ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲରଙ୍କ ଧମକ, ‘ମୋ ହାବୁଡରେ ପଡିଲେ ଆଉ ବଞ୍ଚିବେନି..’

କମେଡିଆନ ସମୟ ରେନାଙ୍କ ଶୋ Indias Got Latentରେ ଅଶ୍ଳୀଳ କମେଣ୍ଟ କରିଥିବା ରଣବୀର ଆହ୍ଲାବାଦିଆ ଚର୍ଚ୍ଚାରେ । ରଣବୀର ନିଜ ବୟାନ ପାଇଁ କ୍ଷମା ପ୍ରାର୍ଥନା ବି କରିସାରିଛନ୍ତି । କିନ୍ତୁ ଟ୍ରୋଲର୍ସ ଏବେ ବି ତାଙ୍କୁ ଟାର୍ଗେଟ କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲର ସାଙ୍ଗା ଓରଫ ସୌରଭ ଗୁର୍ଜର ଧମକ ଦେଇଛନ୍ତି । ସୌରଭ ରଣବୀରଙ୍କୁ ଧମକ ଦେଇଛନ୍ତି । ସୌରଭ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ […] The post ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲରଙ୍କ ଧମକ, ‘ମୋ ହାବୁଡରେ ପଡିଲେ ଆଉ ବଞ୍ଚିବେନି..’ appeared first on KNews Odisha.

ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲରଙ୍କ ଧମକ, ‘ମୋ ହାବୁଡରେ ପଡିଲେ ଆଉ ବଞ୍ଚିବେନି..’
wwe

କମେଡିଆନ ସମୟ ରେନାଙ୍କ ଶୋ Indias Got Latentରେ ଅଶ୍ଳୀଳ କମେଣ୍ଟ କରିଥିବା ରଣବୀର ଆହ୍ଲାବାଦିଆ ଚର୍ଚ୍ଚାରେ । ରଣବୀର ନିଜ ବୟାନ ପାଇଁ କ୍ଷମା ପ୍ରାର୍ଥନା ବି କରିସାରିଛନ୍ତି । କିନ୍ତୁ ଟ୍ରୋଲର୍ସ ଏବେ ବି ତାଙ୍କୁ ଟାର୍ଗେଟ କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲର ସାଙ୍ଗା ଓରଫ ସୌରଭ ଗୁର୍ଜର ଧମକ ଦେଇଛନ୍ତି । ସୌରଭ ରଣବୀରଙ୍କୁ ଧମକ ଦେଇଛନ୍ତି ।

ସୌରଭ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ସେୟାର କରି କହିଛନ୍ତି ଯେ, ରଣବୀର ଆହ୍ଲାବାଦିଆ ମୋ ହାବୁଡରେ ଯଦି କେବେ ପଡନ୍ତି, ତେବେ ତାଙ୍କୁ ସିକ୍ୟୁରିଟିମାନେ ବି ବଞ୍ଚାଇପାରିବେ ନାହଁ । ପୂର୍ବତନ WWE ରେସଲରଙ୍କ କହିବାନୁଯାୟୀ, ରଣବୀର ଆହ୍ଲାବାଦିଆଙ୍କୁ ଅଭଦ୍ର କମେଣ୍ଟ ପାଇଁ କ୍ଷମା କରାଯାଇପାରିବନି । ଏଥିସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

ସେ ଆହୁରି ମଧ୍ୟ କହିଛନ୍ତି, ରଣବୀର ଆହ୍ଲାବାଦିଆ ଯେଉଁ ପ୍ରକାର ଶବ୍ଦ ପ୍ରୟୋଗ କରିଛନ୍ତି, ତାହାକୁ କେବେ ବି କ୍ଷମା କରାଯାଇପାରି ନାହିଁ । ଯଦି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ଆଗାମୀ ସମୟରେ ଏମିତି ଚାଲିବ । ରଣବୀର ସୀମା ଲଙ୍ଘିଛନ୍ତି । ଏମିତି ଲୋକ ଆମ ସମାଜ ଏବଂ ଧର୍ମକୁ କ୍ଷତି ପହଞ୍ଚାଇଥାନ୍ତି । ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ।

ସୂଚନାଯୋଗ୍ୟ, ସାଢେ ୬ ଫୁଟରୁ ଅଧିକ ଲମ୍ବା ସୌରଭ ଗୁର୍ଜର ୨୦୧୮ରେ ଦୁନିଆର ସବୁଠୁ ବଡ ପ୍ରୋ ରେସଲିଂ କମ୍ପାନୀରେ WWE ପାଦ ଦେଇଥିଲେ । ଦୀର୍ଘ ସମୟ ଧରି କମ୍ପାନୀରେ କାମ କରିଥିବ ସୌରଭ ଛୋଟ ବ୍ରାଣ୍ଡ NXT ରେ କାମ କରିବା ପରେ ୨୦୨୩ରେ ତାଙ୍କୁ ପ୍ରମୋସନ ମିଳିଥିଲା । ଏହାପରେ ସେ Raw ରେ କାମ କରୁଥିଲେ । କିନ୍ତୁ ୨୦୨୪ରେ WWE ରୁ ଛଟେଇ ଚାଲିବା ପରେ କାମରୁ ବାହାର କରାଯାଇଥିଲା ।

ସୂଚନାଯୋଗ୍ୟ, ରଣବୀର ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟରେ ଅତିଥି ଭାବେ ଯୋଗ ଦେଇଥିଲେ । ସେତେବେଳେ କ’ଣ ଆପଣଙ୍କ ବାପା ମା’ ଶରୀରିକ ସମ୍ପର୍କ ରଖୁଥିବାବେଳର ଦୃଶ୍ୟ ଦେଖିବାକୁ ପସନ୍ଦ କରିବେ ? କିମ୍ବା ଆପଣ ସେଥିରେ ସାମିଲ ହେବେ ଏବଂ ତାହାକୁ ରୋକିବେ ବୋଲି ଜଣେ ମହିଳା କଣ୍ଟେଷ୍ଟାଣ୍ଟଙ୍କୁ ପଚାରିଥିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ୟୁଜର୍ସ ଟ୍ରୋଲ କରିବା ଆରମ୍ଭ କରିଥିଲେ ।

Also Read : ରଣବୀର ଆଲାହାବାଦିଆଙ୍କ ବିବାଦୀୟ ଭିଡିଓ Youtubeରୁ ହଟିଲା, ୟୁଟ୍ୟୁବରଙ୍କୁ ସମନ ପଠାଇପାରେ ଆଇଟି ସଂସଦୀୟ କମିଟି

The post ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲରଙ୍କ ଧମକ, ‘ମୋ ହାବୁଡରେ ପଡିଲେ ଆଉ ବଞ୍ଚିବେନି..’ appeared first on KNews Odisha.