ରଣ୍ଢା ଓ ହଳଦିଆପଦର ଗଣ୍ଡଗୋଳ ଘଟଣା, ଉଭୟ ପକ୍ଷର ଦୁଇ କୋର୍ଟ ଚାଲାଣ

ଗୋପାଳପୁର; ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର ଓ ରଣ୍ଢା ଠାରେ ରେ ଶନିବାର ଦିନ ରାତିରେ କଥା କଟାକଟିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମାମଲାରେ ପୁଲିସ ଆଜି ଉଭୟ ଗୋଷ୍ଠୀର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ହଳଦିଆପଦରର ସୁବାଷ ଦାସ୍ ଓ ଅନ୍ୟ ଜଣେ ହେଲା ସୁମନ ଦାସ ଓରଫ ବେଙ୍ଗ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଗତ ଶନବାର ରାତିରେ […]

ରଣ୍ଢା ଓ ହଳଦିଆପଦର ଗଣ୍ଡଗୋଳ ଘଟଣା, ଉଭୟ ପକ୍ଷର ଦୁଇ କୋର୍ଟ ଚାଲାଣ
ଗୋପାଳପୁର; ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର ଓ ରଣ୍ଢା ଠାରେ ରେ ଶନିବାର ଦିନ ରାତିରେ କଥା କଟାକଟିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମାମଲାରେ ପୁଲିସ ଆଜି ଉଭୟ ଗୋଷ୍ଠୀର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ହଳଦିଆପଦରର ସୁବାଷ ଦାସ୍ ଓ ଅନ୍ୟ ଜଣେ ହେଲା ସୁମନ ଦାସ ଓରଫ ବେଙ୍ଗ ବୋଲି ପୁଲିସ ସୂଚନା ଦେଇଛି।
ଅଭିଯୋଗ ଅନୁଯାୟୀ ଗତ ଶନବାର ରାତିରେ ହରିଶ୍ଚନ୍ଦ୍ର ବେହେରା ଗାଁ ରେ ଥିବା ଚଣ୍ଡୀ ଗାଡିଆ କୁ ଗାଧେଇବାକୁ ଯାଉଥିବା ସମୟରେ ହଳଦିଆପଦର ସୁବାଷ ଦାସ୍ ଓ ଅନ୍ୟ ୩ ଜଣ ମିଶି ଗାଳିଗୁଲଜ କରିବା ସହ ଛୁରୀରେ ଆକ୍ରମଣ କରିଥିଲେ, ଫଳରେ ହରିଶ୍ଚନ୍ଦ୍ର ଙ୍କ ମୁଣ୍ଡ ରେ ଆଘାତ ଲାଗିଥିଲା। ଏହାକୁ ନେଇ ହରିଶ୍ଚନ୍ଦ୍ର ଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୬୧/୨୪ ରେ ଏକ ମାମଲା ରୁଜୁ ତଦନ୍ତ କରିବା ସହ ମାମଲାରେ ସମ୍ପୃକ୍ତ ସୁବାଷ ଦାସ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅନ୍ୟ ପଟେ ହଳଦିଆ ପଦର  ପିତାମ୍ବର ବେହେରାଙ୍କ ଅଭିଯୋଗ ଅନୁଯାୟୀ ଶନିବାର ଦିନ ପିତାମ୍ବର ଘରୁ ବାହାରି ବାଉରି ସାହି ଛକ ଠାରେ ପହଞ୍ଚିବା ସମୟରେ ସୁମନ ଦାସ ଓରଫ ବେଙ୍ଗ ଠେଙ୍ଗା ଓ କାତିରେ ଆକ୍ରମଣ  କରିଥିଲେ। ଫଳରେ ଆହାତ ହେବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୧୬୨/୨୪ ରେ ଏକ ମାମଲା ରୁଜୁ କରି ବେଙ୍ଗ କୁ ଗିରଫ କରି କୋର୍ଟ ଚାଲାଣ କରିଛି।