ରଣଜୀ ଟ୍ରଫି: ରେକର୍ଡ ୪୮ ତମ ଫାଇନାଲରେ ମୁମ୍ବାଇ, ଅଲରାଉଣ୍ଡର ଦେଖାଇଲେ ଦମ୍
ମୁମ୍ବାଇ,୪।୩: ଏକ ଇନିଂସ ଓ ୭୦ ରନ୍ରେ ହରାଇବା ସହି ରଣଜୀ ଟ୍ରଫି ୨୦୨୪ର ଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ। ଏହା ସହ ଦଳ ୪୮ ଥର ପାଇଁ ରଣଜୀ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଇନିଂସରେ ୨୩୨ ରନ୍ ପଛରେ ରହିଥିବା ତାମିଲନାଡୁ ୧୬୨ ରନ୍ରେ ଅଲଆଉଟ ହୋଇଥିଲା। ମୁମ୍ବାଇ ନିଜର ଅସମାପ୍ତ ସ୍କୋର ୩୫୩/୯ରୁ ଖେଳ ଆରମ୍ଭ କରିବା ସହ ଅନ୍ତିମ ଉଇକେଟରେ ଆଉ ୨୫ ରନ୍ ଯୋଡିଥିଲା। ତନୁଶ କୋଟିଆନ ୮୯ ରନ୍ରେ […] The post ରଣଜୀ ଟ୍ରଫି: ରେକର୍ଡ ୪୮ ତମ ଫାଇନାଲରେ ମୁମ୍ବାଇ, ଅଲରାଉଣ୍ଡର ଦେଖାଇଲେ ଦମ୍ appeared first on Dharitri Odia News.
ମୁମ୍ବାଇ,୪।୩: ଏକ ଇନିଂସ ଓ ୭୦ ରନ୍ରେ ହରାଇବା ସହି ରଣଜୀ ଟ୍ରଫି ୨୦୨୪ର ଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ। ଏହା ସହ ଦଳ ୪୮ ଥର ପାଇଁ ରଣଜୀ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଇନିଂସରେ ୨୩୨ ରନ୍ ପଛରେ ରହିଥିବା ତାମିଲନାଡୁ ୧୬୨ ରନ୍ରେ ଅଲଆଉଟ ହୋଇଥିଲା।
ମୁମ୍ବାଇ ନିଜର ଅସମାପ୍ତ ସ୍କୋର ୩୫୩/୯ରୁ ଖେଳ ଆରମ୍ଭ କରିବା ସହ ଅନ୍ତିମ ଉଇକେଟରେ ଆଉ ୨୫ ରନ୍ ଯୋଡିଥିଲା। ତନୁଶ କୋଟିଆନ ୮୯ ରନ୍ରେ ଅପରାଜିତ ରହିଥିଲେ। ମୁମ୍ବାଇ ୧୦୬/୭ ରହିଥିବା ବେଳେ ଶାର୍ଦ୍ଦୂଳ ଠାକୁର କାଉଣ୍ଟର ଆଟାକ କରି ରଣଜୀ ଟ୍ରଫି କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ୧୦୪ ବଲ୍ ଖେଳି ସେ ୧୩ ଚୌକା ଓ ୪ ଛକା ସହ ୧୦୯ ରନ୍ କରିଥିଲେ। ତାମିଲନାଡୁ ପକ୍ଷରୁ ସାଇ କିଶୋର ୬ ଉଇକେଟ ନେଇଥିବା ବେଳେ କୁଲଦୀପ ସେନ୍ ୨, ସନ୍ଦୀପ ଓ୍ବାରିୟର ଓ ଓ୍ବାଶିଂଟନ୍ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୩୨ ରନ୍ରେ ଆଗୁଆ ରହିବା ପରେ ମୁମ୍ବାଇ ବୋଲର ପୁନର୍ବାର ଅଗ୍ନିବର୍ଷୀ ବୋଲିଂ କରିଥିଲେ। ଶାର୍ଦ୍ଦୂଳ ଠାକୁର ଦୁଇ ଓପନରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୧୦ ରନ୍ରେ ୩ ଉଇକେଟ ହରାଇଥିବା ବେଳେ ଦଳ ୫୧.୫ ଓଭରରେ ୧୬୨ ରନ୍ରେ ସମସ୍ତ ଉଇକେଟ ହରାଇଥିଲା। ଚତୁର୍ଥ ଉଇକେଟରେ ବାବା ଇନ୍ଦ୍ରଜିତ(୭୦) ଓ ପ୍ରଦୋଶ ପଲ୍(୨୫)ଙ୍କ ମଧ୍ୟରେ ୭୩ ରନ୍ର ଭାଗୀଦାରି ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ଶଙ୍କର ୨୪ ଓ ସାଇ କିଶୋର ୨୧ ରନ୍ କରିଥିଲେ। ଏହି ୪ ଖେଳାଳିଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ମୁମ୍ବାମଇ ପକ୍ଷରୁ ସାମ୍ସ ମୁଲାନୀ ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ ମୋହିତ ଅଓ୍ବସ୍ଥି, ଶାର୍ଦ୍ଦୂଳ ଠାକୁର ଓ ତନୁଶ କୋଟିଆନ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
The post ରଣଜୀ ଟ୍ରଫି: ରେକର୍ଡ ୪୮ ତମ ଫାଇନାଲରେ ମୁମ୍ବାଇ, ଅଲରାଉଣ୍ଡର ଦେଖାଇଲେ ଦମ୍ appeared first on Dharitri Odia News.