ରାଉରକେଲା ବିମାନରୁ ହେଉ ସବୁଦିନିଆ ବିମାନ ଚଳାଚଳ, ଚାରି ଦଫା ଦାବିରେ ଗଣଧାରଣା

ରାଉରକେଲା: ଦୁଇ ବର୍ଷ ତଳେ ହକି ବିଶ୍ୱକପ ସମୟରେ ରାଉରକେଲା ବିମାନ ଘାଟିକୁ ମିଳିଲା ବିମାନ ବନ୍ଦର ମାନ୍ୟତା। ଭୁବନେଶ୍ୱରରୁ ରାଉରକେଲା ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ଦିଆଗଲା ପ୍ରତିଶ୍ରୁତିି। ହେଲେ ହକି ବିଶ୍ୱକପ ସରିବା ପରେ ସବୁ ପ୍ରତିଶ୍ରୁତିି ରାଉରକେଲାବାସୀଙ୍କ ପାଇଁ ରହିଗଲା ସାତ ସପନରେ । ଏବେ ସବୁଦିନ ନୁହେଁ ବରଂ ଦିନେ ଦିନେ ଉଡ଼ୁଛି ବିମାନ ହେଲେ ଯାତ୍ରୀବାହୀ ବିମାନ ପାଇଁ ଦର୍ଶାଯାଉଛି ଯାନ୍ତ୍ରିକ ତ୍ରୁଟି। ଚାର୍ଟାର୍ଡ ବିମାନକୁ ଛାଡ଼ିଦେଲେ ଅନେକ ସମୟରେ ବାତିଲ ହେଉଛି ବିମାନ। ଫଳରେ ଲୋକେ ହେଉଛନ୍ତି ହଇରାଣ । ଏମିତିରେ ସବୁଦିନିଆ ବିମାନ ଚଳାଚଳ ସହ ୪ ଦଫା ଦାବି କରି ରାଉରକେଲା ଏୟାରପୋର୍ଟ ଆକ୍ସନ କମିଟିର ଗଣଧାରଣା । ଗଣଧାରଣା ରାଉରକେଲାବାସୀଙ୍କ ସ୍ବାର୍ଥ ପାଇଁ । ବଡ଼ କଥା ହେଲା ଏହି ଗଣଧାରଣା ୧୦ ଦିନରେ ପହଞ୍ଚିଲାଣି। କମିଟିରେ ଦାବିରେ ରହିଛି, ରାଉରକେଲା ବିମାନ ବନ୍ଦର ଜମି ମାଳିକାନାକୁ ରାଉରକେଲା ଷ୍ଟିଲ ପ୍ଳାଣ୍ଟ ନାଁରୁ ଏୟାରପୋର୍ଟ ଅଥରିଟିକୁ ହସ୍ତାନ୍ତର, ଫୋର ସି ଲାଇସେନ୍ସ, ଇନ୍‌ଷ୍ଟୁମେଂଟ ଲ୍ୟାଣ୍ଡିଙ୍ଗ ସିଷ୍ଟମ ଇନ୍‌ଷ୍ଟଲ୍, ନାଇଟ ଲ୍ୟାଣ୍ଡିଙ୍ଗ ସିଷ୍ଟମ ଇନ୍‌ଷ୍ଟଲ୍। ତେବେ ରାଉରକେଲାରେ ସବୁଦିନିଆ ବିମାନ ଚଳାଚଳ ପାଇଁ ଦାବି ଧାରଣା ୧୦ ଦିନରେ ପହଞ୍ଚିଥିବାବେଳେ ସରକାର କିମ୍ବା ପ୍ରଶାସନ ତରଫର କିଛିବି ପଦକ୍ଷେପ ନନେବା କେଉଁଠି ନା କେଉଁଠି ବାରି ହେଉଛି ଯେ, ସରକାର ତଥା ପ୍ରଶାସନ କେତେ ତତ୍ପର

