ରବିଚନ୍ଦ୍ରନ ଅଶ୍ୱିନୀଙ୍କ ବଡ଼ ବୟାନ, ଜଶ୍ପ୍ରୀତ୍ ବୁମ୍ରା ହେଉଛନ୍ତି ଟିମ୍ ଇଣ୍ଡିଆର 'କୋହିନୂର'
ମୁମ୍ବାଇ ୨୫।୦୯ : ଜଶ୍ପ୍ରୀତ୍ ବୁମ୍ରା ହେଉଛନ୍ତି ଟିମ୍ ଇଣ୍ଡିଆର କୋହିନୂର । ତାଙ୍କ ପରି ବୋଲର ଦଶନ୍ଧୀରେ ଥରେ ଟିମ୍କୁ ଆସିଥାନ୍ତି । ଯେକୌଣସି ବି ପରିସ୍ଥିତିରେ ବିରୋଧୀ ଟିମ୍ ଉପରେ ଭାରି ପଡିବା କିଛି ସହଜ କଥା ନୁହେଁ ବୋଲି କହିଛନ୍ତି ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ । ଟିମ୍ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଜଶପ୍ରୀତ୍ ବୁମ୍ରା ହେଉଛନ୍ତି ଟିମ୍ ଇଣ୍ଡିଆର କୋହିନୂର । ବୁମ୍ରା ଆହତ ହେବା ସମୟରେ ଯେଉଁମାନେ ତାଙ୍କ ଉପରକୁ ଆଙ୍ଗୁଠି ଉଠାଉଥିଲେ । ସୁସ୍ଥ ହେବା ପରେ ବୁମ୍ରା ସମସ୍ତ ମୁହଁରେ ଦୃଢ ଜବାବ ଦେଇଛନ୍ତି । ପ୍ରଚଣ୍ଡ ଖରାରେ ୧୪୫ କିଲୋମିଟରରେ ବୋଲିଂ କରିବା କିଛି ଛୋଟ କଥା ନୁହେଁ । ଏଥି ପାଇଁ ଦକ୍ଷତା ଦରକାର । ଏବେକା ସମୟରେ ବୁମ୍ରା ଟିମ୍ ପାଇଁ କେତେ ଜରୁରୀ । ତାହା ଅନ୍ୟମାନେ ବୁଝିବା କଷ୍ଟକର । ମ୍ୟାଚ୍ ପୂର୍ବରୁ ବୁମ୍ରା ଯେଉଁଭଳି ଭାବେ ପରିଶ୍ରମ କରନ୍ତି । ତାହା ଖୁବ୍ କମ୍ ଖେଳାଳି କରିଥାନ୍ତି । ସେଥିପାଇଁ ତ ମୁଁ ଏବେ କହୁଛି… ଆଉ ଆଗକୁ ମଧ୍ୟ କହୁଥିବି.. ଜଶପ୍ରୀତ୍ ବୁମ୍ରା ହେଉଛନ୍ତି ଟିମ୍ ଇଣ୍ଡିଆର କୋହିନୂର ହୀରା । ବର୍ତ୍ତମାନ ଯାଏଁ ଜଶପ୍ରୀତ୍ ବୁମ୍ରା ୩୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୧୬୪ଟି ଓ୍ୱିକେଟ୍ ନେଇଛନ୍ତି । ୨୭ ରନ୍ ଦେଇ ୬ଟି ଓ୍ୱିକେଟ୍ ନେବା ତାଙ
ମୁମ୍ବାଇ ୨୫।୦୯ : ଜଶ୍ପ୍ରୀତ୍ ବୁମ୍ରା ହେଉଛନ୍ତି ଟିମ୍ ଇଣ୍ଡିଆର କୋହିନୂର । ତାଙ୍କ ପରି ବୋଲର ଦଶନ୍ଧୀରେ ଥରେ ଟିମ୍କୁ ଆସିଥାନ୍ତି । ଯେକୌଣସି ବି ପରିସ୍ଥିତିରେ ବିରୋଧୀ ଟିମ୍ ଉପରେ ଭାରି ପଡିବା କିଛି ସହଜ କଥା ନୁହେଁ ବୋଲି କହିଛନ୍ତି ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ ।
ଟିମ୍ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଜଶପ୍ରୀତ୍ ବୁମ୍ରା ହେଉଛନ୍ତି ଟିମ୍ ଇଣ୍ଡିଆର କୋହିନୂର । ବୁମ୍ରା ଆହତ ହେବା ସମୟରେ ଯେଉଁମାନେ ତାଙ୍କ ଉପରକୁ ଆଙ୍ଗୁଠି ଉଠାଉଥିଲେ । ସୁସ୍ଥ ହେବା ପରେ ବୁମ୍ରା ସମସ୍ତ ମୁହଁରେ ଦୃଢ ଜବାବ ଦେଇଛନ୍ତି । ପ୍ରଚଣ୍ଡ ଖରାରେ ୧୪୫ କିଲୋମିଟରରେ ବୋଲିଂ କରିବା କିଛି ଛୋଟ କଥା ନୁହେଁ । ଏଥି ପାଇଁ ଦକ୍ଷତା ଦରକାର । ଏବେକା ସମୟରେ ବୁମ୍ରା ଟିମ୍ ପାଇଁ କେତେ ଜରୁରୀ । ତାହା ଅନ୍ୟମାନେ ବୁଝିବା କଷ୍ଟକର । ମ୍ୟାଚ୍ ପୂର୍ବରୁ ବୁମ୍ରା ଯେଉଁଭଳି ଭାବେ ପରିଶ୍ରମ କରନ୍ତି । ତାହା ଖୁବ୍ କମ୍ ଖେଳାଳି କରିଥାନ୍ତି । ସେଥିପାଇଁ ତ ମୁଁ ଏବେ କହୁଛି… ଆଉ ଆଗକୁ ମଧ୍ୟ କହୁଥିବି.. ଜଶପ୍ରୀତ୍ ବୁମ୍ରା ହେଉଛନ୍ତି ଟିମ୍ ଇଣ୍ଡିଆର କୋହିନୂର ହୀରା ।
ବର୍ତ୍ତମାନ ଯାଏଁ ଜଶପ୍ରୀତ୍ ବୁମ୍ରା ୩୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୧୬୪ଟି ଓ୍ୱିକେଟ୍ ନେଇଛନ୍ତି । ୨୭ ରନ୍ ଦେଇ ୬ଟି ଓ୍ୱିକେଟ୍ ନେବା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି । ସେହିପରି ୮୯ଟି ଦିନିକିଆ ମ୍ୟାଚ୍ ଖେଳି ୧୪୯ଟି ଓ୍ୱିକେଟ୍ ନେଇଛନ୍ତି । ଯେଉଁଥିରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ୧୯ ରନ୍ ଦେଇ ୬ଟି ଓ୍ୱିକେଟ୍ । ବାକି ୭୦ଟି ଟି-୨୦ ମ୍ୟାଚ୍ ଖେଳି ୮୯ଟି ଓ୍ୱିକେଟ୍ ନେଇଛନ୍ତି । ତାମଧ୍ୟରେ ୭ରନ୍ ଦେଇ ୩ଟି ଓ୍ୱିକେଟ୍ ନେବାର ବୁମ୍ରାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ।