ରବି ଚାଷ ପାଇଁ ଜଳଯୋଗାଣ ବନ୍ଦ ପ୍ରତିବାଦରେ ତେଜିଲା ଚାଷୀ ଆନ୍ଦୋଳନ
ଧର୍ମଗଡ଼,୨୧ା୧୧(ଆକାଶ କୁମାର ଜଗତ)- ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଆଞ୍ଚଳିକ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଧର୍ମଗଡ଼ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଚାରି ଛକଠାରେ ରାସ୍ତାରୋକୋ କରାଯାଇଥିଲା। ଫଳରେ ଧର୍ମଗଡ-ଜୁନାଗଡ଼ ସହରକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ପୂର୍ବରୁ କେନାଲ ପାଣି ଯୋଗାଇବା […] The post ରବି ଚାଷ ପାଇଁ ଜଳଯୋଗାଣ ବନ୍ଦ ପ୍ରତିବାଦରେ ତେଜିଲା ଚାଷୀ ଆନ୍ଦୋଳନ appeared first on Dharitri Odia News.
ଧର୍ମଗଡ଼,୨୧ା୧୧(ଆକାଶ କୁମାର ଜଗତ)- ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ଆଞ୍ଚଳିକ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଧର୍ମଗଡ଼ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଚାରି ଛକଠାରେ ରାସ୍ତାରୋକୋ କରାଯାଇଥିଲା। ଫଳରେ ଧର୍ମଗଡ-ଜୁନାଗଡ଼ ସହରକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।
ପୂର୍ବରୁ କେନାଲ ପାଣି ଯୋଗାଇବା ଦାବିରେ ଅଞ୍ଚଳର ଚାଷୀମାନେ ଉପଜିଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ପରେ ବି କୌଣସି ପ୍ରତିକାର ନ ହେବାରୁ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନି ନିଷ୍ପତ୍ତି ନିଆଯାଇଥିଲା। ଚାଷୀ ନେତା ତୁଷାର ରଞ୍ଜନ ପଟ୍ଟଯୋଶୀ, ଡମ୍ବରୁଧର ଲହଜଲ, ଦିଗମ୍ବର ଦୁରିଆ, ମନୋଜ ପଣ୍ଡା, ଡାକେଶ୍ୱର ଲହଜଲ, ଦେବେନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଧର୍ମଗଡ଼ ଚାରି ଛକଠାରେ ରାସ୍ତାରୋକୋ କରିଥିଲେ।
ଘଟଣାସ୍ଥଳରେ ଧର୍ମଗଡ ଉପଜିଲାପାଳ ଧୀମାନ ଚକମା ପହଞ୍ଚି ଜଳ ଯୋଗାଣ ନେଇ ଏକ ମିଳିତ ବୈଠକ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନରେ ରାସ୍ତାରୋକୋ ହଟିଥିଲା। ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀ ଓ ଚାଷୀ ସଂଗଠନର ଏକ ମିଳିତ ବୈଠକ କରାଯାଇ ସମସ୍ତ ଅଞ୍ଚଳକୁ କିପରି ରବି ଋତୁରେ ଜଳସେଚିତ ହୋଇପାରିବ ତା’ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲାପାଳ ଚକମା ପ୍ରକାଶ କରିଛନ୍ତି।
The post ରବି ଚାଷ ପାଇଁ ଜଳଯୋଗାଣ ବନ୍ଦ ପ୍ରତିବାଦରେ ତେଜିଲା ଚାଷୀ ଆନ୍ଦୋଳନ appeared first on Dharitri Odia News.