ରତ୍ନଭଣ୍ଡାରକୁ ନେଇ ବିଜୟଙ୍କ ବୟାନ ପରେ ପାଲଟା ଆକ୍ରମଣ କଲା ଭାଜପା, କହିଲା ବାଟବଣା ହୋଇଛ…

ଭୁବନେଶ୍ୱର,୧୨।୭: ରତ୍ନଭଣ୍ଡାରକୁ ନେଇ ବିଜୟ ମହାପାତ୍ରଙ୍କ ବୟାନ ରଖିବା ପରେ ତାଙ୍କୁ ବଡ଼ା ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ଭାଜପା କହିଛି, ମାସକର ସରକାରଙ୍କୁ ବିଜୟ ସମାଲୋଚନା କରିବା ଦୁର୍ଭାଗ୍ୟ ଜନକ। ଭାଜପା ସରକାର ବାଟବଣା ହୋଇନି ନିଜେ ବିଜୟ ମହାପାତ୍ର ବାଟବଣା ହୋଇଯାଇଛନ୍ତି। ୨୦୦୦ ମସିହାରୁ ଆଜି ଯାଏ ରାଜ୍ୟ ରାଜନୀତିରେ ସେ ବାଟବଣା। ବିଜେଡିକୁ ବିରୋଧ କରୁଥିବା ବିଜୟ ମହାପାତ୍ର ଆଜି ପୁଅ ସ୍ବାର୍ଥ ପାଇଁ ସ୍ବର ବଦଳାଇଦେଇଛନ୍ତି। ପ୍ରଥମ ଦିନରୁ ହିଁ […] The post ରତ୍ନଭଣ୍ଡାରକୁ ନେଇ ବିଜୟଙ୍କ ବୟାନ ପରେ ପାଲଟା ଆକ୍ରମଣ କଲା ଭାଜପା, କହିଲା ବାଟବଣା ହୋଇଛ… appeared first on Dharitri Odia News.

ରତ୍ନଭଣ୍ଡାରକୁ ନେଇ ବିଜୟଙ୍କ ବୟାନ ପରେ ପାଲଟା ଆକ୍ରମଣ କଲା ଭାଜପା, କହିଲା ବାଟବଣା ହୋଇଛ…

ଭୁବନେଶ୍ୱର,୧୨।୭: ରତ୍ନଭଣ୍ଡାରକୁ ନେଇ ବିଜୟ ମହାପାତ୍ରଙ୍କ ବୟାନ ରଖିବା ପରେ ତାଙ୍କୁ ବଡ଼ା ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ଭାଜପା କହିଛି, ମାସକର ସରକାରଙ୍କୁ ବିଜୟ ସମାଲୋଚନା କରିବା ଦୁର୍ଭାଗ୍ୟ ଜନକ। ଭାଜପା ସରକାର ବାଟବଣା ହୋଇନି ନିଜେ ବିଜୟ ମହାପାତ୍ର ବାଟବଣା ହୋଇଯାଇଛନ୍ତି। ୨୦୦୦ ମସିହାରୁ ଆଜି ଯାଏ ରାଜ୍ୟ ରାଜନୀତିରେ ସେ ବାଟବଣା। ବିଜେଡିକୁ ବିରୋଧ କରୁଥିବା ବିଜୟ ମହାପାତ୍ର ଆଜି ପୁଅ ସ୍ବାର୍ଥ ପାଇଁ ସ୍ବର ବଦଳାଇଦେଇଛନ୍ତି। ପ୍ରଥମ ଦିନରୁ ହିଁ ଭାଜପା ସରକାର ରତ୍ନଭଣ୍ଡାର ପ୍ରସଙ୍ଗରେ ବେଶ ଯତ୍ନବାନ ରହିଛି।

ସବୁ ପ୍ରକ୍ରିୟା ସରିଛି କେବଳ ୧୪ ତାରିଖକୁ ଅପେକ୍ଷା। ରତ୍ନଭଣ୍ଡାର ସୁରକ୍ଷା ଓ ରତ୍ନର ସୁରକ୍ଷା ଯାଞ୍ଚ କରାଯିବ। ଚାବିରେ ଭଣ୍ଡାର ଖୋଲୁ କି ନାହିଁ ନହେଲେ ଚାବି ଭଙ୍ଗା ହୋଇ ରତ୍ନଭଣ୍ଡାର ଖୋଲାଯିବ। ଭାଜପା ଯାହା କହିଛି ତାହା କରିବ। ଏଥିରେ କୌଣସି ଦ୍ୱନ୍ଦ ନାହିଁ କିନ୍ତୁ ବିଜୟ ବାବୁ ଦ୍ୱନ୍ଦ ସୃଷ୍ଟି କରୁଛନ୍ତି ବୋଲି ଦଳ କହିଛି।

ସୂଚନାଥାଉ କି, ଜୁନ ୧୪ରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ବସିବାକୁ ଯାଉଛି। ପରେ କମିଟି ସଦସ୍ୟ ଭିତରକୁ ଯିବାର ନିଷ୍ପତ୍ତି ହୋଇଛି। ମାତ୍ର ଏହା ପୂର୍ବରୁ ଲୋକନାଥଙ୍କ ପୂଜା କରାଯିବ । ରତ୍ନଭଣ୍ଡାର ଅଳଙ୍କାର ଲୋକନାଥ ଜଗିଥିବା ବେଳେ ସେଠାରୁ ସାପଙ୍କ ଗର୍ଜନ ଆସୁଥିବା ଲୋକେ କହୁଛନ୍ତି। ତେଣୁ ଲୋକନାଥଙ୍କୁ ଶାନ୍ତ କରିବା ପାଇଁ ଏହି ପୂଜା କରାଯିବ ବୋଲି କୁହାଯାଉଛି। ସମସ୍ତ କମିଟି ସଦସ୍ୟ ସାତ୍ୱିକ ଭୋଜନ କରୁଛନ୍ତି। ସେବାୟତଙ୍କ ଡ୍ରେସରେ ଭିତରକୁ ଯିବେ ସଦସ୍ୟ । ଖୁବଶୀଘ୍ର ଏସଓପି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ରତ୍ନଭଣ୍ଡାର କମିଟି ସଦସ୍ୟ ରାଜୀବ ସାହୁ ଏହି ସୂଚନା ଦେଇଛନ୍ତି ।

The post ରତ୍ନଭଣ୍ଡାରକୁ ନେଇ ବିଜୟଙ୍କ ବୟାନ ପରେ ପାଲଟା ଆକ୍ରମଣ କଲା ଭାଜପା, କହିଲା ବାଟବଣା ହୋଇଛ… appeared first on Dharitri Odia News.