‘ରଘୁପତି ରାଘବ ରାଜାରାମ’ ଭଜନକୁ ପରିବର୍ତ୍ତନ କରି ବୋଲୁଥିଲେ ଗାନ୍ଧୀଜୀ, ଜାଣନ୍ତୁ ମୂଳ ଲେଖା କ’ଣ…

ନୂଆଦିଲ୍ଲୀ,୨୦।୧: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମମୟ ଦିଶିଲାଣି ସାରାଦେଶ। ଏହାରି ଭିତରେ ଶ୍ରୀରାମଙ୍କ ଭଜନ ଗୋଟିକ ପରେ ଗୋଟିଏ ଲୋକପ୍ରିୟ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ସବୁ ଭାଷାର ରାମଭଜନ ଶେୟାର କରି ପ୍ରଶଂସା କରୁଛନ୍ତି। ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଭଜନ ପାଲଟିଛି ‘ରାମ ଆଏଙ୍ଗେ’। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଶେୟାର କରିବା ପରେ ଗୀତଟି ଖୁବ୍‌ ପ୍ରଶଂସା ସାଉଁଟିଛି। ତେବେ ଲୋକଙ୍କୁ ଏହି ଗୀତର ପ୍ରକୃତ ରଚୟତା କିଏ […] The post ‘ରଘୁପତି ରାଘବ ରାଜାରାମ’ ଭଜନକୁ ପରିବର୍ତ୍ତନ କରି ବୋଲୁଥିଲେ ଗାନ୍ଧୀଜୀ, ଜାଣନ୍ତୁ ମୂଳ ଲେଖା କ’ଣ… appeared first on Dharitri Odia News.

‘ରଘୁପତି ରାଘବ ରାଜାରାମ’ ଭଜନକୁ ପରିବର୍ତ୍ତନ କରି ବୋଲୁଥିଲେ ଗାନ୍ଧୀଜୀ, ଜାଣନ୍ତୁ ମୂଳ ଲେଖା କ’ଣ…

ନୂଆଦିଲ୍ଲୀ,୨୦।୧: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମମୟ ଦିଶିଲାଣି ସାରାଦେଶ। ଏହାରି ଭିତରେ ଶ୍ରୀରାମଙ୍କ ଭଜନ ଗୋଟିକ ପରେ ଗୋଟିଏ ଲୋକପ୍ରିୟ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ସବୁ ଭାଷାର ରାମଭଜନ ଶେୟାର କରି ପ୍ରଶଂସା କରୁଛନ୍ତି। ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଭଜନ ପାଲଟିଛି ‘ରାମ ଆଏଙ୍ଗେ’। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଶେୟାର କରିବା ପରେ ଗୀତଟି ଖୁବ୍‌ ପ୍ରଶଂସା ସାଉଁଟିଛି। ତେବେ ଲୋକଙ୍କୁ ଏହି ଗୀତର ପ୍ରକୃତ ରଚୟତା କିଏ ଜଣା ନ ଥିଲା। ଏହି ଗୀତକୁ ସ୍ବର୍ଗତ ଶାମସୁନ୍ଦର ରଚନା କରିଥିବାବେଳେ ପ୍ରେମଭୂଷଣ ମହାରାଜ କଣ୍ଠଦାନ କରିଛନ୍ତି। ତେବେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜାରାମ ମଧ୍ୟ ସବୁଠି ଲୋକପ୍ରିୟ। ସଭା କି ପ୍ରାର୍ଥନାଗୃହରେ ଗାନ୍ଧୀ ଏହି ଗୀତକୁ ଗାଉଥିଲେ। ଗାନ୍ଧୀଜୀ ଏହାକୁ ଭାବବିହ୍ବଳ ହୋଇ ଗାଇବା ସହ ସମାଜକୁ ଭାଇଚାରାର ସନ୍ଦେଶ ଦେଉଥିଲେ।

ସୂଚନାଥାଉ କି, ଗାନ୍ଧୀଜୀ ଏହି ଭଜନକୁ ନିଜ ହିସାବରେ କିଛି ପରିବର୍ତ୍ତନ କରିଥିଲେ। ଏପରି କରି ସମାଜକୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ସନ୍ଦେଶ ଦେଉଥିଲେ। ତେବେ ବହୁତ ଲୋକ ଜାଣିନାହାନ୍ତି କି, ଏହି ଗୀତର ରଚୟିତା କିଏ। କୁହାଯାଉଛି କି, ଏହି ଗୀତର ବିଷ୍ଣୁ ନିଗମ୍ବର ପଲ୍ଲୁସ୍କର ଧୁନ୍‌ ଦେଇଥିଲେ। ସେ ଜଣେ ହିନ୍ଦୁସ୍ତାନୀ ସଙ୍ଗୀତକାର ଥିଲେ। ବିଷ୍ଣୁଜୀ ଏହାକୁ ଭଜନର ରୂପ ଦେଇଥିଲେ।

କିନ୍ତୁ ଏହି ପ୍ରସିଦ୍ଧ ଗୀତର ପ୍ରକୃତ ଲେଖକ ହେଉଛନ୍ତି ପଣ୍ଡିତ ଲକ୍ଷ୍ମଣଚାର୍ଯ୍ୟ। ସେ ଏହି ଗୀତର ଲିରିକ୍ସ ଲେଖିଥିଲେ। ଗ୍ରନ୍ଥ ଶ୍ରୀ ନମଃ: ରାମାୟଣରେ ସେ ଏହି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଗାନ୍ଧୀଜୀଙ୍କ ପୂର୍ବରୁ ଏହି ଗୀତକୁ ଅଲଗା ରୂପରେ ଗାନ କରାଯାଉଥିଲା।

Gandhi corrupted the original Hindu bhajan 'Raghupati Raghav Raja Ram' by  including 'Allah' - Satyaagrah - Online News Portal

୧୯୪୮ରେ ରିଲିଜ ହୋଇଥିବା ଫିଲ୍ମ ‘ଶ୍ରୀ ରାମଭକ୍ତ ହନୁମାନ’ରେ ଏହି ଭଜନକୁ ପ୍ରଥମେ ବୋଲାଯାଇଥିଲା। ଏହାକୁ ଏସଏନ ତ୍ରୀପାଠୀ ଲେଖିବା ସହ ସେ ନିଜେ ହିଁ ହନୁମାନଙ୍କ ଅଭିନୟ କରି ଏହି ଗୀତ ବୋଲିଥିଲେ। ମୂଳଗୀତ ହେଉ କି ଗାନ୍ଧୀଜୀ ପରିବର୍ତ୍ତନ କରିଥିବା ଗୀତ ଏବେ ବି ଏହି ଭଜନ ଲୋକଙ୍କ ହୃଦୟରେ ରାଜ କରୁଛି। ଯାହା ସବୁବେଳେ ପ୍ରତିଟି ଘରେ ମୁଖରିତ ହୋଇଥାଏ।

The post ‘ରଘୁପତି ରାଘବ ରାଜାରାମ’ ଭଜନକୁ ପରିବର୍ତ୍ତନ କରି ବୋଲୁଥିଲେ ଗାନ୍ଧୀଜୀ, ଜାଣନ୍ତୁ ମୂଳ ଲେଖା କ’ଣ… appeared first on Dharitri Odia News.