ରବି ଶାସ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନା’ ପୁରସ୍କାର, ଶୁବମାନ ଗିଲ୍ଙ୍କୁ ‘ପଲି ଉମ୍ରିଗର ଟ୍ରଫି’
ହାଇଦରାବାଦ୍: ୪ ବର୍ଷର ବ୍ୟବଧାନ ପରେ ଭାରତୀୟ କ୍ରିକେଟ୍ର ସର୍ବୋଚ୍ଚ ସଂସ୍ଥା ବିସିସିଆଇର ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ହାଇଦରାବାଦ୍ରେ ଆୟୋଜିତ ହେବାକୁ ଥିବା ଏକ ଉତ୍ସବରେ ବିସିସିଆଇ ପୁରସ୍କାର ବିଭିନ୍ନବର୍ଗରେ ପ୍ରଦାନ କରାଯିବ। ଏହିକ୍ରମରେ ଭାରତୀୟ ଦଳର ପ୍ରାକ୍ତନ ଅଧିନାୟକ ରବି ଶାସ୍ତ୍ରୀ ‘ଜୀବନବ୍ୟାପୀ ସାଧନା’ ପୁରସ୍କାର ବାବଦକୁ ସିକେ ନାଇଡୁ ଟ୍ରଫି ଗ୍ରହଣ କରିବେ। ସେହିଭଳି ଯୁବ ଓପନର୍ ଶୁବମାନ ଗିଲ୍ଙ୍କୁ ବର୍ଷର ଶ୍ରେଷ୍ଠ ପୁରୁଷ କ୍ରିକେଟର୍ ପୁରସ୍କାର ବାବଦକୁ […]

ହାଇଦରାବାଦ୍: ୪ ବର୍ଷର ବ୍ୟବଧାନ ପରେ ଭାରତୀୟ କ୍ରିକେଟ୍ର ସର୍ବୋଚ୍ଚ ସଂସ୍ଥା ବିସିସିଆଇର ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ହାଇଦରାବାଦ୍ରେ ଆୟୋଜିତ ହେବାକୁ ଥିବା ଏକ ଉତ୍ସବରେ ବିସିସିଆଇ ପୁରସ୍କାର ବିଭିନ୍ନବର୍ଗରେ ପ୍ରଦାନ କରାଯିବ। ଏହିକ୍ରମରେ ଭାରତୀୟ ଦଳର ପ୍ରାକ୍ତନ ଅଧିନାୟକ ରବି ଶାସ୍ତ୍ରୀ ‘ଜୀବନବ୍ୟାପୀ ସାଧନା’ ପୁରସ୍କାର ବାବଦକୁ ସିକେ ନାଇଡୁ ଟ୍ରଫି ଗ୍ରହଣ କରିବେ। ସେହିଭଳି ଯୁବ ଓପନର୍ ଶୁବମାନ ଗିଲ୍ଙ୍କୁ ବର୍ଷର ଶ୍ରେଷ୍ଠ ପୁରୁଷ କ୍ରିକେଟର୍ ପୁରସ୍କାର ବାବଦକୁ ‘ପଲି ଉମ୍ରିଗର ଟ୍ରଫି’ ଦିଆଯିବ। ଗତ ବର୍ଷ ଗିଲ୍ ଦ୍ରୁତତମ ବ୍ୟାଟର୍ ଭାବେ ଏକଦିବସୀୟ କ୍ରିକେଟ୍ରେ ୨ ହଜାର ରନ ପୂରଣ କରିଥିଲେ। ଉଲ୍ଲେଖଯୋଗ୍ୟ, ଶେଷଥର ଲାଗି ୨୦୨୦ ଜାନୁଆରୀରେ ବିସିସିଆଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାପରେ କୋଭିଡ୍ ଓ ବିଭିନ୍ନ କାରଣ ଲାଗି ୪ ବର୍ଷ ହେଲା ଏହା ବନ୍ଦ ରହିଥିଲା।