ରଙ୍ଗରେ ଭିଜିଲେ ବିଦେଶୀ କ୍ରିକେଟର: IPL ତାରକା ଖେଳିଲେ ହୋଲି
ନୂଆଦିଲ୍ଲୀ,୧୪।୪: IPL 2025ର ୧୮ତମ ସିଜିନର ବିଗୁଲ ବାଜିସାରିଛି। ସମସ୍ତ ଦଳର ଖେଳାଳି ନିଜ ନିଜ ଘରୋଇ ପଡ଼ିଆରେ କଠିନ ଅଭ୍ୟାସ କରୁଛନ୍ତି। ହେଲେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ସମଗ୍ର ଦେଶ ହୋଲି ରଙ୍ଗରେ ରଙ୍ଗିତ। ଏହି ପରିପ୍ରେକ୍ଷୀରେ ହୋଲି ରଙ୍ଗରେ ଭିଜିଛନ୍ତି ବିଦେଶୀ କ୍ରିକେଟର। ଭାରତୀୟ ହୁଅନ୍ତୁ କି ବିଦେଶୀ ସମସ୍ତ ଖେଳାଳି ହୋଲି ପାଳନ କରିଛନ୍ତି। ସାଧାରଣ ଲୋକଙ୍କ ପରି, କ୍ରିକେଟର ମଧ୍ୟ ରଙ୍ଗର ପର୍ବରେ ଉତ୍ସାହର ସହିତ ହୋଲି ଖେଳିଛନ୍ତି। ଏଥର […] The post ରଙ୍ଗରେ ଭିଜିଲେ ବିଦେଶୀ କ୍ରିକେଟର: IPL ତାରକା ଖେଳିଲେ ହୋଲି appeared first on Dharitri Odia News.
ନୂଆଦିଲ୍ଲୀ,୧୪।୪: IPL 2025ର ୧୮ତମ ସିଜିନର ବିଗୁଲ ବାଜିସାରିଛି। ସମସ୍ତ ଦଳର ଖେଳାଳି ନିଜ ନିଜ ଘରୋଇ ପଡ଼ିଆରେ କଠିନ ଅଭ୍ୟାସ କରୁଛନ୍ତି। ହେଲେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ସମଗ୍ର ଦେଶ ହୋଲି ରଙ୍ଗରେ ରଙ୍ଗିତ। ଏହି ପରିପ୍ରେକ୍ଷୀରେ ହୋଲି ରଙ୍ଗରେ ଭିଜିଛନ୍ତି ବିଦେଶୀ କ୍ରିକେଟର। ଭାରତୀୟ ହୁଅନ୍ତୁ କି ବିଦେଶୀ ସମସ୍ତ ଖେଳାଳି ହୋଲି ପାଳନ କରିଛନ୍ତି। ସାଧାରଣ ଲୋକଙ୍କ ପରି, କ୍ରିକେଟର ମଧ୍ୟ ରଙ୍ଗର ପର୍ବରେ ଉତ୍ସାହର ସହିତ ହୋଲି ଖେଳିଛନ୍ତି।
ଏଥର ହୋଲିରେ ସବୁଠାରୁ ଭିନ୍ନ ଶୈଳୀ ଥିଲା ପୂର୍ବତନ ଅଷ୍ଟ୍ରେଲିଆ କିମ୍ବଦନ୍ତୀ ଜଷ୍ଟିନ ଲାଙ୍ଗରଙ୍କର। ଲାଙ୍ଗର ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଦଳର ଜଣେ ଅଂଶ। ସେ ପ୍ରଶିକ୍ଷକ ଦଳର ସଦସ୍ୟ ଅଛନ୍ତି। ଏହା ବ୍ୟତୀତ ୱେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ମଧ୍ୟ ଉତ୍ସାହର ସହିତ ହୋଲି ଖେଳିଛନ୍ତି।
ଭାରତୀୟ କ୍ରିକେଟ ଦଳର ତାରକାମାନେ ସେମାନଙ୍କ ପରିବାର ସହିତ ହୋଲି ପାଳନ କରିଥିଲେ। ଭାରତୀୟ କ୍ରିକେଟରଙ୍କ ସହିତ, ଅନେକ ବିଦେଶୀ କ୍ରିକେଟର ମଧ୍ୟ ହୋଲି ରଙ୍ଗରେ ରଙ୍ଗିନ ହୋଇଥିବାର ଦେଖିବାକୁ ମିଳିଥିଲା।
The post ରଙ୍ଗରେ ଭିଜିଲେ ବିଦେଶୀ କ୍ରିକେଟର: IPL ତାରକା ଖେଳିଲେ ହୋଲି appeared first on Dharitri Odia News.