ରବିବାର ରାଜ୍ୟପାଳଙ୍କ ଯାଜପୁର ଜିଲ୍ଲା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଯାଜପୁର ୨୧।୦୧ : ରବିବାର ଯାଜପୁର ଜିଲ୍ଲା ଗସ୍ତରେ ଆସିବେ ମହାମହିମ ରାଜ୍ୟପାଳ । ଦିନ ୧୧ଟା ସମୟରେ ପହଞ୍ଚି ପ୍ରଥମେ ମା ବିରଜାଙ୍କ ଦର୍ଶନ କରିବେ ପରେ ମିଶନ ଶକ୍ତି ଭବନ ପରିଦର୍ଶନ କରିବା ସହ ୧୫୦ ଜଣ ଏସ୍‌ଏସ୍‌ଜି ସଦସ୍ୟଙ୍କ ସହ ଆଲୋଚନା କରିବେ । ସେହିପରି ଏହି ଗସ୍ତ ଅବସରରେ ଖଣ୍ଡରା ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଥିବା ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବେ। ପରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିବେ । ଏହାପରେ ହରିପୁରରେ ଥିବା ପିଏଚ୍‌ସି କେନ୍ଦ୍ରକୁ ଯିବେ ଏବଂ ସେଠାର ଥିବା ଡାକ୍ତର ଏବଂ ରୋଗୀଙ୍କ ସହ ଆଲୋଚନା କରିବେ। ଏହାପରେ କୁଆଖିଆ ଅଭିମନ୍ୟୁ ସାମନ୍ତ ସିଂହାର ଭବନ ଗସ୍ତ ପରେ ସୁଆଁସାହିରେ ଥିବା ଆଶ୍ରମ ବିଦ୍ୟାଳୟ ଯିବେ । ସେଠାରୁ ମହାବିନାୟକ ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିବେ । https://www.prameyanews7.com/bollywood-actress-nora-fatehi-deepfake-video-of-advertising/ The post ରବିବାର ରାଜ୍ୟପାଳଙ୍କ ଯାଜପୁର ଜିଲ୍ଲା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ appeared first on Prameya News7.

ରବିବାର ରାଜ୍ୟପାଳଙ୍କ ଯାଜପୁର ଜିଲ୍ଲା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଯାଜପୁର ୨୧।୦୧ : ରବିବାର ଯାଜପୁର ଜିଲ୍ଲା ଗସ୍ତରେ ଆସିବେ ମହାମହିମ ରାଜ୍ୟପାଳ । ଦିନ ୧୧ଟା ସମୟରେ ପହଞ୍ଚି ପ୍ରଥମେ ମା ବିରଜାଙ୍କ ଦର୍ଶନ କରିବେ ପରେ ମିଶନ ଶକ୍ତି ଭବନ ପରିଦର୍ଶନ କରିବା ସହ ୧୫୦ ଜଣ ଏସ୍‌ଏସ୍‌ଜି ସଦସ୍ୟଙ୍କ ସହ ଆଲୋଚନା କରିବେ ।

ସେହିପରି ଏହି ଗସ୍ତ ଅବସରରେ ଖଣ୍ଡରା ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଥିବା ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବେ। ପରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିବେ । ଏହାପରେ ହରିପୁରରେ ଥିବା ପିଏଚ୍‌ସି କେନ୍ଦ୍ରକୁ ଯିବେ ଏବଂ ସେଠାର ଥିବା ଡାକ୍ତର ଏବଂ ରୋଗୀଙ୍କ ସହ ଆଲୋଚନା କରିବେ। ଏହାପରେ କୁଆଖିଆ ଅଭିମନ୍ୟୁ ସାମନ୍ତ ସିଂହାର ଭବନ ଗସ୍ତ ପରେ ସୁଆଁସାହିରେ ଥିବା ଆଶ୍ରମ ବିଦ୍ୟାଳୟ ଯିବେ । ସେଠାରୁ ମହାବିନାୟକ ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିବେ ।

https://www.prameyanews7.com/bollywood-actress-nora-fatehi-deepfake-video-of-advertising/

The post ରବିବାର ରାଜ୍ୟପାଳଙ୍କ ଯାଜପୁର ଜିଲ୍ଲା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ appeared first on Prameya News7.