ରାଉରକେଲା ବନ୍ଧମୁଣ୍ଡା ଥାନା ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ: ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ

କନକ ବ୍ୟୁରୋ: ରାଉରକେଲାରେ ପୁଣି ଲଜ୍ଜା। ଥାନା ଭିତରେ ମହିଳା ପୁଲିସ କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ। ଅଭିଯୋଗ ଆସିଛି ବନ୍ଧମୁଣ୍ଡା ଥାନା ଅଧିକାରୀ ଅଶୋକ କୁମାର ଦାସଙ୍କ ନାଁରେ। ଥାନା ଭିତରେ ମହିଳା ସହକର୍ମୀଙ୍କୁ ଅସଦାଚରଣ କରିଥିବା ଭଳି ସାଂଘାତିକ  ଅଭିଯୋଗ ଆସିଛି । ଏସପିଙ୍କୁ ଘଟଣା ବିଷୟରେ ମହିଳା ପୁଲିସ ଜଣଙ୍କ ଅଭିଯୋଗ କରିବା ପରେ ତୁରନ୍ତ କାର୍ୟ୍ୟନୁଷ୍ଠାନ ନିଆଯାଇଛି। ତୁରନ୍ତ ଆଇଆଇସିଙ୍କୁ ଏସପି ଅଫିସକୁ ବଦଳି କରିଦିଆଯାଇଛି। ଘଟଣାର ତଦନ୍ତ ଭାର ଜଣେ ମହିଳା ଡିଏସପିଙ୍କୁ ଦିଆଯାଇଛି।  