ସାକ୍ଷୀଗୋପାଳ ବିଦ୍ୟୁତ ସବଡିଭିଜନ କାର୍ଯ୍ୟାଳୟରେ ଧାରଣା

ସାକ୍ଷୀଗୋପାଳ,୨୦।୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଗ୍ରାମୀଣ ମହିଳାମାନଙ୍କ ଆତ୍ମନିର୍ଭରଶୀଳ ନିମନ୍ତେ ଗଠନ କରାଯାଇଥିବା ଶ୍ରୀରାଧା ମରା ନଡ଼ିଆ ତେଲ କ୍ଲଷ୍ଟରରୁ ବିଦ୍ୟୁତ ସଂଯୋଗ କାଟି ଦିଆଯିବାରୁ ମହିଳାମାନେ ବୁଧବାର ସାକ୍ଷୀଗୋପାଳ ବିଦ୍ୟୁତ ସବଡିଭିଜନ କାର୍ଯ୍ୟାଳୟ ସହିତ ଗ୍ରୀଡରେ ତାଲା ପକାଇ ଦେଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗତ ମାସରେ ଶ୍ରୀରାଧା ନଡ଼ିଆ ତେଲ ଉତ୍ପାଦନ କେନ୍ଦ୍ରର ବିଦ୍ୟୁତ କାଟି ଦିଆଯାଇଛି। ସେମାନେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ନେତୃବୃନ୍ଦ, ଜିଲା ଓ ବ୍ଲକ ଅଧିକାରୀଙ୍କୁ […] The post ସାକ୍ଷୀଗୋପାଳ ବିଦ୍ୟୁତ ସବଡିଭିଜନ କାର୍ଯ୍ୟାଳୟରେ ଧାରଣା appeared first on Dharitri Odia News.

ସାକ୍ଷୀଗୋପାଳ ବିଦ୍ୟୁତ ସବଡିଭିଜନ କାର୍ଯ୍ୟାଳୟରେ ଧାରଣା

ସାକ୍ଷୀଗୋପାଳ,୨୦।୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଗ୍ରାମୀଣ ମହିଳାମାନଙ୍କ ଆତ୍ମନିର୍ଭରଶୀଳ ନିମନ୍ତେ ଗଠନ କରାଯାଇଥିବା ଶ୍ରୀରାଧା ମରା ନଡ଼ିଆ ତେଲ କ୍ଲଷ୍ଟରରୁ ବିଦ୍ୟୁତ ସଂଯୋଗ କାଟି ଦିଆଯିବାରୁ ମହିଳାମାନେ ବୁଧବାର ସାକ୍ଷୀଗୋପାଳ ବିଦ୍ୟୁତ ସବଡିଭିଜନ କାର୍ଯ୍ୟାଳୟ ସହିତ ଗ୍ରୀଡରେ ତାଲା ପକାଇ ଦେଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗତ ମାସରେ ଶ୍ରୀରାଧା ନଡ଼ିଆ ତେଲ ଉତ୍ପାଦନ କେନ୍ଦ୍ରର ବିଦ୍ୟୁତ କାଟି ଦିଆଯାଇଛି। ସେମାନେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ନେତୃବୃନ୍ଦ, ଜିଲା ଓ ବ୍ଲକ ଅଧିକାରୀଙ୍କୁ ଜଣାଇ ସମସ୍ୟାର ସମାଧାନ ଦାବି କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏହି ଉତ୍ପାଦନ କେନ୍ଦ୍ର ଉପରେ ନିର୍ଭର କରୁଥିବା ୫୦ ଜଣ ମହିଳା ରୋଜଗାର ହରାଇଛନ୍ତି। ସେମାନେ ମରା ନଡ଼ିଆ ତେଲ ଉତ୍ପାଦନ କରି ବିଭିନ୍ନ ମେଳା ଓ ମହୋତ୍ସବରେ ବିକ୍ରି କରି ଗୁଜୁରାଣ ମେଣ୍ଟାଇବା ସଙ୍ଗେ ସଙ୍ଗେ ପରିବାର ଆର୍ଥିକ ସହାୟତା ଯୋଗାଇଦେବାକୁ ସକ୍ଷମ। ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇଛନ୍ତି।

The post ସାକ୍ଷୀଗୋପାଳ ବିଦ୍ୟୁତ ସବଡିଭିଜନ କାର୍ଯ୍ୟାଳୟରେ ଧାରଣା appeared first on Dharitri Odia News.