ରଙ୍ଗ୍-ରୁଟରେ ଆସୁଥିବା କାରକୁ ଧକ୍କା ଦେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ

ଦୃର୍ଘଟଣା ସମୟର ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ।

ରଙ୍ଗ୍-ରୁଟରେ ଆସୁଥିବା କାରକୁ ଧକ୍କା ଦେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ

ଭୁଲ୍ ଦିଗରୁ ଆସୁଥିବା କାରକୁ ପିଟିଲା ବାଇକ୍, କ୍ୟାମେରାରେ ଭୟଙ୍କର ଦୃଶ୍ୟ କଏଦ ହୋଇଛି। ଏଥିରେ ଜଣେ ୨୩ ବର୍ଷୀୟ ଯୁବକ (ଅକ୍ଷତ ଗର୍ଗ)ଙ୍କ ମୃତ୍ୟୁ ଘଟିଛି। 

ସୂଚନା ଅନୁସାରେ, ଗୁରଗ୍ରାମର ଗଲ୍ଫ କୋର୍ସ ରୋଡ DLF ଫେଜ୍-୨ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଭାଇରାଲ୍ ଭିଡିଓ ଅନୁସାରେ, ଅକ୍ଷତ ଗର୍ଗ ଏକ ବାଇକରେ ଯାଉଥିଲେ। ଏହି ସମୟରେ ହଠାତ୍ ଅପର ପକ୍ଷରୁ ଏକ କାର୍ ଆସିଥିଲା। ଗର୍ଗ ଏହି କାରକୁ ସାମ୍ନାରୁ ଧକ୍କା ଦେଇଥିଲେ। 

ବାଇକର ବେଗ ଅଧିକ ଥିବାରୁ ସେହିଠାରେ ହିଁ ଅକ୍ଷତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଏକ ବାଇକରେ ଯାଉଥିବା ଅକ୍ଷତଙ୍କ ବନ୍ଧୁ ପୂରା ଘଟଣାର ଦୃଶ୍ୟ କଏଦ କରିଛନ୍ତି। କାରଣ ତାଙ୍କ ବାଇକରେ ଗୋପ୍ରୋ ଆକ୍ସନ କ୍ୟାମେରା ଲଗାଯାଇଥିଲା। 

ଏହି କ୍ୟାମେରାରେ ପୂରା ଦୃଶ୍ୟ କଏଦ ହୋଇଛି, ଯାହା ଖୁବ୍ ଭାଇରାଲ୍ ହେଉଛି। ସେପଟେ, ପୁଲିସ ଅଭିଯୁକ୍ତ କାର୍ ଡ୍ରାଇଭରଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ବେଲ୍ ମିଳିଛି। ରଙ୍ଗ୍ ରୁଟରେ ଗାଡ଼ି ଚାଳନା ଉପରେ କଠୋର ନିୟମ ଆଣିବାକୁ ଦାବି କରାଯାଉଛି।