଥିଲେ। ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ ପାଇଛନ୍ତି। ଇଂଲଣ୍ଡର ୩ ଜଣ ବ୍ୟାଟର ରନ୍ ଆଉଟ୍ ହୋଇଥିଲେ। ଦ୍ବିତୀୟ ଭାରତୀୟ ଦଳ ପ୍ରଥମରୁ ଭଲ ବ୍ୟାଟିଂ ଆରମ୍ଭ କରିଥିଲା।