ରନ୍‌ଓ୍ବେରେ ମୁହାଁମୁହିଁ ହେଲେ ଦୁଇଟି ବିମାନ, ଆଖି ପିଛୁଳାକେ ଅଟକିଗଲା ଯାତ୍ରୀଙ୍କ ନିଶ୍ୱାସ, ଦେଖନ୍ତୁ ଭିଡିଓ

ଲସ ଆଞ୍ଜେଲସ,୩୧।୧୨: ୨୦୨୪ର ଶେଷ ସପ୍ତାହରେ ଘଟିଥିବା ଦୁଇଟି ବିମାନ ଦୁର୍ଘଟଣା ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ବର୍ତ୍ତମାନ ଆମେରିକାର ଲସ ଆଞ୍ଜେଲସ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣାକୁ ରୋକାଯାଇପାରିଛି। ବିମାନ ବନ୍ଦରରେ ଯାଉଥିବା ବିମାନ ସମ୍ମୁଖରେ ଅନ୍ୟ ଏକ ବିମାନ ଆସିବା ପରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଉଭୟ ବିମାନ ନିକଟତର ହେଉଥିବା ଦେଖି ଅଧିକାରୀଙ୍କ ନିଶ୍ୱାସ କିଛି ସମୟ ପାଇଁ ଅଟକି ରହିଗଲା। ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ […] The post ରନ୍‌ଓ୍ବେରେ ମୁହାଁମୁହିଁ ହେଲେ ଦୁଇଟି ବିମାନ, ଆଖି ପିଛୁଳାକେ ଅଟକିଗଲା ଯାତ୍ରୀଙ୍କ ନିଶ୍ୱାସ, ଦେଖନ୍ତୁ ଭିଡିଓ appeared first on Dharitri Odia News.

ରନ୍‌ଓ୍ବେରେ ମୁହାଁମୁହିଁ ହେଲେ ଦୁଇଟି ବିମାନ, ଆଖି ପିଛୁଳାକେ ଅଟକିଗଲା ଯାତ୍ରୀଙ୍କ ନିଶ୍ୱାସ, ଦେଖନ୍ତୁ ଭିଡିଓ

ଲସ ଆଞ୍ଜେଲସ,୩୧।୧୨: ୨୦୨୪ର ଶେଷ ସପ୍ତାହରେ ଘଟିଥିବା ଦୁଇଟି ବିମାନ ଦୁର୍ଘଟଣା ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ବର୍ତ୍ତମାନ ଆମେରିକାର ଲସ ଆଞ୍ଜେଲସ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣାକୁ ରୋକାଯାଇପାରିଛି।
ବିମାନ ବନ୍ଦରରେ ଯାଉଥିବା ବିମାନ ସମ୍ମୁଖରେ ଅନ୍ୟ ଏକ ବିମାନ ଆସିବା ପରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଉଭୟ ବିମାନ ନିକଟତର ହେଉଥିବା ଦେଖି ଅଧିକାରୀଙ୍କ ନିଶ୍ୱାସ କିଛି ସମୟ ପାଇଁ ଅଟକି ରହିଗଲା। ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।
ଏହି ଘଟଣା ଶୁକ୍ରବାର ସା ୪ଟା ସମୟରେ ଘଟିଥିଲା। ଗୋଞ୍ଜାଗା ୟୁନିଭରସିଟିର ପୁରୁଷ ବାସ୍କେଟବଲ ଦଳଙ୍କୁ ନେଇ ଯାଉଥିବା ଏକ ଏମ୍ବ୍ରାୟର E135 ଚାର୍ଟର ଜେଟ ୱାଶିଂଟନରୁ ଅବତରଣ କରି ବିମାନବନ୍ଦର ଫାଟକରେ ପାର୍କ କରିବାକୁ ଯାଉଥିଲା।
ତା’ପରେ ଦ୍ୱିତୀୟ ରନୱେରୁ ଡେଲଟା ଏୟାରଲାଇନ୍ସର କମର୍ସିଆଲ ଫ୍ଲାଇଟ ଉଡ଼ାଣ ଆରମ୍ଭ କଲା। ଦୁଇଟି ବିମାନ ପରସ୍ପର ସହ ମୁହାଁମୁହିଁ ନହେବା ପାଇଁ ଏୟାର ଟ୍ରାଫିକ ନିୟନ୍ତ୍ରକ ତୁରନ୍ତ ଚାଟର୍ର ଜେଟକୁ ଅଟକିବାକୁ କହିଥିଲେ। ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ସ୍ବର ଆସିଲା – ବନ୍ଦ କର, ବନ୍ଦ କର, ବା ଷ୍ଟପ ଷ୍ଟପ।
ବିମାନ ବନ୍ଦର ମୁଖପାତ୍ର କହିଛନ୍ତି ଯେ ଦ୍ୱିତୀୟ ବିମାନ ଉଡ଼ାଣ ସମୟରେ ଏମ୍ବ୍ରାୟର E135 କୁ ଗ୍ରାଉଣ୍ଡ କରିବାକୁ କୁହାଯାଇଥିଲା। ସେ କହିଛନ୍ତି ଯେ ଜେଟ ରନୱେର ଏଜ ଲାଇନ ଅତିକ୍ରମ କରି ନାହିଁ। ତେବେ ବର୍ତ୍ତମାନ ଏହି ମାମଲା ଏଜେନ୍ସି ଦ୍ୱାରା ଅନୁସନ୍ଧାନ କରାଯାଉଛି।
ଲସ ଅରାଞ୍ଜଲସ ବିମାନ ବନ୍ଦରରେ ବିମାନ ଉଡ଼ାଣ ଏବଂ ଅବତରଣ କରୁଥିବା ବିମାନଗୁଡ଼ିକ ୟୁଟ୍ୟୁବରେ ବିମାନ ଭିଡିଓ ଚ୍ୟାନେଲ ଦ୍ୱାରା ଲାଇଭ ଷ୍ଟ୍ରିମିଂ ହୋଇଛି । ଏହି ଷ୍ଟ୍ରିମିଂ ସମୟରେ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଏୟାର ଟ୍ରାଫିକ କଣ୍ଟ୍ରୋଲରରୁ ଲାଇନ ଅଡିଓ ମଧ୍ୟ ଅନ୍ତର୍ଭୁକ୍ତ।

 

The post ରନ୍‌ଓ୍ବେରେ ମୁହାଁମୁହିଁ ହେଲେ ଦୁଇଟି ବିମାନ, ଆଖି ପିଛୁଳାକେ ଅଟକିଗଲା ଯାତ୍ରୀଙ୍କ ନିଶ୍ୱାସ, ଦେଖନ୍ତୁ ଭିଡିଓ appeared first on Dharitri Odia News.