ବୋଡ଼େନ ପାତାଳ ଗଙ୍ଗାରେ  ବୈଶାଖ ମେଳା  ପ୍ରସ୍ତୁତି

ନୂଆପଡା,୧୧।୫ (ମକାରୁ ବେମାଲ): ବୈଶାଖ ପୂର୍ଣ୍ଣିମା ଦିନ ନୂଆପଡା ଜିଲା ବୋଡ଼େନ ବ୍ଲକର ପବିତ୍ର ତୀର୍ଥପୀଠ ପାତାଳ ଗଙ୍ଗାଠାରେ ଅନୁଷ୍ଠିତ ହେବାକୁ ଥିବା ମେଳା ପାଇଁ ରବିବାର ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମନ୍ଦିର ପରିଚାଳନା କମିଟି ସଦସ୍ୟ,ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର,ଗାୟତ୍ରୀ ମନ୍ଦିର, ଦୂର୍ଗା ମନ୍ଦିର,ଅଲେଖ ମଠ,ଗୋଣ୍ଡ ସମାଜର ବୁଢ଼ା ଦେଓ […] The post ବୋଡ଼େନ ପାତାଳ ଗଙ୍ଗାରେ  ବୈଶାଖ ମେଳା  ପ୍ରସ୍ତୁତି appeared first on Dharitri Odia News.

ବୋଡ଼େନ ପାତାଳ ଗଙ୍ଗାରେ  ବୈଶାଖ ମେଳା  ପ୍ରସ୍ତୁତି
ନୂଆପଡା,୧୧।୫ (ମକାରୁ ବେମାଲ): ବୈଶାଖ ପୂର୍ଣ୍ଣିମା ଦିନ ନୂଆପଡା ଜିଲା ବୋଡ଼େନ ବ୍ଲକର ପବିତ୍ର ତୀର୍ଥପୀଠ ପାତାଳ ଗଙ୍ଗାଠାରେ ଅନୁଷ୍ଠିତ ହେବାକୁ ଥିବା ମେଳା ପାଇଁ ରବିବାର ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମନ୍ଦିର ପରିଚାଳନା କମିଟି ସଦସ୍ୟ,ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର,ଗାୟତ୍ରୀ ମନ୍ଦିର, ଦୂର୍ଗା ମନ୍ଦିର,ଅଲେଖ ମଠ,ଗୋଣ୍ଡ ସମାଜର ବୁଢ଼ା ଦେଓ ମନ୍ଦିର,ଶିବ ମନ୍ଦିର,ହନୁମାନ ମନ୍ଦିର ପରିଚାଳନା କମିଟି ସଦସ୍ୟ ଏଥିରେ ଯୋଗଦାନ କରି ସେମାନଙ୍କ ମତାମତ ରଖିଥିଲେ ।  ଜିଲାପାଳ  ସମସ୍ତଙ୍କ ମତକୁ ଦୃଷ୍ଟିରେ ରଖି ଲୋକଙ୍କ ସୁବିଧା ନିମିତ୍ତ ଶାନ୍ତି ଶୃଙ୍ଖଳା, ପରିବହନ,ସ୍ବାସ୍ଥ୍ୟ, ବିଜୁଳି, ପାନୀୟ ଜଳ ଯୋଗାଣ,ଖାଦ୍ୟ ଓ ପରିମଳ,ସୱଚ୍ଛତା,ଗାଡ଼ି ଗୁଡ଼ିକର ସୁରକ୍ଷା, ପାର୍କିଂ ଇତ୍ୟାଦି ବିଷୟରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲମ୍ବୋଦର ନିଆଲ,ଆଇନ ଜିବୀ ଯୋଗେନ୍ଦ୍ର ନାଥ ମାଝୀ, ଅତିନ୍ଦ୍ର ଜୀତସିଂ ମଲ୍ଲିକ,ରାଜୁ ମାଝୀ,ରାଜୁ ହେର୍ଣା,ମଝିଆ ମାଝୀ,ନୀଳାମ୍ବର ମେହେର,ସଞ୍ଜୁ ଅଗ୍ରୱାଲ, ତୋପ ସିଂ ମାଝୀ ପ୍ରମୁଖ ଯୋଗଦାନ କରି ନିଜ ନିଜ ମତ ଉପସ୍ଥାପନ କରିବା ସହିତ ପାତାଳ ଗଙ୍ଗାରେ ରହିଥିବା ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଜିଲାପାଳଙ୍କୁ ଅନୁରୋଧ କରିଥିଲେ ।
ପ୍ରଶାସନ ପକ୍ଷରୁ ଉପ ଜିଲାପାଳ ଯୋଗେନ୍ଦ୍ର ମାଝୀ, ବିଡିଓ କାର୍ମୀ ଓରାମ, ତହସିଲଦାର ଅନସୂୟା ବାଗଦେବୀ, ପୂର୍ତ୍ତ ବିଭାଗ ଏସଇ ଶଶାଙ୍କ ଶେଖର ଶୁକ୍ଳା ଓ ଏସ୍‌ଡିଓ ଅମୋଘ ନାରାୟଣ ପଣ୍ଡା, ପୋଲିସ ଏସ୍‌ଆଇ ମଞ୍ଜୁଲତା ଖଡେଙ୍ଗା, ସହକାରୀ କାର୍ଯ୍ୟ ନିର୍ବହୀ ଯନ୍ତ୍ରୀ ଆଶୁତୋଷ ରାଉତ, ଏପି ଓ ରବିନାରାୟଣ ରାଉତ,କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡ଼ା, କନିଷ୍ଠଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ ଓ ଅମରେନ୍ଦ୍ର ବିଶାଳ ପ୍ରମୁଖ ଯୋଗଦାନ କରିଥିଲେ । ସମସ୍ତଙ୍କ ସହଯୋଗରେ ଏଥର ପାତାଳ ଗଙ୍ଗାରେ ବୈଶାଖ ମେଳାର ଭବ୍ୟ  ଆୟୋଜନ ସଫଳ ହୋଇ ପାରିବ ବୋଲି ଜିଲାପାଳ ଆଶା ପ୍ରକଟ କରିଛନ୍ତି।

The post ବୋଡ଼େନ ପାତାଳ ଗଙ୍ଗାରେ  ବୈଶାଖ ମେଳା  ପ୍ରସ୍ତୁତି appeared first on Dharitri Odia News.