ରବିବାର କିଏ ପାଇବେ ‘ସୁଭଦ୍ରା ଟଙ୍କା? ଉପମୁଖ୍ୟମନ୍ତ୍ରୀ କହିଲେ…
ଭୁବନେଶ୍ୱର,୨୩ା୧୧(ଅନିଲ ଦାସ)- ବାଦ୍ ପଡ଼ିଥିବା ୨୫ ପ୍ରତିଶତ ମହିଳାଙ୍କୁ ନଭେମ୍ବର ୨୪ ତାରିଖ ତଥା ରବିବାର ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶନିବାର ସୂଚନା ଦେଇଛନ୍ତି। ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍ ପଡ଼ିଛନ୍ତି। ସେମାନଙ୍କ ନାମରେ ଜମିନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି। ଆଉ ଥରେ ଏହାର ଯାଞ୍ଚ ହେବ। ଆକାଉଣ୍ଟ ଓ ଆଧାର ଲିଙ୍କ୍ରେ ସମସ୍ୟା ଥିବା ୫ ଲକ୍ଷ ମିସ୍କେସ୍ ସମସ୍ୟାର […] The post ରବିବାର କିଏ ପାଇବେ ‘ସୁଭଦ୍ରା ଟଙ୍କା? ଉପମୁଖ୍ୟମନ୍ତ୍ରୀ କହିଲେ… appeared first on Dharitri Odia News.
ଭୁବନେଶ୍ୱର,୨୩ା୧୧(ଅନିଲ ଦାସ)- ବାଦ୍ ପଡ଼ିଥିବା ୨୫ ପ୍ରତିଶତ ମହିଳାଙ୍କୁ ନଭେମ୍ବର ୨୪ ତାରିଖ ତଥା ରବିବାର ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶନିବାର ସୂଚନା ଦେଇଛନ୍ତି।
ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍ ପଡ଼ିଛନ୍ତି। ସେମାନଙ୍କ ନାମରେ ଜମିନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି। ଆଉ ଥରେ ଏହାର ଯାଞ୍ଚ ହେବ। ଆକାଉଣ୍ଟ ଓ ଆଧାର ଲିଙ୍କ୍ରେ ସମସ୍ୟା ଥିବା ୫ ଲକ୍ଷ ମିସ୍କେସ୍ ସମସ୍ୟାର ସମାଧାନ ହୋଇପାରି ନାହିଁ। ସେମାନଙ୍କର ଆଧାର, ଆକାଉଣ୍ଟ ଓ ମୋବାଇଲ ନମ୍ବର ସଂଯୋଗ କରିବା ପରେ ଡିସେମ୍ବର ଯୋଜନାରେ ସାମିଲ ହୋଇପାରିବେ।
ବାଦ୍ ପଡ଼ିଥିବା ଆବେଦନକାରୀଙ୍କୁ ସାମିଲ କରିବା ଯାଏ ପ୍ରକ୍ରିୟା ଜାରି ରହିବ। ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବେନି। ସମସ୍ତ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଭାତୀ କହିଛନ୍ତି ।
The post ରବିବାର କିଏ ପାଇବେ ‘ସୁଭଦ୍ରା ଟଙ୍କା? ଉପମୁଖ୍ୟମନ୍ତ୍ରୀ କହିଲେ… appeared first on Dharitri Odia News.