ରାଉରକେଲା ବିମାନରୁ ହେଉ ସବୁଦିନିଆ ବିମାନ ଚଳାଚଳ, ଚାରି ଦଫା ଦାବିରେ ଗଣଧାରଣା

ରାଉରକେଲା: ଦୁଇ ବର୍ଷ ତଳେ ହକି ବିଶ୍ୱକପ ସମୟରେ ରାଉରକେଲା ବିମାନ ଘାଟିକୁ ମିଳିଲା ବିମାନ ବନ୍ଦର ମାନ୍ୟତା। ଭୁବନେଶ୍ୱରରୁ ରାଉରକେଲା ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ଦିଆଗଲା ପ୍ରତିଶ୍ରୁତିି। ହେଲେ ହକି ବିଶ୍ୱକପ ସରିବା ପରେ ସବୁ ପ୍ରତିଶ୍ରୁତିି ରାଉରକେଲାବାସୀଙ୍କ ପାଇଁ ରହିଗଲା ସାତ ସପନରେ । ଏବେ ସବୁଦିନ ନୁହେଁ ବରଂ ଦିନେ ଦିନେ ଉଡ଼ୁଛି ବିମାନ ହେଲେ ଯାତ୍ରୀବାହୀ ବିମାନ ପାଇଁ ଦର୍ଶାଯାଉଛି ଯାନ୍ତ୍ରିକ ତ୍ରୁଟି। ଚାର୍ଟାର୍ଡ ବିମାନକୁ ଛାଡ଼ିଦେଲେ ଅନେକ ସମୟରେ ବାତିଲ ହେଉଛି ବିମାନ। ଫଳରେ ଲୋକେ ହେଉଛନ୍ତି ହଇରାଣ । 

ଏମିତିରେ ସବୁଦିନିଆ ବିମାନ ଚଳାଚଳ ସହ ୪ ଦଫା ଦାବି କରି ରାଉରକେଲା ଏୟାରପୋର୍ଟ ଆକ୍ସନ କମିଟିର ଗଣଧାରଣା । ଗଣଧାରଣା ରାଉରକେଲାବାସୀଙ୍କ ସ୍ବାର୍ଥ ପାଇଁ । ବଡ଼ କଥା ହେଲା ଏହି ଗଣଧାରଣା ୧୦ ଦିନରେ ପହଞ୍ଚିଲାଣି। କମିଟିରେ ଦାବିରେ ରହିଛି, ରାଉରକେଲା ବିମାନ ବନ୍ଦର ଜମି ମାଳିକାନାକୁ ରାଉରକେଲା ଷ୍ଟିଲ ପ୍ଳାଣ୍ଟ ନାଁରୁ ଏୟାରପୋର୍ଟ ଅଥରିଟିକୁ ହସ୍ତାନ୍ତର, ଫୋର ସି ଲାଇସେନ୍ସ, ଇନ୍‌ଷ୍ଟୁମେଂଟ ଲ୍ୟାଣ୍ଡିଙ୍ଗ ସିଷ୍ଟମ ଇନ୍‌ଷ୍ଟଲ୍, ନାଇଟ ଲ୍ୟାଣ୍ଡିଙ୍ଗ ସିଷ୍ଟମ ଇନ୍‌ଷ୍ଟଲ୍। 

ତେବେ ରାଉରକେଲାରେ ସବୁଦିନିଆ ବିମାନ ଚଳାଚଳ ପାଇଁ ଦାବି ଧାରଣା ୧୦ ଦିନରେ ପହଞ୍ଚିଥିବାବେଳେ ସରକାର କିମ୍ବା ପ୍ରଶାସନ ତରଫର କିଛିବି ପଦକ୍ଷେପ ନନେବା କେଉଁଠି ନା କେଉଁଠି ବାରି ହେଉଛି ଯେ, ସରକାର ତଥା ପ୍ରଶାସନ କେତେ ତତ୍ପର । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବାର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଛି କିନ୍ତୁ ଆଲୋଚନ କେତେ ସଫଳ ତାର ଉତର ରଖୁନାହାନ୍ତି । 

ଦେଶର ସ୍ୱାର୍ଟ ସିଟି ରାଉରକେଲା ବିଶ୍ୱ ହକିର ଗଡ଼ ହେଲେ ସେହି ଗଡ଼ରେ ବିମାନ ଚଳାଚଳ ବାଧାପ୍ରାପ୍ତ ଲୋକଙ୍କ ଦାବି ସରକାର ସକାରତ୍ମକ ଭାବରେ ପଦକ୍ଷେପ ନେବା ଆବଶ୍ୟକ। ନଚେତ କିଏ କହିବ ଏହି ଗଣଧାରଣା ଆଗାମୀ ଦିନରେ ଗଣ ଆନ୍ଦୋଳନର ରୂପ ନନେବ ।