ରନୱେରେ କ୍ରାସ୍ ହେଲା ସେନା ଏୟାରକ୍ରାଫ୍ଟ, ୬ ସେନା କର୍ମଚାରୀ ଗୁରୁତର
ମିଆଁମାର ସେନା ସେମାନଙ୍କ ସୈନିକଙ୍କୁ ନେଇ ଯାଉଥିବା ବେଳେ ଲିଙ୍ଗପୋଇ ବିମାନବନ୍ଦର ରନୱେରେ ଏହି ଅଘଟଣ ଘଟିଛି।
ମିଜୋରାମର ଲେଙ୍ଗପୁଇ ଏୟାରପୋର୍ଟରେ ଉଡାଣ ବେଳେ କ୍ରାସ୍ ହେଲା ମିଆଁମାରର ସେନା ଏୟାରକ୍ରାଫ୍ଟ । ଏଥିରେ ୬ ଜଣ ସେନା କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମିଜୋରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପ୍ଲେନରେ ପାଇଲଟଙ୍କୁ ମିଶାଇ ୧୪ ଜଣ ଥିଲେ । ମିଜୋରାମର ଲିଙ୍ଗପୋଇ ବିମାନବନ୍ଦରରୁ ସେନାକର୍ମୀଙ୍କୁ ନେଇ ଯାଉଥିବା ବେଳେ ରନୱେରୁ ବିମାନ ଖସିଯିବାରୁ ଏହି ଦୁର୍ଘଟଣା ହୋଇଛି । ତେବେ ସୌଭାଗ୍ୟ ବଶତଃ କେହି ମୃତାହତ ହୋଇନାହାନ୍ତି।
୧୮୪ ସେନାକର୍ମୀଙ୍କୁ ମିଆଁମାର ଫେରିଯିବା ଲାଗି ଆସାମ ରାଇଫଲ କହିଥିଲା। ମିଆଁମାର ସେନା ସେମାନଙ୍କ ସୈନିକଙ୍କୁ ନେଇ ଯାଉଥିବା ବେଳେ ଲିଙ୍ଗପୋଇ ବିମାନବନ୍ଦର ରନୱେରେ ଏହି ଅଘଟଣ ଘଟିଛି। ଗତ ସପ୍ତାହରେ ମିଆଁମାର ୨୭୬ ଜଣ ସୈନିକ ଭାରତ ସୀମାକୁ ପଶି ଆସିଥିଲେ । ଏହାପରେ ଆସାମ ରାଇଫଲ ସେମାନଙ୍କୁ ସ୍ୱଦେଶ ଫେରିଯିବାକୁ କହିଥିଲା।