ଜେଲ ଗଲେ ପୂର୍ବତନ ସରପଞ୍ଚ

ବ୍ରହ୍ମପୁର,୧୨ା୪(ସୁବାସ ଚନ୍ଦ୍ର ପାଢ଼ୀ) ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ଶୁକ୍ରବାର ଏକ ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାର କରି ଜଣେ ପୂର୍ବତନ ସରପଞ୍ଚଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୩ ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଗଜପତି ଜିଲା କାଶୀନଗର ବ୍ଲକ କିଡିଗାଁ ପଞ୍ଚାୟତର ତତ୍କାଳୀନ ସରପଞ୍ଚ ଡି.ରାମାରାଓ(୪୯)। […] The post ଜେଲ ଗଲେ ପୂର୍ବତନ ସରପଞ୍ଚ appeared first on Dharitri Odia News.

ଜେଲ ଗଲେ ପୂର୍ବତନ ସରପଞ୍ଚ

ବ୍ରହ୍ମପୁର,୧୨ା୪(ସୁବାସ ଚନ୍ଦ୍ର ପାଢ଼ୀ) ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ଶୁକ୍ରବାର ଏକ ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାର କରି ଜଣେ ପୂର୍ବତନ ସରପଞ୍ଚଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୩ ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଗଜପତି ଜିଲା କାଶୀନଗର ବ୍ଲକ କିଡିଗାଁ ପଞ୍ଚାୟତର ତତ୍କାଳୀନ ସରପଞ୍ଚ ଡି.ରାମାରାଓ(୪୯)। ମାମଲାର ବିଚାର ପ୍ରକ୍ରିୟା ଚାଲିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଉକ୍ତ ପଞ୍ଚାୟତର ଗ୍ରାମସେବକ ତଥା ନିର୍ବାହୀ ଅଧିକାରୀ ଆଦିକନ୍ଦ ରାଇତାଙ୍କ ମୃତ୍ୟୁ ଘଟିଥିଲା। ତେଣୁ ତାଙ୍କୁ ମାମଲାରୁ ବାଦ ଦିଆଯାଇଥିଲା।

୨୦୦୬-୦୭ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପଞ୍ଚାୟତରେ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ କାମ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ସେଥିରୁ ଅର୍ଥ ଆତ୍ମସାତ ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସର ଏକ ଟିମ୍‌ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ବେଳେ ୧ ଲକ୍ଷ ୪୧ ହଜାର ୨୫୧ ଟଙ୍କାର ହିସାବ ସରପଞ୍ଚ ଓ ଗ୍ରାମସେବକ ଦେଇପାରି ନ ଥିଲେ।

ପଞ୍ଚାୟତର ସୁକର୍ଣ୍ଣପେଟାରୁ ବାଇରିଗୁଡା ରାସ୍ତା ପାଇଁ ୫୯ ହଜାର ୨୩ ଟଙ୍କା ମିଥ୍ୟା ବିଲ ଦାଖଲ କରିଥିବା ଜଣାପଡ଼ିଥିଲା। ସେହିପରି ଭେଙ୍କଟପୁରରୁ ଅପଲାନାଇଡୁପେଟା ଗ୍ରାମ ରାସ୍ତା କାମ ପାଇଁ ୪୮ ହଜାର ୨୯୫ ଟଙ୍କାର ମିଥ୍ୟା ବିଲ ଦିଆଯାଇଥିବା ଜଣାପଡିଥିଲା। ୧୦ ହଜାର ଟଙ୍କାର ଋଣ ପରିଶୋଧ କରିଥିବା କ୍ୟାଶବୁକରେ ଲେଖାଯାଇଥିବା ବେଳେ ସେ ସମ୍ପର୍କରେ ଋଣ ଆଣିଥିବା କେଉଁଠାରେ ଦର୍ଶାଯାଇ ନ ଥିଲା।

ଅନ୍ୟପକ୍ଷରେ ଚାଉଳ କିଣା ବାବଦକୁ ୧୩ ହଜାର ୯୭୩ ଟଙ୍କାର ମିଥ୍ୟା ବିଲ ଦାଖଲ ହୋଇଥିବା ମଧ୍ୟ ସେ ସମୟରେ ଜଣାପଡିଥିଲା। ୨୦୦୯ ଅଗଷ୍ଟ ୧୫ ତାରିଖରୁ ୨୦୦୯ ନଭେମ୍ବର ୨ ତାରିଖ ମଧ୍ୟରେ ଏସବୁ ଅନିୟମିତା ହୋଇଥିଲା। ବ୍ରହ୍ମପୁର ଭିଜିଲାନ୍ସ ଏ ନେଇ ୨୦୧୧ ଡିସେମ୍ବର ୩ ତାରିଖରେ ନଂ. ୫୪/୧୧ରେ ମାମଲା ରୁଜୁ କରିଥିଲା। ମାମଲାର ବିଚାର ବେଳେ ୧୨ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମାମଲା ପରିଚାଳନା କରୁଥିଲେ।

The post ଜେଲ ଗଲେ ପୂର୍ବତନ ସରପଞ୍ଚ appeared first on Dharitri Odia News.